ETV Bharat / business

Home Loan: ହୋମ ଲୋନ ଟ୍ରାନ୍ସଫର କରୁଛନ୍ତି କି ? ଧ୍ୟାନ ଦିଅନ୍ତୁ

ନିଜସ୍ବ ଘରଟିଏ କିଣିବା ସମସ୍ତଙ୍କର ସ୍ବପ୍ନ । ସେଥିପାଇଁ ସେମାନେ ହୋମ ଲୋନ ନେଇଥାନ୍ତି । ବର୍ତ୍ତମାନ ବ୍ୟାଙ୍କ ବା ହାଉସିଂ କମ୍ପାନୀ ହୋମ ଲୋନ ଉପରେ ଚାର୍ଜ କରୁଥିବା ସୁଧ ଦର ଲୋକଙ୍କୁ ଆକୃଷ୍ଟ କରୁଛି । ତେଣୁ ପୂର୍ବରୁ ଲୋନ ନେଇଥିବା ବ୍ୟକ୍ତି ନିଜର ଲୋନ ଟ୍ରାନ୍ସଫର କରିବାକୁ ଚିନ୍ତା କରୁଛନ୍ତି । ତେବେ ଲୋନ ଟ୍ରାନ୍ସଫର କରିବା ଦ୍ବାରା ଆପଣ ଲାଭରେ ରହିବେ ନା ନାହିଁ, ତାହା ଜାଣିବା ପାଇଁ ପଢନ୍ତୁ

author img

By

Published : Mar 19, 2022, 2:20 PM IST

Home Loan: ହୋମ ଲୋନ ଟ୍ରାନ୍ସଫର ପୂର୍ବରୁ ଧ୍ୟାନ ଦିଅନ୍ତୁ

ହାଇଦ୍ରାବାଦ: ନିଜସ୍ବ ଘରଟିଏ କିଣିବା ସମସ୍ତଙ୍କର ସ୍ବପ୍ନ । ହୋମ ଲୋନ(Home Loan) ଏହି ସପ୍ନକୁ ସାକାର କରିବାରେ ସହାୟକ ହୋଇଥାଏ । ହୋମ ଲୋନ ଦେବା କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ନିଜ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ବର୍ତ୍ତମାନ ବ୍ୟାଙ୍କ ଏବଂ ହାଉସିଂ କମ୍ପାନୀମାନେ ୬.୪୦ ପ୍ରତିଶତରୁ ରୁ ୬.୬୦ ପ୍ରତିଶତ ସୁଧଦରରେ ଲୋନ ଦେଉଛନ୍ତି । ଯାହା ବହୁସଂଖ୍ୟକ ଲୋକଙ୍କୁ ଆକୃଷ୍ଟ କରୁଛି । ହେଲେ ଏପରି କିଛି ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ ପୂର୍ବରୁ ଲୋନ ନେଇସାରିଛନ୍ତି ଏବଂ ଏଥିପାଇଁ ଅଧିକ ସୁଧ ଦେଉଛନ୍ତି । ତେଣୁ ଏବେ କମ୍ ସୁଧହାରରେ ଲୋନ ଉପଲବ୍ଧ ହେଉଥିବାରୁ ସେମାନେ ନିଜର ପୂର୍ବ ଲୋନ ଅନ୍ୟ କମ୍ପାନୀଙ୍କୁ ସ୍ଥାନାନ୍ତରିତ(transfer) କରିବା ଦିଗରେ ପ୍ରଚେଷ୍ଟା କରୁଛନ୍ତି ।

ଗୋଟିଏ କମ୍ପାନୀରୁ ଅନ୍ୟ କମ୍ପାନୀକୁ ଲୋନ ଟ୍ରାନ୍ସଫର ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସୁଧଦରରୁ ଅର୍ଥ ସଞ୍ଚୟ କରିବା । ବ୍ୟାଙ୍କ କିମ୍ବା ବନ୍ଧକ ଋଣ ସଂସ୍ଥା ଋଣକର୍ତ୍ତାଙ୍କ ପାଇଁ ସୁଧହାର ନିର୍ଦ୍ଧାରିତ ପୂର୍ବରୁ କିଛି ଦିଗକୁ ବିଚାରକୁ ନେଇଥାନ୍ତି । ବିଶେଷକରି କ୍ରେଡିଟ ହିଷ୍ଟ୍ରି ଏବଂ କ୍ରେଡିଟ ସ୍କୋରକୁ ବିଚାରକୁ ନିଆଯାଏ । ଲୋନ ଟ୍ରାନ୍ସଫର କରିବା ସମୟରେ ଏହାର ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ଦେୟ ଦେବାକୁ ହୁଏ । ଡକ୍ୟୁମେଣ୍ଟସନ ଫି ଏବଂ ଅନ୍ୟ ଚାର୍ଜ ମଧ୍ୟ ଲାଗେ । ଏସବୁ ବିଷୟକୁ ଧ୍ୟାନରେ ରଖିବା ଉଚିତ୍ । ଯଦି ଆପଣଙ୍କୁ ଅନୁଭବ ହୁଏ ଯେ, ଏହି ଲୋନ ଟ୍ରାନ୍ସଫର ଦ୍ବାରା ଆପଣ କୌଣସି ବଡ ଲାଭ ପାଉନାହାନ୍ତି, ତେବେ ଟ୍ରାନ୍ସଫର କରିବାର ନିଜର ନିର୍ଣ୍ଣୟ ବଦଳାନ୍ତୁ । ଓଭରଡ୍ରାଫ୍ଟ(Overdraft account) ପରି ସେଠାରେ କୌଣସି ସୁବିଧା ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରନ୍ତୁ ।

ନୂଆ ହୋମ ଆକାଉଣ୍ଟ ଖୋଲିବା ବ୍ୟତୀତ ଏକ ଓଭରଡ୍ରାଫ୍ଟ ଆକାଉଣ୍ଟ ମଧ୍ୟ ଖୋଲିବା ଜରୁରୀ । ଋଣକର୍ତ୍ତା ଏଥିରେ ନିଜର ବଳକା ରାଶି ଜମା କରିବା ଉଚିତ୍ । ଯଦ୍ବାରା ଆବଶ୍ୟକସ୍ଥଳେ ଏହି ଆକାଉଣ୍ଟରୁ ସେ ଟଙ୍କା ଉଠାଣ କରିପାରିବେ । ସୁଧହାର ହିସାବ କରାଯିବା ସମୟରେ ଓଭରଡ୍ରାଫ୍ଟ ଆକାଉଣ୍ଟରେ ଥିବା ଜମାକୁ ବାଦ୍ ଦିଆଯାଇ ଅବଶିଷ୍ଟ ରାଶି ଉପରେ ସୁଧ ଆଦାୟ କରାଯାଏ । ଯାହା ଦୀର୍ଘକାଳରେ ବୋଝ ଭାର କମ୍ କରିଥାଏ ।

ହୋମ ଲୋନ ନେବାର କିଛି ବର୍ଷ ପରେ ଏହାକୁ ଟ୍ରାନ୍ସଫର କରିବାରେ କୌଣସି ବଡ ଫାଇଦା ମିଳିନଥାଏ । ସେଥିପାଇଁ ଆରମ୍ଭରୁ ହିଁ ଉଚ୍ଚ ସୁଧଦର ବିଶିଷ୍ଟ ବ୍ୟାଙ୍କ ବା ଋଣ ସଂସ୍ଥାରୁ କମ୍ ସୁଧଦର ସଂସ୍ଥାକୁ ସ୍ଥାନାନ୍ତରିତ ହେବା ଉଚିତ୍ । ଲୋନ ଆରମ୍ଭରୁ ସୁଧ ଅଂଶ ଆଦାୟ କରାଯାଇଥାଏ । ପ୍ରକୃତ ସୁଧ ଅଂଶ ସମୟ ସହିତ କମିଯାଇଥାଏ । ତେଣୁ ଯଦି ଆମେ କିଛି ସମୟ ପରେ ଲୋନ ପରିବର୍ତ୍ତନ କରୁଛେ ଏବଂ ପୂର୍ବରୁ ହିଁ ଅଧିକ ସୁଧ ଦେଇସାରିଛେ ତେବେ ସ୍ଥାନାନ୍ତରିତ ପରେ ମଧ୍ୟ ପୁଣିଥରେ ସୁଧ ଦେବାକୁ ପଡିବ । ଯାହା ଋଣ ନେଇଥିବା ବ୍ୟକ୍ତିଙ୍କ ଉପରେ ଏକ ବଡ ବୋଝ । ତେଣୁ ଯେପରି ପ୍ରଚଳିତ ଲୋନ ଅବଧି ଏବଂ ନୂତନ ଲୋନ ଅବଧି ସମାନ ଥିବ ତାହା ସୁନିଶ୍ଚିତ ହୁଅନ୍ତୁ । ଉଦାହରଣସୂରୁପ, ଆପଣଙ୍କ ବର୍ତ୍ତମାନର ଲୋନ ଅବଧି ୨୦ ବର୍ଷ । ମନେକର ଆପଣ ଦୁଇ ବର୍ଷ ହେଲା ସୁଧ ଦେଇଛନ୍ତି । ଏପରି ସ୍ଥିତିରେ ଲୋନ ସ୍ଥାନାନ୍ତରିତ କରିବା ସମୟରେ ଅବଶିଷ୍ଟ ୧୮ ବର୍ଷ ଅବଧି ହିଁ ରଖାଯିବା ଉଚିତ୍ । EMI ଭାର କମାଇବା ପାଇଁ ସମୟସୀମା ବୃଦ୍ଧି କରାଯାଇପାରେ । କିନ୍ତୁ ଭୁଲନ୍ତୁ ନାହିଁ ଯେ ସୁଧ ଭାର ଏହା ସହିତ ସମାନ ଅଟେ ।

Paisabazar.comର ହୋମଲୋନ ମୁଖ୍ୟ ରତନ ଚୌଧୁରୀ କହିବାନୁଯାୟୀ, ଆପଣ ନେଇଥିବା ହୋମ ଲୋନ ଉପରେ ଟପ୍ ଅପ୍(top up) ନେବାର ସୁବିଧା ରହିଛି । ଋଣଦାତା ସେତେବେଳେ ଏହି ଟପ୍ ଅପ୍ ଲୋନ ଦିଅନ୍ତି ଯେତେବେଳେ ଆପଣ ନିୟମତ କିସ୍ତି ପ୍ରଦାନ କରୁଥିବେ । ମନେକର, କୌଣସି ସମୟରେ ଆପଣ ଟପ୍ ଅପ୍ ଲୋନ ଆବଶ୍ୟକ କରୁଛନ୍ତି ହେଲେ ଏହା ଆପଣଙ୍କୁ ମିଳୁନାହିଁ । ଏପରିସ୍ଥଳେ ଲୋନକୁ ନୂଆ କମ୍ପାନୀକୁ ଟ୍ରାନ୍ସଫର କରାଯାଇପାରେ ଏବଂ ଏକକ ଋଣ( single loan) ଭାବେ ବୃହତ୍ ରାଶି ନିଆଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.