ନୂଆଦିଲ୍ଲୀ: ଘରୋଇ ପୁଞ୍ଜି ବଜାରରେ ପାର୍ଟିସିପେଟରୀ ନୋଟ (ପି-ନୋଟସ) ଜରିଆରେ ନିବେଶ 2020 ଡିସେମ୍ବର ଶେଷରେ 87,132 କୋଟି ଟଙ୍କା ରହିଛି । ଯାହାକି ଗତ 31 ମାସରେ ସର୍ବୋଚ୍ଚ ପରିମାଣ । ଏହା ଦ୍ବାରା ଜେଶରେ ନିବେଶକକୁ ନେଇ ବିଦେଶୀ ପୋର୍ଟୋଫୋଲିୟୋ ନିବେଶକ (ଏଫପିଆଇ)ର ରୂପରେଖ ଜଣାପଡିଥାଏ ।
ପି-ନୋଟ ଭାରତରେ ପଞ୍ଜିକୃତ ଏଫପିଆଇ ଦ୍ବାରା ଜାରି କରାଯାଇଥାଏ । ଏଫପିଆଇ ଏହି ନୋଟ ଏଭଳି ବିଦେଶୀ ନିବେଶକଙ୍କୁ ଜାରି କରନ୍ତି , ଯେଉଁମାନେ ଭାରତୀୟ ବଜାରରେ ନିଜେ ପଞ୍ଜିକୃତ ହେବା ବଦଳରେ ନିବେଶ କରିବାକୁ ଚାହାନ୍ତି । ଯଦିଓ ପି-ନୋଟ ଜରିଆରେ ନିବେଶ କରିବା ପୂର୍ବରୁ ସେମାନଙ୍କୁ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଦେଇ ଯିବାକୁ ପଡିଥାଏ ।
ସେବିର ତଥ୍ୟ ଅନୁସାରେ ଭାରତୀୟ ବଜାରରେ ପି-ନୋଟର ମୂଲ୍ୟ ଡିସେମ୍ବର ଶେଷରେ ବୃଦ୍ଧି ପାଇ 87,132 କୋଟି ଟଙ୍କାରେ ପହଞ୍ଚିଯାଇଛି । ଏହା ପୂର୍ବରୁ ନଭେମ୍ବର ଶେଷରେ ଏହି ମୂଲ୍ୟ 83,114 କୋଟି ଟଙ୍କାରେ ଥିଲା । ଏଥିରେ ସେୟାର, ଋଣ ପତ୍ର ଓ ଅନ୍ୟ ମିଶ୍ରିତ ସିକ୍ୟୁରିଟିଜରେ କରାଯାଇଥାଏ । ତଥ୍ୟ ଦର୍ଶାଉଛି କି ପି-ନୋଟ ଜରିଆରେ କରାଯାଇଥିବା ଏହି ନିବେଶ 2018 ମେ ମାସ ପରେ ସବୁଠୁ ଉଚ୍ଛା ରହିଛି । ସେହି ସମୟରେ ନିବେଶର ସ୍ତର 93,497 କୋଟି ଟଙ୍କାରେ ପହଞ୍ଚିଥିଲା ।
କୋରୋନା ଭାଇରସ ମହାମାରୀ ବିସ୍ତାର ସମୟରେ ମାର୍ଚ୍ଚ ମାସରେ ଏହି ନିବେଶ 15 ବର୍ଷର ନିମ୍ନ ସ୍ତର 48,006 କୋଟି ଟଙ୍କା ତଳକୁ ଆସିଯାଇଥିଲା । ସେହି ସମୟରେ ବୈଶ୍ବିକ ବଜାରରେ ବହୁତ ଉଠାଣୀ-ଗଡାଣି ଦେଖିବାକୁ ମିଳିଥିଲା । ଏହା ପରେ ଧୀରେ ଧୀରେ ବଢିବା ଆରମ୍ଭ ହେଲା । ଆଉ ଏପ୍ରିଲରେ 57,100 କୋଟି ଟଙ୍କା , ମେ ମାସରେ 60,027 କୋଟି ଟଙ୍କା , ଜୁନ ମାସରେ 62,138 କୋଟି ଟଙ୍କା , ଜୁଲାଇରେ 63,228 କୋଟି ଟଙ୍କା ଏବଂ ଅଗଷ୍ଟରେ 74,027 କୋଟି ଟଙ୍କାରେ ପହଞ୍ଚିଥିଲା । ତେବେ 2020 ସେପ୍ଟେମ୍ବରରେ ଏହା ହ୍ରାସ ହୋଇ 69,820 କୋଟି ଟଙ୍କା ରହିଥିଲା । କିନ୍ତୁ ଅକ୍ଟୋବର ମାସରେ ପୁଣି ବଢି 78,686 କୋଟି ଟଙ୍କାରେ ପହଞ୍ଚିଥିଲା । ଡିସେମ୍ବର ଶେଷ ଯାଏଁ ନିବେଶ କରାଯାଇଥିବା 87,132 କୋଟି ଟଙ୍କା ରାଶିରେ 78,870 କୋଟି ଟଙ୍କା ସେୟାରରେ ନିବେଶ କରାଯାଇଛି , ଯେତେବେଳେ କି 7,562 କୋଟି ଟଙ୍କା ଋଣ ପତ୍ରରେ ଓ 700 କୋଟି ଟଙ୍କା ହାଇବ୍ରିଡ ସିକ୍ୟୁରିଟିଜରେ ନିବେଶ କରାଯାଇଛି ।