ETV Bharat / business

ଗଡିବ ଟ୍ରେନ, ଷ୍ଟେସନ କାଉଣ୍ଟର ଓ କମନ ସର୍ଭିସ ସେଣ୍ଟରରେ ହେବ ଟିକେଟ ବୁକିଂ

ଜୁନ ପହିଲାରୁ ଟ୍ରେନ ସେବା ଆରମ୍ଭ ନେଇ ଟିକେଟ ବୁକିଂ ଆରମ୍ଭ । ଶୁକ୍ରବାର ଠାରୁ ସମଗ୍ର ଦେଶର କମନ ସର୍ଭିସ ସେଣ୍ଟରରେ ହେବ ଟିକେଟ ବୁକିଂ । ଆଗକୁ ଆହୁରି ଟ୍ରେନ ଚାଲିବ ବୋଲି ରେଳମନ୍ତ୍ରୀ ପୀୟୁଷ ଗୋଏଲ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

author img

By

Published : May 21, 2020, 5:44 PM IST

train Ticket bookings
ଷ୍ଟେସନ କାଉଣ୍ଟର ଓ କମନ ସର୍ବିସ ସେଣ୍ଟରରେ ହେବ ଟିକେଟ ବୁକିଂ

ନୂଆଦିଲ୍ଲୀ: ଜୁନ ପହିଲାରୁ ଗଡିବ 200 ଟ୍ରେନ । ଏଥିପାଇଁ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସମଗ୍ର ଦେଶରେ ପାଖାପାଖୀ 1.7 ଲକ୍ଷ କମନ ସର୍ଭିସ ସେଣ୍ଟରରେ ଟ୍ରେନ ଟିକେଟ ବୁକିଂ ଶୁକ୍ରବାର ଠାରୁ ଆରମ୍ଭ ହେବ। ଗୁରୁବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏ ନେଇ ସୂଚନା ଦେଇଛନ୍ତି ।

କମନ ସର୍ଭିସ ସେଣ୍ଟର ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ସରକାରଙ୍କ ଇ-ସେବାକୁ ଉପଲବ୍ଧ କରାଉଥିବା କେନ୍ଦ୍ର ଅଟେ । ଯେଉଁସବୁ ସ୍ଥାନରେ କମ୍ପ୍ୟୁଟର ଓ ଇଣ୍ଟରନେଟ ସୁବିଧା କମ କିମ୍ବା ଆଦୌ ନଥାଏ ସେଠାରେ ଏହି କେନ୍ଦ୍ରଗୁଡିକ ରହିଥାଏ ।

ସେହିପରି ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଆସନ୍ତା ଦୁଇ ତିନି ଦିନ ମଧ୍ୟରେ କେତେକ ଷ୍ଟେସନ କାଉଣ୍ଟରରୁ ମଧ୍ୟ ଟିକେଟ ବୁକିଂ ଆରମ୍ଭ ହେବ। ଏଥିପାଇଁ ରେଲୱେ ଟିମ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଉଛି ।

ତେବେ ଆଗକୁ ଆହୁରି ଟ୍ରେନ ଚାଲିବା ନେଇ ଶୀଘ୍ର ଘୋଷଣା କରାଯିବ ବୋଲି ଗୋଏଲ କହିଛନ୍ତି । ଜୁନ 1ରୁ ଆରମ୍ଭ ହେବାକୁ ଥିବା ଟ୍ରେନ ସେବା ପାଇଁ ବୁକିଂ ଖୋଲିବାର ମାତ୍ର ଅଢେଇ ଘଣ୍ଟାରେ 4 ଲକ୍ଷ ଯାତ୍ରୀ ଟିକେଟ ବୁକିଂ କରିଛନ୍ତି ବୋଲି ଗୋଏଲ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.