ETV Bharat / business

ପହିଲାରୁ ବଞ୍ଚିବ ଟଙ୍କା, ବଢିବ ସଞ୍ଚୟ - ହୋମଲୋନ ଶସ୍ତା

କାର କିଣିବାକୁ ଇଚ୍ଛୁକ କି? ବିଦେଶରେ ପାଠ ପଢିବାକୁ ମନବଳାଉଛନ୍ତି କି? ନିଜ ସ୍ବପ୍ନର ଘରଟିଏ କିମିବାକୁ ଆଗ୍ରହୀ କି? ଦଶହରାରରେ ଟିକେ ଅଧିକ ସେଲିବ୍ରେସନ ପାଇଁ ପ୍ଲାନିଂ କରୁଛନ୍ତି କି ? ତେବେ ଟେନସନ ନିଅନ୍ତୁ ନାହିଁ ପହିଲାରୁ ଶସ୍ତା ହେବ ଋଣ । ଜାଣନ୍ତୁ କଣ ଆଉ କେତେ ବଞ୍ଚିବ ଆପଣଙ୍କ ଟଙ୍କା ।

ପ୍ରତିକାତ୍ମକ ଫଟୋ
author img

By

Published : Aug 29, 2019, 2:02 PM IST

ନୂଆଦିଲ୍ଲୀ: ଦିନ କେଇଟା ପରେ ସରିବ ଅଗଷ୍ଟ ମାସ । ଏଥିପାଇଁ ଲୋକଙ୍କ ପକେଟ ବି ସରିବା ଉପରେ । ତେବେ ଆଗମୀ ମାସ ଆରମ୍ଭ ପୂର୍ବରୁ ଜାଣିରଖୁନ୍ତୁ କଣ ଶସ୍ତା ହେବ ଆଉ କଣ ମହଙ୍ଗା ? ଯେପରି ସେପ୍ଟମ୍ବରର ବଜେଟ ପାଇଁ ଆପଣଙ୍କୁ ବେଶି ଚିନ୍ତା କରିବାକୁ ପଡିବ ନାହିଁ । ଏଥିସହ ଆପଣଙ୍କ ସଞ୍ଚୟ ମଧ୍ୟ ଅଧିକ ହୋଇପାରି ।

ସେପ୍ଟେମ୍ବର 1ରୁ ବହୁ ଆର୍ଥିକ ନିୟମରେ ପରିବର୍ତ୍ତନ ହେବ । କିଛି ମହଙ୍ଗା ଓ ଶସ୍ତା ମଧ୍ୟ ହେବ । ତେବେ କେଉଁ ସବୁ ଜିନିଷ ଶସ୍ତା ହେବ ଜାଣନ୍ତୁ...

ହୋମଲୋନ ଶସ୍ତା
ପହିଲାରୁ କମିବ ହେବ ଘରୋଇ ଇଏମଆଇ । ଏସବିଆଇ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ସମେତ ବହୁ ବ୍ୟାଙ୍କ ହୋମଲୋନ ଶସ୍ତା କରିବେ । ଏସବିଆଇର ହୋମ ଲୋନର ସୁଧହାର 0.20 ପ୍ରତିଶତ ହ୍ରାସ ପାଇବ । ସେପଟେ ବ୍ୟାଙ୍କ ଅଫ ମହାରାଷ୍ଟ୍ରରର କହିଛି ଯେ, ରିଟେଲ ଲୋନ ସୁଧକୁ ରୋପୋରେଟ ସହ ଯୋଡିବା ପରେ ବ୍ୟାଙ୍କକୁ ଯେଉଁ ଲାଭ ମିଳିବ ତାହାକୁ କମ ସୁଧ ଭାବରେ ଗ୍ରାହକଙ୍କୁ ଦିଆଯିବ । କହିରଖୁଛୁ ଯେ, ରେପୋରେଟରେ ବ୍ୟାଙ୍କର ସୁଧହାର ଯୋଡିବହା ପରେ ଆରବିଆଇ ରୋପୋରେଟରେ ଯେବେ ବି ପରିବର୍ତ୍ତନ କରିବ , ସେହି ସମୟରେ ବ୍ୟାଙ୍କ ସୁଧ ମଧ୍ୟ ବଦଳିବ । ସେପ୍ଟମ୍ବରରେ ଆରବିଆଇ ହୋମ ଲୋନ ଉପରେ ସୁଧ 8.05 ପ୍ରତିଶତ ରଖିଥିଲା । ହେଲେ ଆରବିଆଇ ରେପୋରେଟ କମାଇ 5.40 ପ୍ରତିଶତ କରିବା ପରେ ଇଏମଆଇ ମଧ୍ୟ ଶସ୍ତା ହୋଇଗଲା ।

ଅଟୋ ଲୋନ ମଧ୍ୟ କମିଲା
ପାର୍ବଣର ବିଗୁଲ ବାଜିସାରିଛି । ଆଗମୀ କେଇ ମାସ ଗୋଟିଏ ପରେ ଗୋଟିଏ ପର୍ବ । ଏହାକୁ ନଜରରେ ରଖି ଏସବିଆଇ ଅଟୋ ଲୋନ ଉପରେ ବମ୍ପର ଅଫର ଦେଇଛି । ଯାହା ଫଳରେ କାର ଲୋନ ଶସ୍ତା ହୋଇଛି । ଏସବିଆଇର ଡିଜିଟାଲ ପ୍ଲାର୍ଟଫର୍ମ କିମ୍ବା ୱେବସାଇଟ ମାଧ୍ୟମରେ ଲୋନ ପାଇଁ ଆବେଦନ କରିହେବ । ଏଥିପାଇଁ ଗ୍ରାହକଙ୍କୁ ସୁଧହାରରେ 0.25 ପ୍ରତିଶତ ରିହାତି ମିଳିବ । ଏପଟେ ବେତନଭୋଗୀ ଗ୍ରାହକ କାର ଅନ ରୋଡ ଦାମ ଉପରେ 90 ପ୍ରତିଶତ ପର୍ଯ୍ୟନ୍ତ ଲୋନ ନେଇପାରିବେ ।

ଶସ୍ତାରେ ଶିକ୍ଷା ଋଣ
ପହିଲାରୁ ଏସିବିଆଇ କମ ସୁଧରେ ଶିକ୍ଷା ଋଣ ଦେବ । 8.40 ପ୍ରତିଶତ ବଦଳରେ 8.25 ପ୍ରତିଶତ ସୁଧରେ 50 ଲକ୍ଷ ଓ ବିଦେଶରେ ପଢିବାକୁ 1.5 କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ ଦେବା ପାଇଁ ବ୍ୟବସ୍ଥା ଲାଗୁ ହେବ । ଆଉ ଏହି ଟଙ୍କାକୁ ସୁଝିବା ପାଇଁ ସର୍ବାଧିକ 15 ବର୍ଷ ଅବଧି ମିଳିବ ।

ବ୍ୟକ୍ତିଗତ ଋଣ ସୁଧ ଅଧିକ କମିବ

ପର୍ବଣ ଋଣତୁରେ ଆବଶ୍ୟକତା ବଢିଯାଇଥାଏ । ସେହିପରି ଆଗକୁ ବିବାହ ସିଜନ ମଧ୍ୟ ରହିଛି । ଏଥିପାଇଁ ଅଧିକ ଟଙ୍କା ଦରକାର । ତେବେ ଚିନ୍ତା କରନ୍ତୁ ନାହିଁ । ଏସବିଆଇ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବୁଠୁ ଶସ୍ତାରେ ଦେବ । 6 ବର୍ଷ ଅବଧିରେ 11.90% ବଦଳରେ ମାତ୍ର 10.75% ସୁଧରେ ଋଣ ଦେବ । ସାଲେରୀ ଆକାଉଣ୍ଟ ଥିବା ଅର୍ଥାନ ୟୋନୋ ଗ୍ରାହକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରିମ ମଞ୍ଜୁରୀ ଦିଆଯିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.