ETV Bharat / business

5.8%କୁ କମିଲା ପ୍ରମୁଖ ଉଦୌଗର ଉତ୍ପାଦନ

author img

By

Published : Nov 29, 2019, 7:24 PM IST

ଲଗାତାର ଖସୁଛି ପ୍ରମୁଖ ଉଦୌଗର ପ୍ରଦର୍ଶନ । ଅକ୍ଟୋବରରେ ଦେଶର 8 କୋର ସେକ୍ଟର (ପ୍ରମୁଖ ଉଦୌଗ)ର ଉତ୍ପାଦନ 5.8 ପ୍ରତିଶତକୁ କମିଛି ।

Core sector growth shrinks 5.8% in October
5.8%କୁ କମିଲା ପ୍ରମୁଖ ଉଦୌଗର ଗ୍ରୋଥ

ନୂଆଦିଲ୍ଲୀ: ଲଗାତାର ଖସୁଛି ପ୍ରମୁଖ ଉଦୌଗର ପ୍ରଦର୍ଶନ । ଅକ୍ଟୋବରରେ ଦେଶର 8 କୋର ସେକ୍ଟର (ପ୍ରମୁଖ ଉଦୌଗ)ର ଉତ୍ପାଦନ 5.8 ପ୍ରତିଶତକୁ କମିଛି । ଯାହାକି ଆର୍ଥିକ ମାନ୍ଦାବସ୍ଥାର ଗଭୀରତାକୁ ଇସାରା କରୁଛି । ଏନେଇ ଶୁକ୍ରବାର ସରକାରୀ ରିପୋର୍ଟରେ ଜାରି କରାଯାଇଛି ।

ଏହି ସବୁ ପ୍ରମୁଖ ସେକ୍ଟର ଭିତରେ ରହିଥିବା କୋଇଲା ଉତ୍ପାଦନରେ 17.6 , ଅଶୋଧିତ ତୈଳ 5.1 ଓ ପ୍ରାକୃତିକ ଗ୍ୟାସ 5.7 ପ୍ରତିଶତ ହ୍ରାସ ହୋଇଛି । ସେହିପରି ସିମେଣ୍ଟ(- 7.7 ପ୍ରତିଶତ), ଇସ୍ପାତ (- 1.6 ପ୍ରତିଶତ) ଓ ବିଦ୍ୟୁତ (- 12.4 ପ୍ରତିଶତ) ଉତ୍ପାଦନରେ ମଧ୍ୟ ଅକ୍ଟୋବରରେ ଖସଛି ।

ଅକ୍ଟୋବରରେ ଦେଶର ବିକାଶକୁ ପ୍ରୋତ୍ସାହିତ କରିଥିବା ଏକମାତ୍ର କ୍ଷେତ୍ର ଫର୍ଟିଲାଇଜର । ବର୍ଷାନୁକ୍ରମିକ ଭାବେ ଏହି ସେକ୍ଟରର ଉତ୍ପାଦନ 11.8 ପ୍ରତିଶତ ବୃଦ୍ଧି ପାଇଛି ।

ଏପେଟ କିନ୍ତୁ ବିଶୋଧନ (ରିଫାଇନାରୀ) ଉତ୍ପାଦନରେ ବୃଦ୍ଧି ଦର ଅକ୍ଟୋବରରେ 0.4 ପ୍ରତିଶତକୁ ହ୍ରାସ ପାଇଛି । ଯେତେବେଳେ କି ଗତବର୍ଷ ଏହି ଅବଧିରେ ଏହା 1.3 ପ୍ରତିଶତ ଥିଲା । 2018 ଅକ୍ଟୋବରରେ କୋର ସେକ୍ଟରର ଏହି ସବୁ 8 ଉଦୌଗର ଉତ୍ପାଦନ 4.8 ପ୍ରତିଳଶତ ବଢିଥିବା ଦେଖାଦେଇଛି । ହେଲେ ଏବର୍ଷ ଏପ୍ରିଲ-ଅକ୍ଟୋବର ଅବଧିରେ ଏହା 0.2 ପ୍ରତିଶତକୁ ହ୍ରାସ ପାଇଛି । ଯାହାକି ଗତବର୍ଷ ଏ ଅବଧିରେ 5.4 ପ୍ରତିଶତ ଥିଲା ।

ଗତମାସ ସେପ୍ଟେମ୍ବରରେ କୋର ସେକ୍ଟର 8 ଉଦୌଗର ଉତ୍ପାଦନ ବାର୍ଷିକ ଆଧାରରେ 5.1 ପ୍ରତିଶତକୁ କମିଥିଲା । ଯାହାକି ଏକ ଦଶକର ସର୍ବନିମ୍ନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.