ETV Bharat / business

ଅର୍ଥନୈତିକ ଚ୍ୟାଲେଞ୍ଜ ପରେ ବି ଟଙ୍କା 4 % ମଜବୁତ - ବୈଶ୍ବିକ ମୁଦ୍ରା ବଜାର

ଚଳିତ ଆର୍ଥିକ ବର୍ଷ ବହୁ ଅର୍ଥନୈତିକ ଆହ୍ବାନ ମଧ୍ୟରେ ଆମେରକୀୟ ଡଲାର ତୁଳନାରେ ଟଙ୍କା ମଜବୁତ ହୋଇଛି । ନିବେଶକଙ୍କ ଧାରଣା ସୁଦୃଢ ସହ ବୈଶ୍ବିକ ମୁଦ୍ରା ବଜାରରେ ଟଙ୍କାକୁ ମିଳିଛି ସମର୍ଥନ । ଅଧିକ ପଢନ୍ତୁ..

ଅର୍ଥନୈତିକ ଚ୍ୟାଲେଞ୍ଜ ପରେ ବି ଟଙ୍କା 4 % ମଜବୁତ

author img

By

Published : Mar 29, 2021, 9:58 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ବହୁ ଅର୍ଥନୈତିକ ଆହ୍ବାନ ମଧ୍ୟରେ ଆମେରକୀୟ ଡଲାର ତୁଳନାରେ ଟଙ୍କା ମଜବୁତ ହୋଇଛି । ନିବେଶକଙ୍କ ଧାରଣା ସୁଦୃଢ ସହ ବୈଶ୍ବିକ ମୁଦ୍ରା ବଜାରରେ ଟଙ୍କାକୁ ମିଳିଛି ସମର୍ଥନ ।

ବୈଦେଶିକ ପୁଞ୍ଜି ପ୍ରବାହ ନିରନ୍ତର ଭାବେ ଜାରି ଏବଂ ଆରବିଆଇ ପଲିସି ଦ୍ବାରା ଆର୍ଥିକ କ୍ଷେତ୍ରରେ ରହିଥିବା ଚ୍ୟାଲେଞ୍ଜ ପରେ ବି ଭାରତୀୟ ମୁଦ୍ରା ପାଇଁ 2020-21 ମଜବୁତ ବର୍ଷ ସୁନିଶ୍ଚିତ ହୋଇଛି । ବିଶେଷଜ୍ଞଙ୍କ ଅନୁସାରେ ଟଙ୍କା 2021-22ରେ ହାରାହାରୀ 73.50 ଟଙ୍କାରୁ 74 ଟଙ୍କା ରହିପାରେ । ଏହାର କାରଣ ହେଉଛି ଟୀରା ଆସିବା ପରେ ବି କୋରୋନା ମହାମାରୀକୁ ନେଇ ଆଶଙ୍କା ଜାରି ରହିଛି । ଏହାର ପ୍ରଭାବ ବିଦେଶୀ ବିନିମୟ ବଜାର ଉପରେ ଦେଖିବାକୁ ମିଳିପାରେ ।

ଆର୍ଥିକ ବର୍ଷ 2020-21 ଟଙ୍କା ପାଇଁ ଅସ୍ଥିର ବର୍ଷ ରହିଛି । ଇକ୍ୟୁଟି ବଜାରରେ ମହାମାରୀ ଯୋଗୁଁ ବ୍ୟାପକ ସ୍ତରରେ ସେଲଅଫ କାରଣରୁ ଟଙ୍କା ଗୋଟିଏ ସମୟରେ 76.90 ଟଙ୍କା ଛୁଇଁଥିଲା । ତେବେ ଟୀକା ଆସିବା ଆଶା ବଢିବା ଓ ଲକଡାଉନ କଟକଣା କୋହଳ ସରକାର ଓ କେନ୍ଦ୍ର ବ୍ୟାଙ୍କ ଦ୍ବାରା ପ୍ରୋତ୍ସାହନ ପ୍ୟାକେଜ ଯୋଗୁଁ ନିବେଶକଙ୍କ ମନରେ ବିଶ୍ବାସ ସୃଷ୍ଟି ହେଲା । ଆଉ ଟଙ୍କା ଡଲାର ତୁଳନାରେ 72 ଟଙ୍କା ସ୍ତରକୁ ଆସିଲା ।

ଅର୍ଥନୈତିକ ଆହ୍ବାନ ଏବଂ ଆର୍ଥିକ ନିଅଣ୍ଟ ଅଧିକ ଥିବା ସତ୍ତ୍ବେ ରିଜର୍ଭ ବ୍ୟାଙ୍କର ଆକର୍ଷଣୀୟ ପଦକ୍ଷେପ ଯୋଗୁଁ ଏ ବର୍ଷ ସରକାରୀ ସିକ୍ୟୁରିଟି ରିଟର୍ଣ୍ଣ କମ୍ ଥିଲା ଏବଂ ବୈଦେଶିକ ମୁଦ୍ରା ସଂରକ୍ଷଣ ଯଥେଷ୍ଟ ବୃଦ୍ଧି ପାଇଲା ବୋଲି ଏଚଡିଏଫସି ସିକ୍ୟୁରିଟିଜ ବିଷେଶଜ୍ଞ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.