ETV Bharat / business

ଏଫଡି ସୁଧ ହାର କମାଇଲା ଏସବିଆଇ, ଜାଣନ୍ତୁ ନୂଆ ରେଟ - SBI fixed deposit interest rate

ଭାରତୀୟ ଷ୍ଟେଟ ବ୍ୟାଙ୍କ ହ୍ରାସ କଲା ଏଫଡିଆଇ ସୁଧ ହାର । ଜାଣନ୍ତୁ ସଂଶୋଧନ ସୁଧ ହାର । ଅଧିକ ପଢନ୍ତୁ..

SBI cuts interest rates on fixed deposits, check latest FD interest rates

author img

By

Published : Sep 14, 2020, 2:42 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଗ୍ରାହକଙ୍କୁ ବଡ ଝଟକା ଦେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) । ବ୍ୟାଙ୍କ ଏହାର ସ୍ଥାୟୀ ଜମା ସୁଧ ହାର ହ୍ରାସ କରିଛି । ନୂଆ ସୁଧ ହାର 2020 ସେପ୍ଟେମ୍ବର 10ରୁ ଲାଗୁ ହୋଇଛି ।

1ରୁ 2 ବର୍ଷ ପାଇଁ 2 କୋଟି ଟଙ୍କାରୁ କମ ରିଟେଲ ଡୋମେଷ୍ଟିକ ଟର୍ମ ଡିପୋଜିଟରେ ମିଳୁଥିବା ସୁଧ 0.20 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି । 7ରୁ 45 ଦିନର ଜମା ଉପରେ ନୂଆ ସୁଧ ହାର 2.90 ପ୍ରତିଶତ, 46ରୁ 179 ଦିନର ଜମା ଉପରେ 3.90 ପ୍ରତିଶତ , 180ରୁ 210 ଦିନର ଜମା ପାଇଁ 4.40 ପ୍ରତିଶତ, 211 ଦିନରୁ 1 ବର୍ଷରୁ କମ ଜମା ପାଇଁ 4.4 ପ୍ରତିଶତ, 1ରୁ 2 ବର୍ଷରୁ କମ ଦିନ ପାଇଁ 4.9 ପ୍ରତିଶତ, 2ରୁ 3 ବର୍ଷର ଜମା ପାଇଁ 5.10 ପ୍ରତିଶତ , 3ରୁ 5 ବର୍ଷର ଜମା ପାଇଁ ଏହା 5.30 ଏବଂ 5ରୁ 10 ବର୍ଷର ଜମା ଉପରେ 5.40 ପ୍ରତିଶତ ସୁଧହାର ରଖିଛି । ତେବେ ବରିଷ୍ଠ ନାଗରିକଙ୍କ ପାଇଁ ସୁଧହାର ଭିନ୍ନ ରହିଛି । ଏସବିଆଇ ବରିଷ୍ଠ ନାଗରିକଙ୍କୁ ସବୁ ଅବଧି ପାଇଁ ଅତିରିକ୍ତ 50 ବିପିଏସ ସୁଧ ହାର ପ୍ରଦାନ କରିବ । ନୂଆ ରିଭିଜନ ପରେ ବରିଷ୍ଠ ନାଗରିକ 7 ଦିନରୁ 10 ବର୍ଷର ଏଫଡିଆଇ ମେଚ୍ୟୁରିଟି ଉପରେ 3.4% ରୁ 6.2% ସୁଧ ପାଇବେ ।

ଏହା ପୂର୍ବରୁ ମେ 27ରେ ବ୍ୟାଙ୍କ ଏହାର ଏଫଡି ସୁଧ ହାର କମାଇଥିଲା ।

ସାଧାରଣ ଗ୍ରାହକଙ୍କ ପାଇଁ ଏସବିଆଇର ନୂଆ ସୁଧ ହାର

  • 7 ଦିନରୁ 45 ଦିନ - 2.9%
  • 46 ଦିନରୁ 179 ଦିନ - 3.9%
  • 180 ଦିନରୁ 210 ଦିନ - 4.4%
  • 211 ଦିନରୁ 1 ବର୍ଷରୁ କମ ଜମା - 4.4%
  • 1ରୁ 2 ବର୍ଷରୁ କମ ଦିନ - 4.9%
  • 2ରୁ 3 ବର୍ଷର ଜମା - 5.1%
  • 3ରୁ 5 ବର୍ଷର ଜମା - 5.3%
  • 5ରୁ 10 ବର୍ଷର ଜମା ଉପରେ - 5.4%

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.