ETV Bharat / business

ଏସବିଆଇ କମାଇଲା ସୁଧ ଦର, ବରିଷ୍ଠ ନାଗରିକଙ୍କ ପାଇଁ ଆଣିଲା ସ୍ବତନ୍ତ୍ର ସ୍କିମ - ଏସବିଆଇ ସୁଧ ଦର

ଏସବିଆଇ କମାଇଲା ସୁଧ ଦର । ଜାଣନ୍ତୁ ଆପଣଙ୍କର କିସ୍ତି ଉପରେ କେତେ ପଡିଲା ଏହାର ପ୍ରଭାବ । ଏଥିସହ ବରିଷ୍ଠ ନାଗିରିଙ୍କ ପାଇଁ କଣ ରହିଛି ନୂଆ ସ୍କିମ , ଯେଉଁଥିରେ ଆପଣଙ୍କୁ ମିଳିବ ଅଧିକ ସୁଧ । ଅଧିକ ପଢନ୍ତୁ...

SBI cuts lending rate by 15 bps
ଏସବିଆଇ କମାଇଲା ସୁଧ ଦର, ବରିଷ୍ଠ ନାଗରିକଙ୍କ ପାଇଁ ଆଣିଲା ସ୍ବତନ୍ତ୍ର ସ୍କିମ
author img

By

Published : May 7, 2020, 7:48 PM IST

ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ଗ୍ରାହକଙ୍କୁ ଭେଟି ଦେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଏସବିଆଇ ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଙ୍ଗ ରେଟ (ଏମସିଏଲଆର)ରେ 0.15 ପ୍ରତିଶତ ହ୍ରାସ କରିଛି । ଫଳରେ ଗୃହ ଋଣ ସୁଧ ହାର ଆହୁରୀ ଶସ୍ତା ହେବ । କେବଳ ଏତିକି ନୁହେଁ ଏସବିଆଇ ବରିଷ୍ଠ ନାଗରିକଭଙ୍କ ପାଇଁ ଏକ ବିଶେଷ ଜମା ଯୋଜନା ଆରମ୍ଭ କରିଛି । ଯାହା ଦ୍ବାରା ସେମାନଙ୍କୁ ଅଧିକ ସୁଧ ମିଳିବ ।

ଏସବିଆଇ ଏକ ବିବୃତ୍ତିରେ କହିଛି ଯେ ସୁଧ ଦର ହ୍ରାସ ସହ ବର୍ତ୍ତମାନ ସ୍ଥିତିରେ ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସେମାନଙ୍କ ପାଇଁ ‘ଏସବିଆଇ ଭିକେୟାର ଡିପୋଜିଟ’ ସ୍କିମ ଲଞ୍ଚ କରିଛି ।

ବ୍ୟାଙ୍କ ଏହି ସ୍କିମକୁ ଖୁଚୁରା ଟର୍ମ ଜମା ବିଭାଗରେ ଆରମ୍ଭ କରିଛି। ଏହି ନୂତନ ଜମା ଯୋଜନା ଅଧୀନରେ ବରିଷ୍ଠ ନାଗରିକମାନଙ୍କୁ ପାଞ୍ଚ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଖୁଚୁରା ଟର୍ମ ଜମା ଉପରେ ଅତିରିକ୍ତ 0.30 ପ୍ରତିଶତ ପ୍ରିମିୟମ ପ୍ରଦାନ କରାଯିବ। ଏହି ଯୋଜନା ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବଳବତ୍ତର ରହିବ।

ତେବେ ଏସବିଆଇ ଖୁଚୁରା ଅବଧି 'ତିନି ବର୍ଷ ପର୍ଯ୍ୟନ୍ତ' ଜମା ଉପରେ ସୁଧ ହାର 0.20 ପ୍ରତିଶତ ହ୍ରାସ କରିଛି। ବ୍ୟବସ୍ଥା ଏବଂ ଏହାର ପର୍ଯ୍ୟାପ୍ତ ଲିକ୍ୟୁଡିଟି ଥିବା ହେତୁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି ବୋଲି କହିଛି। ଏହି ରିହାତି ମେ 12 ରୁ ପ୍ରଯୁଜ୍ୟ ହେବ ।

ଋଣ ଦର ହ୍ରାସ ପରେ ଏମସିଏଲଆର 7.40 ପ୍ରତିଶତରୁ ହ୍ରାସ ପାଇ 7.25 ପ୍ରତିଶତରେ ପହଞ୍ଚିଛି । ଏହି ନୂଆ ଦର ମେ 10ରୁ ଲାଗୁ ହେବ । ବ୍ୟାଙ୍କ ଏହି ଏମସିଏଲଆର ଲଗାତାର 12ଥର ଧରି ହ୍ରାସ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.