ETV Bharat / business

ବିନା ଦରମାରେ କର୍ମଚାରୀଙ୍କୁ 5 ବର୍ଷ ଯାଏଁ ଛୁଟିରେ ପଠେଇବ ଏୟାର ଇଣ୍ଡିଆ - leave without pay in Air India

କିଛି କର୍ମଚାରୀଙ୍କୁ 6 ମାସରୁ ନେଇ 60 ମାସ ଯାଏଁ ବିନା ଦରମାରେ ଛୁଟିରେ ପଠାଇବାକୁ ପ୍ରସ୍ତୁତି କରୁଛି ଏୟାର ଇଣ୍ଡିଆ । ଆଉ ଏଥିପାଇଁ ଏୟାରଇଣ୍ଡିଆ ବୋର୍ଡ ମଞ୍ଜୁରୀ ମିଳିସାରିଛି । ଅଧିକ ପଢନ୍ତୁ..

ବିନା ଦରମାରେ କର୍ମଚାରୀଙ୍କୁ 5 ବର୍ଷ ଯାଏଁ ଛୁଟିରେ ପଠେଇବ ଏୟାର ଇଣ୍ଡିଆ

author img

By

Published : Jul 15, 2020, 8:46 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ଓ କ୍ଷତି ମଧ୍ୟରେ ଖର୍ଚ୍ଚ କମ କରିବାକୁ ଲାଗି ପଡିଛି ରାଷ୍ଟ୍ରାୟତ ବିମାନ ପରିଚାଳନା କମ୍ପାନୀ ଏୟାର ଇଣ୍ଡିଆ । କମ୍ପାନୀ ନିଜ କର୍ମଚାରୀଙ୍କୁ 6 ମାସରୁ ନେଇ 60 ମାସ ଯାଏଁ ବିନା ଦରମାରେ ଛୁଟିରେ ପଠାଇବାକୁ ପ୍ରସ୍ତୁତି କରୁଛି । ଆଉ ଏଥିପାଇଁ ଏୟାରଇଣ୍ଡିଆ ବୋର୍ଡ ମଞ୍ଜୁରୀ ମିଳିସାରିଛି ।

ବୋର୍ଡର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାରେକ୍ଟର ଏୟାର ଇଣ୍ଡଆର କିଛି ଷ୍ଟାଫଙ୍କୁ ବିନା ଦରମାରେ 5 ବର୍ଷ ଯାଏଁ ଛୁଟିରେ ପଠାଇବାକୁ ସୁପାରିଶ ପାଇଁ ଅନୁମତି ଦେଇଛି ।

ଏୟାର ଇଣ୍ଡିଆ ସିଏମଡି ରାଜୀବ ବଂଶଲ ଏବେ କର୍ମଚାରୀଙ୍କୁ 6 ମାସରୁ 2 ବର୍ଷ ଅବଧି ପାଇଁ ଛୁଟିରେ ପଠାଇପାରିବେ । ଏହାକୁ 5 ବର୍ଷ ଯାଏଁ ବଢାଇଯାଇପାରିବ । ଗୋଟିଏ ପଟେ କେନ୍ଦ୍ର ସରକାର ଏୟାରଲାଇନ ବିକ୍ରି ପାଇଁ ପ୍ରୟାସ କରୁଥିବା ବେଳେ ଅନ୍ୟପଟେ କମ୍ପାନୀ ବୋର୍ଡ ଏଭଳି ପଦକ୍ଷେପ ଗ୍ରହଣ କରିଛି ।

ତେବେ ଖରାପ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ଏହି ଛୁଟିରେ ପଠାଯିବ । ଏଥିପାଇଁ କର୍ମଚାରଙ୍କ ଫରଫର୍ମାନ୍ସକୁ 3ଟି ପ୍ରକ୍ରିୟାରେ ଆକଳନ କରାଯିବ । ଏହା ପରେ ଏମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବ । ପରେ ଏଥିରେ ସିଏମଡିଙ୍କ ମୋହର ଲାଗିବା ପରେ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.