ନୂଆଦିଲ୍ଲୀ: ଶସ୍ତାରେ ବିମାନ ସେବା ଉପଲବ୍ଧ କରୁଥିବା ବିମାନ କମ୍ପାନୀ ଇଣ୍ଡିଗୋ ଏବେ କ୍ଷତିରେ । ଚଳିତ ଆର୍ଥିକ ବର୍ଷ 2020-21ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ 1,194 କୋଟି ଟଙ୍କା ନିଟ୍ କ୍ଷତି ହୋଇଛି ।
ବିମାନ କମ୍ପାନୀ ଗୁରୁବାର ଏକ ବିବୃତ୍ତି ଜାରି କରି କହିଛି କି, ଏହା ପୂର୍ବ ଆର୍ଥିକ ବର୍ଷ ଅର୍ଥାତ 2019-20 ର ଏହି ତ୍ରୟମାସରେ କମ୍ପାନୀକୁ 1,062 କୋଟି ଟଙ୍କା ନିଟ୍ କ୍ଷତି ହୋଇଥିଲା । ଏ ବର୍ଷ ଏପ୍ରିଲ-ଜୁନ ତ୍ରୟମାସରେ ଏୟାରଲାଇନକୁ 2,884 କୋଟି ଟଙ୍କା ନିଟ କ୍ଷତି ହୋଇଥିଲା ।
ଏୟାରଲାଇନର ମୋଟ ଆୟ 2020-21ର ଦ୍ବିତୀୟ ତ୍ରୟମାସରେ 64.5 ପ୍ରତିଶତ ହ୍ରାସ ହୋଇ 3,029 କୋଟି ଟଙ୍କା ରହିଛି ।
କମ୍ପାନୀର ମୋଟ ବ୍ୟୟ 2020 ସେପ୍ଟେମ୍ବର ସମାପ୍ତ ତ୍ରୟମାସରେ 4,224 କୋଟି ଟଙ୍କା ରହିଛି । ଯାହାକି 1 ବର୍ଷ ପୂର୍ବରୁ 2019-20ର ଏହି ତ୍ରୟମାସ ତୁଳନାରେ 55.9 ପ୍ରତିଶତ କମ ଥିଲା ।