ନୂଆଦିଲ୍ଲୀ: ଅର୍ଥମନ୍ତ୍ରାଣଳୟର ପୁରୁଣା ମହାରଥୀ ତରୁଣ ବଜାଜ ଶୁକ୍ରବାର ଆର୍ଥିକ ମାମଲାର ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ମନ୍ତ୍ରାଣଳୟକୁ ସେ ଏପରି ସମୟରେ କମବ୍ୟାକ କରିଛନ୍ତି , ଯେବେ କୋରୋନା ଭାଇରସ ସଙ୍କଟ ଯୋଗୁଁ ଅର୍ଥବ୍ୟବସ୍ଥା ଚିନ୍ତାଜନକ ରହିଛି ।
ଏହା ପୂର୍ବରୁ ବଜାଜ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅତିରିକ୍ତ ସଚିବ ରହିଥିଲେ । ବଜାଜ 1988 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ସେ ମନ୍ତ୍ରାଣଳୟରେ ଏବେ ଅତୁନ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ରହିବେ । ଗୁରୁବାର ଚକ୍ରବର୍ତ୍ତୀ ନିଜ ଦାୟିତ୍ବରୁ ଅବସର ନେଇଛନ୍ତି ।
ଏନେଇ ମନ୍ତ୍ରାଣଳୟ ପକ୍ଷରୁ ଟ୍ବିଟ କରି ଜଣାଇଦିଆଯାଇଛି କି ତରୁଣ ବଜାଜ ଏବେ ଆର୍ଥିକ ମାମଲା ବିଭାଗର ସଚିବ ଦାୟିତ୍ବ ତୁଲାଇବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳଯ ଯିବା ପୂର୍ବରୁ ବଜାଜ ଆର୍ଥିକ ମାମଲା ବିଭାଗର ସଂଯୁକ୍ତ ସଚିବ ଥିଲେ । ସେ ଆର୍ଥିକ ସେବା ବିଭାଗର ସଂଯୁକ୍ତ ସଚିବ ଓ ନିର୍ଦ୍ଦେଶକ ରହିଥିଲେ ।