ଲକ୍ଷ୍ନୌ: ବୁଧବାର ମୁମ୍ବାଇ ସ୍ଥିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଲକ୍ଷ୍ନୌ ନଗର ନିଗମ (ମୁନିସପାଲ) ବଣ୍ଡକୁ ସୂଚୀବଦ୍ଧ ହେବ । ଏହି ଅବସରରେ ଆୟୋଜିତ ସମାରୋହରେ ସାମିଲ ହେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମଙ୍ଗଳବାର ସରକାରୀ ମୁଖପାତ୍ର ଏ ନେଇ ସୂଚନା ଦେଇଛନ୍ତି ।
ସରକାରୀ ବିବୃତ୍ତି ଅନୁସାରେ , ଲକ୍ଷ୍ନୌ ନଗର ନିଗମର 200 କୋଟି ଟଙ୍କାର ବଣ୍ଡକୁ ସୂଚୀବଦ୍ଧ କରାଯାଉଛି । ଉତ୍ତର ଭାରତରେ କୌଣସି ନଗର ନିଗମ ୟୁନିଟ ଦ୍ବାରା ବଣ୍ଡ ଜାରି କରାଯାଉଥିବା ରାଜ୍ୟ ମଧ୍ୟରେ ଉତ୍ତର ପ୍ରଦେଶ ପ୍ରଥମ ।
ଷ୍ଟକ ଏକ୍ସଚେଞ୍ଜରେ ମ୍ୟୁନିସିପାଲିଟି ବଣ୍ଡର ତାଲିକାଭୁକ୍ତ ହେବା ଦ୍ବାରା ରାଜ୍ୟରେ ମୌଳିକ ସୁବିଧା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର କହିଛନ୍ତି ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ପରେ ମ୍ୟୁନିସିପାଲିଟି ବଣ୍ଡ କ୍ରୟ ଏବଂ ବିକ୍ରୟ ସୁନିଶ୍ଚିତ କରିବ । ଲକ୍ଷ୍ନୌ ମ୍ୟୁନିସିପାଲିଟି କର୍ପୋରେସନ୍ ବଣ୍ଡରେ ନିବେଶକଙ୍କ ଭଲ ଆଗ୍ରହ ରହିଛି । ଏଥିରେ 10 ବର୍ଷ ପାଇଁ 8.5 ପ୍ରତିଶତ ଏକ ଆକର୍ଷଣୀୟ କୁପନ୍ ହାର ପ୍ରାପ୍ତ ହୋଇଛି । ମ୍ୟୁନିସିପାଲିଟି ସଂସ୍ଥା ଦ୍ବାରା ଜାରି ହୋଇଥିବା ମ୍ୟୁନିସିପାଲିଟି କର୍ପୋରେସନ୍ ବଣ୍ଡର ଏହା ହେଉଛି ଦ୍ବିତୀୟ ସର୍ବନିମ୍ନ ହାର । ବଣ୍ଡ ପାଇଁ ନିର୍ଦ୍ଧିଷ୍ଟ ପରିମାଣ ଅପେକ୍ଷା ନିବେଶକଙ୍କଠାରୁ ସାଢେ ଚାରି ଗୁଣ ଅଧିକ ଅଭିଦାନ ପ୍ରାପ୍ତ ହୋଇଛି ।