ETV Bharat / business

ଜୁନ 15ରୁ ଟେଲିକମ କମ୍ପାନୀ ମାନିବେ ଏସବୁ ନିୟମ ..

author img

By

Published : Mar 11, 2021, 5:04 PM IST

ଏବେ ଦୂରସଞ୍ଚାର କମ୍ପାନୀ କେବଳ ବ୍ୟବହାର କରିପାରିବେ ସରକାରୀ ମଞ୍ଜୁରୀ ପ୍ରାପ୍ତ ଉପକରଣ । ଏହା ଦ୍ବାରା ସରକାରଙ୍କୁ ଚୀନ ଭଳି ଅନ୍ୟ ଦେଶରୁ ଉତ୍ପାଦର କ୍ରୟ ଉପରେ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ ମିଳିବ । ଅଧିକ ପଢନ୍ତୁ...

ଜୁନ 15  ଟେଲିକମ କମ୍ପାନୀ ମାନିବେ ଏସବୁ ନିୟମ ..

ନୂଆଦିଲ୍ଲୀ: ଏଣିକି ଦୂରସଞ୍ଚାର କେବଳ ସରକାରୀ ମଞ୍ଜୁରୀପ୍ରାପ୍ତ ଉପକରଣର ହିଁ କରିପାରିବେ ବ୍ୟବହାର । ଏ ନେଇ ବୁଧବାର ସରକାର ଦୂରସଞ୍ଚାର ଲାଇସେନ୍ସ ନିୟମରେ ସଂଶୋଧନ କରିଛନ୍ତି । ଏହା ଦ୍ବାରା ସରକାର ବିନା ନିର୍ଭରଯୋଗ୍ୟ ଉତ୍ସରୁ ନେଟୱାର୍କ ଉପକରଣ ଲଗାଇବା ମାମଲାରେ ନିୟନ୍ତ୍ରଣ ରଖିପାରିବେ ।

ତେବେ ଲାଇସେନ୍ସରେ କରାଯାଇଥିବା ସଂଶୋଧନ ଅନୁସାରେ ଜୁନ 15 ରୁ ଦୂରସଞ୍ଚାର ପରିଚାଳକଙ୍କୁ ବର୍ତ୍ତମାନର ନେଟୱାର୍କକୁ ନବୀକରଣ କରିବା, ବିଶ୍ବସ୍ତ ଉପକରଣ ଭାବେ ତାଲିକାଭୁକ୍ତ ନଥିବା ଟେଲିକମ୍ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ଏକ ଜାତୀୟ ସାଇବର ସୁରକ୍ଷା ସଂଯୋଜକ (NCSC) ରୁ ଅନୁମୋଦନ ନେବା ଜରୁରୀ ହେବ ।

ଏହା ଅନୁସାରେ ଏନସିଏସସି ସ୍ବତନ୍ତ୍ର ଅଥରିଟି ହେବ, ଯାହା ଦେଶର ରକ୍ଷା ବା ଜାତୀୟ ସୁରକ୍ଷା ସହ ଜଡିତ ମାମଲା ଆଧାରରେ ଦୂରସଞ୍ଚାର ଉପକରଣ କ୍ରୟ ପାଇଁ ସର୍ତ୍ତ ଲଗାଇପାରିବେ । ଏହି ସଂଶୋଧନରେ କୁହାଯାଇଛି ଯେ , ସ୍ବତନ୍ତ୍ର ଅଥରିଟି ସେସମସ୍ତ ଉପକରଣର ବର୍ଗକୁ ସୂଚିତ କରିବେ ଯାହା ପାଇଁ ନିର୍ଭରଯୋଗ୍ୟ ଉତ୍ସ ସମ୍ବନ୍ଧୀତ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଥାଏ । ଉପରୋକ୍ତ ବର୍ଗର ଉପକରଣ ପାଇଁ କର୍ତ୍ତୃପକ୍ଷ ସମ୍ପୃକ୍ତ ଟେଲିକମ୍ ଉପକରଣ ସହିତ ବିଶ୍ବସ୍ତ ଉତ୍ସଗୁଡ଼ିକୁ ସୂଚିତ କରିବେ । ଏହା ଦ୍ବାରା ସରକାରଙ୍କୁ ଚୀନ ଭଳି ଅନ୍ୟ ଦେଶରୁ ଉତ୍ପାଦର କ୍ରୟ ଉପରେ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ ମିଳିବ ।

ସଂଶୋଧିତ ଅଧିସୂଚନା ଅନୁସାରେ, ‘‘ ଟେଲିକମ ଅପରେଟରମାନେ 2021 ଜୁନ 15ରୁ ନିଜ ନେଟୱାର୍କରେ କେବଳ ବିଶ୍ବସ୍ତ ପ୍ରଡକ୍ଟକୁ ଲଗାଇପାରିବେ । ଏଥିସହ ହିଁ ସେମାନଙ୍କୁ ବର୍ତ୍ତମାନ ନେଟୱାର୍କକୁ ନବୀକରଣ କରିବା ପାଇଁ ଟେଲିକମ୍ ଉପକରଣ ବ୍ୟବହାର ପାଇଁ ସ୍ୱତନ୍ତ୍ର କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇବାକୁ ପଡିବ ଯାହା ଏକ ବିଶ୍ବସ୍ତ ଉତ୍ପାଦ ଭାବରେ ସ୍ବୀକୃତିପ୍ରାପ୍ତ ନୁହେଁ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.