ETV Bharat / business

ଧନୀ ମହିଳା ଲିଷ୍ଟ: ଶୀର୍ଷରେ HCLର ରୋଶନୀ, ଦ୍ବିତୀୟରେ ମଜୁମଦାର ଶ’ - HCLs Roshni Nadar richest woman in India

ହୁରୁନ ଇଣ୍ଡିଆ 100 ଭାରତୀୟ ଧନୀ ମହିଳା ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ସବୁଠୁ ଧନୀ ମହିଳା ଭାବେ ରୋଶନୀ ରହିଥିଲା ବେଳେ ଦ୍ବିତୀୟରେ ବାୟୋକନର ପରିଚାଳନା ନିର୍ଦ୍ଦେଶକ କିରଣ ମଜୁମଦାର-ଶ’ ଅଛନ୍ତି । ଅଧିକ ପଢନ୍ତୁ..

ଧନୀ ମହିଳା ଲିଷ୍ଟ:  ଶୀର୍ଷରେ HCLର ରୋଶନୀ ନାଡର , ଦ୍ବିତୀୟରେ ମଜୁମଦାର ଶ’

author img

By

Published : Dec 4, 2020, 4:18 PM IST

ମୁମ୍ବାଇ: ସୂଚନା ପ୍ରଯୁକ୍ତିବିଦ୍ୟା ସେକ୍ଟରର କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଚେୟାରମ୍ୟାନ ରୋଶନୀ ନଡାର ମାଲହୋତ୍ରା ଦେଶର ସବୁଠୁ ଧନୀ ମହିଳା । ତାଙ୍କର ମୋଟ ସମ୍ପତ୍ତି 54,850 କୋଟି ଟଙ୍କା ରହିଛି ।

କୋଟାକ ୱେଲଥ ସହଯୋଗରେ ହୁରୁନ ଇଣ୍ଡିଆ 100 ଭାରତୀୟ ଧନୀ ମହିଳା ତାଲିକା ପ୍ରସ୍ତୁତ କରିଛି । ଏଥିରେ ସାମିଲ ମହିଳାଙ୍କ ମୋଟ ସମ୍ପତ୍ତି ପରିମାଣ 2.72 ଲକ୍ଷ କୋଟି ଟଙ୍କା ଅଛି । ଏହି ତାଲିକାରେ ସବୁଠୁ ଧନୀ ମହିଳା ଭାବେ ରୋଶନୀ ରହିଥିଲା ବେଳେ ଦ୍ବିତୀୟରେ ବାୟୋକନର ପରିଚାଳନା ନିର୍ଦ୍ଦେଶକ କିରଣ ମଜୁମଦାର-ଶ’ ଅଛନ୍ତି । ତାଙ୍କ ମୋଟ ସମ୍ପତ୍ତି 36.6 ହଜାର କୋଟି ଟଙ୍କା ।

ଏହି ସୂଚୀରେ ପ୍ରାୟ 100 କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ 100 ମହିଳାଙ୍କୁ ସାମିଲ କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି କି ଏହି ତାଲିକାରେ ଏଭଳି 31 ମହିଳା ଅଛନ୍ତି , ଯେଉଁମାନେ ନିଜ ଦମରେ ଏହି ସଫଳତାରେ ପହଞ୍ଚିଛନ୍ତି । ଏଥିରେ 6 ପ୍ରଫେସନାଲ ପରିଚାଳକ 25 ଉଦ୍ୟୋଗପତି ଅଛନ୍ତି ।

ବଡ କଥା କି ଏହି ସୂଚୀର ଟପ ଲିଷ୍ଟରେ ଥିବା ମଜୁମଦାର ଶ’, ଜୟଶ୍ରୀ ଉଲ୍ଲାଲ, ରାଧା ଭେମ୍ବୁ ହୁରୁନ ବୈଶ୍ବିକ ଧନୀ ଲିଷ୍ଟରେ ଅଛନ୍ତି । ତେବେ ଏହି ସୂଚୀରେ ସାମିଲ ରହିଥିବା ମହିଳାଙ୍କ ହାରାହାରୀ ଆୟ 53 ବର୍ଷ ଅଛି । ଟପ 100 ଲିଷ୍ଟରେ 19 ମହିଳାଙ୍କ ବୟସ 40 ବର୍ଷରୁ କମ ଅଛି ।

ଏହି ଲିଷ୍ଟରେ 32 ମହିଳା ମୁମ୍ବାଇ, 20 ନୂଆ ଦିଲ୍ଲୀ ଓ 10 ହାଇଦ୍ରାବାଦରୁ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.