ETV Bharat / business

ଫ୍ଲିପକାର୍ଟର ନୂଆ ଡିଜିଟାଲ ବଜାର ‘ହୋଲସେଲ ’ ଆରମ୍ଭ - ହୋଲସେଲ କାରବାରରେ ଫ୍ଲିପକାର୍ଟର ଏଣ୍ଟ୍ରି

ଭାରତରେ ୱାଲମାର୍ଟ ହୋଲସେଲ କାରବାରକୁ କ୍ରୟ କରିଛି ଫ୍ଲିପକାର୍ଟ । ଏଥିସହ କମ୍ପାନୀ ‘ଫ୍ଲିପକାର୍ଟ ହୋଲସେଲ ’ ଆରମ୍ଭ କରିଛି । ଅଧିକ ପଢନ୍ତୁ..

ହୋଲସେଲ କାରବାରରେ ଫ୍ଲିପକାର୍ଟର ଏଣ୍ଟ୍ରି
ହୋଲସେଲ କାରବାରରେ ଫ୍ଲିପକାର୍ଟର ଏଣ୍ଟ୍ରି
author img

By

Published : Jul 23, 2020, 6:07 PM IST

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଗୁରୁବାର ଦେଶର 650 ଅରବ ଡଲାର ହୋଲସେଲ କାରବାର ବଜାରକୁ ଏଣ୍ଟ୍ରି ନେଇ ଘୋଷଣା କରିଛି । ଏବେ ‘ଫ୍ଲିପକାର୍ଟ ହୋଲସେଲ’ ନାଁରେ ନିଜର କାରବାର ଆରମ୍ଭ କରିବ କମ୍ପାନୀ । ଏଥିସହ କମ୍ପାନୀ ୱାଲମାର୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର 100 ପ୍ରତିଶତ ଅଂଶଧନକୁ କିଣିଛି ।

ୱାଲମାର୍ଟ ଇଣ୍ଡିଆ ଦେଶର ‘ ବେଷ୍ଟ ପ୍ରାଇସ ’ ନାଁରେ ହୋଲସେଲ ଷ୍ଟୋର ପରିଚାଳନା କରିଥାଏ । ବର୍ତ୍ତମାନ ଏହାର ସମଗ୍ର ଦେଶର 28ଟି ଷ୍ଟୋର ରହିଛି । ତେବେ ଫ୍ଲିପକାର୍ଟ ଏଭଳି ସମୟରେ ଏହି ଘୋଷଣା କରିଛି ଯେବେ କମ୍ପାନୀ ନିକଟରେ ୱାଲମାର୍ଟ ନେତୃତ୍ବଧୀନ ନିବେଶ ଗ୍ରୁପ ଠାରୁ 1.2 ଅରବ ଡଲାର ନିବେଶ ଏକଜୁଟ କରିଛି ।

ପ୍ରକାଶ ଯେ, ୱାଲମାର୍ଟ ଇଣ୍ଡିଆ ଦୁନିଆର ସବୁଠୁ ବଡ ଖୁଚୁରା କାରବାର କମ୍ପାନୀ ମଧ୍ୟରୁ ଅନ୍ୟତମ । ଫ୍ଲିପକାର୍ଟର ସିଂହ ଭାଗ 77 ପ୍ରତିଶତ ଅଂଶଧନ କିଣିବା ପାଇଁ 2018 ୱାଲମାର୍ଟ 16 ଅରବ ଡଲାର ନିବେଶ କରିଥିଲା ୱାଲମାର୍ଟ । ଏଣୁ ଏବେ ୱାଲମାର୍ଟ ନିଜ ହୋଲସେଲ କାରବାକପ ଅଲଗା ରଖିବା ଦଳରେ ତାହାକୁ ଫ୍ଲିପକାର୍ଟ ସହ ଯୋଡି ଦେଇଛି ।

ତେବେ ଫ୍ଲିପକାର୍ଟ ଅଗଷ୍ଟ ମାସରେ ଏହାର ପଲିଚାଳନା ଆରମ୍ଭ କରିବ । କମ୍ପାନୀ କହିଛି କି, ଏହା ଦେଶରେ ଖୁଚୁରା ବଜାରର ମୂଳପିଣ୍ଡ କିରାଣା ଓ ଏମଏସଏମଇର ଆବଶ୍ୟକତାକୁ ପୂରା କରିବା ପାଇଁ ଧ୍ୟାନ ଦେବ । କମ୍ପାନୀ କ୍ଷୁଦ୍ର କାରବାରୀଙ୍କ କ୍ଷେତ୍ରକୁ ଉଚିତ ମୂଲ୍ୟରେ ଉତ୍ପାଦର ବିସ୍ତୁତ ଶୃଙ୍ଖଳାରୁ ଚୟନ ନେଇ ସୁଯୋଗ ପ୍ରଦାନ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.