ETV Bharat / business

ବଜେଟ 2020: ସ୍ବାସ୍ଥ୍ୟ ମାଗୁଛି ଅଧିକ - big announcement on the improvement in the health sector

ସ୍ବାସ୍ଥ୍ୟ ହିଁ ସମ୍ପଦ । ହେଲେ ଏବେ ଦେଶର ଅଭିବୃଦ୍ଧିର 1 ପ୍ରତିଶତ ମଧ୍ୟ ପାଉନି ଜନତାଙ୍କ ସ୍ବାସ୍ଥ୍ୟ । ସମୟରେ ସଠିକ ସେବା ଚିକିତ୍ସା ଅଭାବରୁ ପ୍ରତିଦିନ ଅକାଳରେ ବହୁ ଜୀବନ ଯାଉଛି । ଏଣୁ ଆଗାମୀ ବଜେଟରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେବା ସହ ଅଦିକ ବ୍ୟୟ ବରାଦ ପାଇଁ ଆଶା ରଖିଛନ୍ତି ସାଧାରଣ ଜନତା ।

there may be a big announcement on the improvement in the health sector
ବଜେଟ 2020: ସ୍ବାସ୍ଥ୍ୟକୁ ଅଧିକ ଦରକାର
author img

By

Published : Jan 29, 2020, 8:02 PM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରେ ଅସୁସ୍ଥ ରହିଛି ସ୍ବାସ୍ଥ୍ୟସେବା । ରାଜସ୍ଥାନର କୋଟା ହେଉ କି ଓଡିଶାର କେବିକେ ଅଞ୍ଚଳ , ପ୍ରାୟ ସ୍ଥାନରେ ରହିଥିବା ସରକାରୀ ହସ୍ପିଟାଲର ଅବ୍ୟବସ୍ଥା ଯୋଗୁଁ ଚିକିତ୍ସା ପାଇବାରୁ ବଞ୍ଚିତ ରହୁଛନ୍ତି ରୋଗୀ । ଏହି ପରିକ୍ଷେତ୍ରୀରେ ଆଗାମୀ ବଜେଟରେ ସୁସ୍ଥ ସ୍ବାସ୍ଥ୍ୟ ସେବାର ଆଶା ରଖିଛନ୍ତି ସାଧାରଣ ଜନତା ।

ମୋଟ ଘରୋଇ ଉତ୍ପାଦର(ଜିଡିପି) 2.5 ପ୍ରତିଶତ ସ୍ବାସ୍ଥ୍ୟ ସେବା ପାଇଁ ଖର୍ଚ୍ଚ କରିବାକୁ ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପୂରଣ ପାଇଁ ଅପିଲ କରାଯାଇଛି । ଦେଶରେ 75 ନୂଆ ମେଡିକାଲ କଲେଜ ଖୋଳିବା ସହ ବର୍ତ୍ତମାନ ରହିଥିବା ମେଡିକାଲ କେଲଜ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇଁ ସରକାର ପ୍ରାଥମିକତା ରଖାଯାଉ । ଏଥିସହ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ରାଜ୍ୟକୁ ସରକାରୀ ହସ୍ପିଟାଲରେ ଚିକିତ୍ସା ସେବା ଉପଲବ୍ଧ କରିବାକୁ ଆର୍ଥିକ ସାହାଯ୍ୟ ବଢାଇବାକୁ କୁହାଯାଇଛି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ ହସ୍ପିଟାଲର ସ୍ଥିତିରେ ସୁଧାର ପାଇଁ ବଡ ଯୋଜନାର ଘୋଷଣା କରିପାରନ୍ତି । ଗତ 2 ବର୍ଷ ତଳେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଅଧିନରେ 10 କୋଟିରୁ ଉର୍ଦ୍ଧ୍ବ ଗରିବ ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇବା ପାଇଁ ପ୍ରୟାସ ଚାଲିଛି ।

ତେବେ ଏବେ ସୁଦ୍ଧା ଏହି ଯୋଜନା ଅଧିନରେ 70 ଲକ୍ଷରୁ ଅଧିକ ଗରିବଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଏଥିସହ 2022 ସୁଦ୍ଧା ସାଧାରଣ ଜନତାଙ୍କ ପାଖରେ ଅତ୍ୟାଧୁନିକ ଯାଞ୍ଚ ସୁବିଧା ଦେବା ପାଇଁ ଦେଶର ୱେଲନେସ ସେଣ୍ଟର ଖୋଲିବା କାମ ମଧ୍ୟ ଚାଲିଛି । ହେଲେ ଆୟୁଷ୍ମାନ ଭାରତ ଅଧିନରେ କେବଳ ଗମ୍ଭୀର, ମାରାତ୍ମକ ରୋଗର ଚିକିତ୍ସା ପାଇଁ ସୁବିଧା ଦିଆଯାଉଛି।

ସେହିଭଳି ସରକାର ଗତ ବଜେଟରେ କରିଥିବା ପ୍ରତିଶ୍ରୁତି ଏବେ ସୁଦ୍ଧା ପାଳନ ହୋଇନାହିଁ । ଜିଡିପିର 2.5 ପ୍ରତିଶତ ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହେବାକୁ କୁହାଯାଇଥିବା ବେଳେ ଏବେ 1 ପ୍ରତିଶରୁ ମଧ୍ୟ କମ ବ୍ୟୟ ହେଉଛି । ଏସବୁକୁ ଦୃଷ୍ଟିରେ ରଖି ବଜେଟ ବ୍ୟୟକୁ ବଢାଇବାକୁ ଦାବି ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.