ETV Bharat / business

ସହଜ ନୁହେଁ ଚୀନ ସାମଗ୍ରୀ ବର୍ଜନ - boycott china product

ଗଲୱାନୀ ଘାଟିରେ ସଂଘର୍ଷ ପରେ ଦେଶବ୍ୟାପୀ ଚୀନ ସାମଗ୍ରୀ ବର୍ଜନ କରିବା ଲାଗି ଆହ୍ବାନ କରାଯାଉଛି । ରେଳବାଇ, ବିଏସଏନଏଲ ଭଳି ସରକାରୀ କଂଟ୍ରାକ୍ଟରେ ଚୀନ୍ କମ୍ପାନୀକୁ ବଞ୍ଚିତ କରିବା ଲାଗି ବି ସରକାର ପଦକ୍ଷେପ ନେଇଛନ୍ତି । ସେପଟେ ଚୀନରୁ ଭାରତର 14 ପ୍ରତିଶତ ଆମଦାନୀ କରିଛି । ଚୀନକୁ ଆମର ରପ୍ତାନି ପରିମାଣ ମାତ୍ର ୨ ପ୍ରତିଶତ । ଏଥିରୁ ଜଣାପଡୁଛି କାହା ଉପରେ କିଏ ଅଧିକ ନିର୍ଭର କରୁଛି ।

ସହଜ ନୁହେଁ ଚୀନ ସାମଗ୍ରୀ ବର୍ଜନ
ସହଜ ନୁହେଁ ଚୀନ ସାମଗ୍ରୀ ବର୍ଜନ
author img

By

Published : Jun 23, 2020, 2:07 PM IST

ଗଲୱାନ ଉପତ୍ୟକାରେ ସଂଘଟିତ ସୀମା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେଲା ପରେ ଦେଶରେ ଚୀନ ବିରୋଧୀ କଡା ଆଭିମୁଖ୍ୟ ଦେଖିବାକୁ ମିଳିଛି । ଚୀନ ସାମଗ୍ରୀ ବର୍ଜନ କରିବାକୁ ସ୍ୱର ଉଠିଛି । ସେପଟେ କୋରୋନା ସଂକଟକୁ ଏକ ସୁଯୋଗରେ ପରିଣତ କରିବାକୁ ମୋଦି ସରକାର ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ଦ୍ୱାରା ଘରୋଇ ମ୍ୟାନୁଫାକଚରିଂ ସେକ୍ଟରକୁ ସହାୟତା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାଛଡା ପୁଞ୍ଜି ବିନିଯୋଗ କରି ଭାରତୀୟ କମ୍ପାନୀଗୁଡିକର ମାଲିକାନା ନେବା ପାଇଁ ଚୀନର ଉଦ୍ୟମକୁ ରୋକିବା ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ-ଏଫଡିଆଇ ନିୟମରେ ସଂଶୋଧନ କରିଛନ୍ତି ସରକାର । ଭାରତୀୟ ସୀମାରେ ଚୀନ୍ ହରକତ ପରେ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ଆକ୍ରୋଶ ପରିପ୍ରେକ୍ଷୀରେ ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମୋଦି ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି । ରେଳବାଇ, ବିଏସଏନଏଲ ଭଳି ସରକାରୀ କଂଟ୍ରାକ୍ଟରେ ଚୀନ୍ କମ୍ପାନୀକୁ ବଞ୍ଚିତ କରିବା ଲାଗି ବି ସରକାର ପଦକ୍ଷେପ ନେଇଛନ୍ତି ।

ଦେଶର ୭ କୋଟି କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତିନିଧିତ୍ୱ କରୁଥିବା ୪୦ ହଜାର ବାଣିଜ୍ୟ ସଂଘର ସଂଗଠନ, ୪୫୦ ଗୋଟି ଶ୍ରେଣୀରେ ଭାରତକୁ ଆସୁଥିବା ତିନି ହଜାର ଚୀନୀୟ ସାମଗ୍ରୀ ବର୍ଜନ କରିବାକୁ ଚାହୁଁଛି । ୨୦୨୧ ଡିସେମ୍ବର ସୁଦ୍ଧା ସରକାର, ଚୀନ ନିର୍ମିତ ସାମଗ୍ରୀର ଆମଦାନୀ ୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ କରିବାକୁ ଚାହାଁନ୍ତି । ବର୍ତ୍ତମାନ ଚୀନରୁ ସାମଗ୍ରୀ ଆମଦାନୀର ବିଲ୍ ହେଉଛି ହେଉଛି ୫ ଦଶମିକ ୨୫ ଲକ୍ଷ କୋଟି । ଏଥିରୁ ଜଣାପଡୁଛି ଯେ, ଚୀନ୍ ଆମ ଅର୍ଥନୀତିକୁ କେମିତି ଅଧିକୃତ କରି ନେଇଛି । ଦୁଇ ବର୍ଷ ତଳେ ସଂସଦୀୟ ଷ୍ଟାଣ୍ଡିଂ କମିଟି ସ୍ପଷ୍ଟ ଭାବେ କହିଥିଲା ଯେ, ଚୀନ ନିର୍ମିତ ସାମଗ୍ରୀ ଆମଦାନୀ ଦ୍ୱାରା ଭାରତର ସ୍ୱାର୍ଥ ବାଧାପ୍ରାପ୍ତ ହେଉଛି । ଚୀନ ନିର୍ମିତ ଛୋଟ ଛୋଟ ଖେଳନା,ଝୋଟରୁ ପ୍ରସ୍ତୁତ ସାମଗ୍ରୀ, ଔଷଧ, ସାଇକେଲ ବହୁ ପରିମାଣରେ ଆମଦାନୀ ହେଉଥିବାରୁ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ –(ଏମଏସଏମଇ)ର ସ୍ୱାର୍ଥ ହାନି ହେଉଛି ବୋଲି ସଂସଦୀୟ ଷ୍ଟାଣ୍ଡିଂ କମିଟି କହିଥିଲା । ତେବେ ଏମଏସଏମଇ ଗୁଡିକର ଚିନ୍ତା ହେଲା ଯେ, କୋରୋନା ସଂକଟ ଯୋଗୁଁ ସବୁ କ୍ଷେତ୍ରରେ ସେମାନେ ମାନ୍ଦା ପଡିଥିଲାବେଳେ ହଠାତ୍ ଚୀନ ସାମଗ୍ରୀ ବର୍ଜନ କରାଗଲେ ସେମାନଙ୍କ ଆର୍ଥିକ ସ୍ଥିତି ଆହୁରି ଶୋଚନୀ ହୋଇପଡିବ ।

ଏ ବର୍ଷ ଭାରତ-ଚୀନ କୂଟନୈତିକ ସଂପର୍କକୁ ୭୦ ବର୍ଷ ପୂରଣ ହେଉଛି । ଗତ ଏପ୍ରିଲରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆଶା ପ୍ରକାଶ କରିଥିଲେ ଯେ, ଦୁଇ ଦେଶ ଏକ ନୂଆ ମାଇଲଖୁଣ୍ଟରେ ପହଞ୍ଚି ନୂଆ ନୂଆ ସୁଯୋଗ ଅନ୍ୱେଷଣ କରିବା ଅପେକ୍ଷାରେ ଅଛନ୍ତି ବୋଲି ଗତ ଏପ୍ରିଲରେ ଚୀନ । ରାଷ୍ଟ୍ରପତି କହିଥିଲା ବେଳେ ଭାରତ ଚୀନ ସହ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରରେ ୬୦ ପ୍ରତିଶତ ନିଅଣ୍ଟିଆ ଅବସ୍ଥାକୁ ନେଇ ଚିନ୍ତିତ ଥିଲା ।

ସୀମା ସଂଘର୍ଷ ପରେ ଚୀନ୍ ସରକାରଙ୍କ ମୁଖପାତ୍ର ଭାବେ କାମ କରୁଥିବା ଇଂରାଜୀ ଦୈନିକ ଗ୍ଲୋବାଲ ଟାଇମସ ଚୀନ୍ ସାମଗ୍ରୀ ବର୍ଜନ ପାଇଁ ହେଉଥିବା ଦାବି ଏଡାଇ ଦେବା ପାଇଁ ଭାରତକୁ ଆହ୍ୱାନ ଦେଇଛି । ତେବେ ଶସ୍ତା ଚୀନ ସାମଗ୍ରୀକୁ ଭାରତ କେବେ ହାତଛଡା କରିପାରିବ ନାହିଁ ବୋଲି ଦୃଢ ଭାବେ ସେହି ଖବରକାଗଜ ପ୍ରକାଶ କରିଛି ।

ଏମଏସଏମଇର ମହାସଂଘ କହିଛି ଯେ, ଆମ ଯଦି ଚୀନକୁ ପ୍ରତ୍ୟାଖ୍ୟାନ କରିବା, ତାହା ହେଲେ କେମିକାଲ,ବୈଦ୍ୟୁତିକ ସାମଗ୍ରୀ ଓ କଞ୍ଚାମାଲଗୁଡିକର ଆମଦାନୀ ବାଧାପ୍ରାପ୍ତ ହେବ । ଦକ୍ଷିଣ କୋରିଆ, ଜାପାନ ଓ ୟୁରୋପରୁ ଏସବୁ ଜିନିଷ ଆମଦାନୀ କଲେ ତାହା ୨୫ରୁ ୪୦ ପ୍ରତିଶତ ମହଙ୍ଗା ପଡିବ ।

ପ୍ରକୃତ କଥା ହେଲା, ଚୀନରୁ ଭାରତର ଆମଦାନୀ ପରିମାଣ ହେଲା ୧୪ ପ୍ରତିଶତ । କିନ୍ତୁ ଚୀନକୁ ଆମର ରପ୍ତାନି ପରିମାଣ ମାତ୍ର ୨ ପ୍ରତିଶତ । ଏଥିରୁ ଜଣାପଡୁଛି କାହା ଉପରେ କିଏ ଅଧିକ ନିର୍ଭର କରୁଛି । ୧୯୯୦ ପର୍ଯ୍ୟନ୍ତ ଭାରତ ଆକ୍ଟିଭ ଫାର୍ମାସିଟ୍ୟୁକାଲ ଇନଗ୍ରେଡିଏଂଟସ୍ –ଏପିଆଇ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଦେଶ ଥିଲା । କିନ୍ତୁ ଆଜି ଆମେ ୮୦ ପ୍ରତିଶତ ଏପିଆଇ ଚୀନରୁ ଆମଦାନୀ କରୁଛେ । ବିଶ୍ଲେଷକଙ୍କ ମତରେ ଯଦି ଆମେ ଚୀନରୁ ଏପିଆଇ ଆମଦାନୀ ବନ୍ଦ କରିଦେବା, ତାହା ହେଲେ ଔଷଧ ଶିଳ୍ପ ପ୍ରଭାବିତ ହେବା ସହ ଦାମ ବି ୪୦ ପ୍ରତିଶତ ବୃଦ୍ଧି ପାଇବ । ଚୀନରୁ ଆମଦାନୀ କଟକଣା ଆମ ପାଇଁ କଷ୍ଟକର ହେବ । କାରଣ ବିଶ୍ୱ ବାଣିଜ୍ୟ ସଂଗଠନର ନିୟମ ଅନୁସାରେ ଆମକୁ ଅନ୍ୟଦେଶଗୁଡିକୁ ସମାନ ପରିମାଣର ଶୁଳ୍କ ଦେବାକୁ ପଡିବ । ଏଥିସହ ଉଚ୍ଚ ଉତ୍ପାଦନ ଖର୍ଚ୍ଚ ବି ଦେବାକୁ ହେବ । ଇତିହାସ କହେ ଯେ, ଚୀନ ମଧ୍ୟ ଦିନେ ଜାପାନୀ, ଆମେରିକୀୟ ଓ ଫରାସୀ ସାମଗ୍ରୀ ବର୍ଜନ ପାଇଁ ଉଦ୍ୟମ କରିଥିଲା । ହେଲେ ଏଥିରେ ସଫଳ ହୋଇ ନ ଥିଲା । ଭାବପ୍ରବଣତା ଦୃଷ୍ଟିରୁ ତରବରିଆ ଭାବେ ଚୀନରୁ ଆମଦାନୀ ବନ୍ଦ କରିବା ପରିବର୍ତ୍ତେ ଏକ ଦୀର୍ଘକାଳିନ ଯୋଜନା ପ୍ରସ୍ତୁତ କରିବାକୁ ହେବ । ଏଥିପାଇଁ ଦୂରଦୃଷ୍ଟିର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.