ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ କାଳରେ ଯଦିଓ ପ୍ରାୟ ସବୁ ସେକ୍ଟରକୁ ପ୍ରବଳ କ୍ଷତି ସହିବାକୁ ପଡିଛି , କିନ୍ତୁ ଇ-କମର୍ସ କମ୍ପାନୀଙ୍କ କାରବାର ଭଲ ରହିଛି । ସାମାଜିକ ଦୂରତ୍ବକୁ ବଜାୟ ରଖିବା ଆହ୍ବାନ ମଧ୍ୟରେ ଇ-କମର୍ସ କମ୍ପାନୀଙ୍କ ଚାହିଦା ବଢିଛି । ଯେଉଁଥିପାଇଁ ଫ୍ଲିପକାର୍ଟରେ ପ୍ୟାରେଣ୍ଚ କମ୍ପାନୀ ୱାଲମାର୍ଟ 1.2 ଅରବ ଡଲାର ବା 9,000 କୋଟି ଟଙ୍କା ନିବେଶ କରିଛି ୱାଲମାର୍ଟ ।
ଏହି ନିବେଶ ପରେ ଫ୍ଲିପକାର୍ଟର ଭେଲ୍ୟୁ 24.9 ଅରବ ଡଲାର ହୋଇଛି । ବିବୃତ୍ତିରେ କୁହାଯାଇଛି କି, ଫ୍ଲିପକାର୍ଟକୁ ଏହି ଟଙ୍କା ଚଳିତ ଆର୍ଥିକ ବର୍ଷ ଶେଷ ଅବଧିରେ 2 ଟି ପର୍ଯ୍ୟାୟରେ ମିଳିବ । ଏହି ନିବେଶ ଫ୍ଲିପକାର୍ଟ ଗ୍ରୁପ ପାଇଁ ଆସିଛି । ଯେଉଁଥିରେ ଫ୍ଲିପକାର୍ଟ ବ୍ୟତିତ ଫୋନ ପେ, ମିନ୍ତ୍ରା ଓ ଇକାର୍ଟ ସାମିଲ ଅଛନ୍ତି । ଭାରତରେ ଫ୍ଲିପକର୍ଟର ସିଧା ଟକ୍କର ଆମାଜନ ସହ ରହିଛି । ଏପଟେ ରିଲାଏନ୍ସ ଜିଓ ମଧ୍ୟ ଜିଓମାର୍ଟ ଜରିଆରେ ଏହି ବଜାରରେ ନିଜ ଦବଦବା ସୃଷ୍ଟି ପାଇଁ ଆଗେଇଚାଲିଛି ।
2018ରେ ୱାଲମାର୍ଟ 16 ଅରବ ଡଲାର ନିବେଶ କରି ଫ୍ଲିପକାର୍ଟର 77 ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଛି । ସେତେବେଳେ କମ୍ପାନୀର ମୂଲ୍ୟ 21 ଅରବ ଡଲାର ରଖାଯାଇଥିଲା । ତେବେ ଏବେ ନୂଆ ନିବେଶ ସହ ୱାଲମାର୍ଟର ଅଂଶଧନରେ ଆଉ ଏକ ପ୍ରତିଶତ ବଢିଯିବ ।
ୱାଲମାର୍ଟ ବ୍ୟତିତ ଫ୍ଲିପକାର୍ଟରେ ଟାଇଗର ଗ୍ଲୋବାଲ ଓ Tencent ଭଳି କମ୍ପାନୀ ମଧ୍ୟ ଭାଗୀଦାର ଅଛନ୍ତି ।