ETV Bharat / business

‘ରାଜ୍ୟକୁ ଦରକାର ଅଧିକ ନଗଦ, ଦିଆଯାଉ ଜିଏସଟି ବକେୟା’ - ରାଜ୍ୟକୁ କେନ୍ଦ୍ରର ଜିଏସଟି ବକେୟା

ଯଦି ରାଜ୍ୟ ସରକାର ଋଣ ନେଉଛନ୍ତି, ତେବେ ଏହାର ସିଧା ପ୍ରଭାବ ସେମାନଙ୍କ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ପଡିବ ବୋଲି ଚିଦାମ୍ବରମ ଦର୍ଶାଇଛନ୍ତି। ଅଧିକ ପଢନ୍ତୁ..

‘ରାଜ୍ୟକୁ ଦରକାର ଅଧିକ ନଗଦ,  ଦିଆଯାଉ ଜିଏସଟି ବକେୟା’

author img

By

Published : Sep 10, 2020, 4:59 PM IST

ନୂଆଦିଲ୍ଲୀ: ଜିଏସଟି ଦେୟ ପାଇଁ ରାଜ୍ୟକୁ ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ‘ଆଶ୍ବାସନା ପତ୍ର’('Letter of Comfort')କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ସେ କହିଛନ୍ତି ଯେ ଏସବୁ ସ୍ବାନ୍ତ୍ବନାର ଶବ୍ଦ ଏବଂ ଏହାର କୌଣସି ଅର୍ଥ ନାହିଁ। ହାର୍ଡ କ୍ୟାସର ଆବଶ୍ୟକତା ରହିଛି । କେନ୍ଦ୍ର ସରକାରଙ୍କର ଅନେକ ବିକଳ୍ପ ଓ ପଦ୍ଧତି ଅଛି, ଯାହା ଦ୍ବାରା ଏହା ରାଜ୍ୟମାନଙ୍କୁ ଜିଏସଟି ପେମେଣ୍ଟ କରିପାରିବ ।

ଯଦି ରାଜ୍ୟ ସରକାର ଋଣ ନେଉଛନ୍ତି, ତେବେ ଏହାର ସିଧା ପ୍ରଭାବ ସେମାନଙ୍କ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ପଡିବ ବୋଲି ଚିଦାମ୍ବରମ ଦର୍ଶାଇଛନ୍ତି । ତେବେ ଏହି ଲେଟର ଅଫ କମ୍ପର୍ଟ ଅର୍ଥାତ ଆଶ୍ବାସନା ପତ୍ର ପ୍ରଦାନକୁ ପଞ୍ଜାବ, ତାମିଲନାଡୁ, ଛତିଶଗଡ ସମେତ ଅନେକ ରାଜ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦାବି କରିଛନ୍ତି କି କେନ୍ଦ୍ର ସରକାର 2,828 କୋଟି ଟଙ୍କା ତୁରନ୍ତ ଉପଲବ୍ଧ କରନ୍ତୁ, ଯାହାକି 2020-21ର ବକେୟା ରାଶି ।

ସେପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି କରିଛନ୍ତି କି ରାଜ୍ୟକୁ ଜିଏସଟି ବାବଦରେ ହୋଇଥିବା କ୍ଷତିର ଭରଣା କରାଯାଉ । ଏହା କେନ୍ଦ୍ର ସରକାରଙ୍କ ଦାୟିତ୍ବ । ରାଜ୍ୟ ନିଜେ ଋଣ ନିଅନ୍ତୁ ବୋଲି କହିବା ଦ୍ବାରା ରାଜ୍ୟର ଉତ୍ସ ଉପରେ ପ୍ରଭାବ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.