ETV Bharat / business

କିଣନ୍ତୁ ନିଜ ମନପସନ୍ଦର ଘର , ଏସବିଆଇ ଦେବ ଟଙ୍କା - interest rate

ଆପଣ ଘର କିଣିବାକୁ ଚାହାନ୍ତି କି? ତେବେ ଟଙ୍କା କଥା ଚିନ୍ତା କରନ୍ତୁନାହିଁ । ଆପଣଙ୍କ ଲୋକପ୍ରିୟ ବ୍ୟାଙ୍କ ଏସବିଆଇ ଦେବ ଟଙ୍କା

SBI
author img

By

Published : Feb 9, 2019, 5:10 PM IST

ନୂଆଦିଲ୍ଲୀ: ଆପଣ ଘର କିଣିବାକୁ ଚାହାନ୍ତି କି? ତେବେ ଟଙ୍କା କଥା ଚିନ୍ତା କରନ୍ତୁନାହିଁ । ଆପଣଙ୍କ ଲୋକପ୍ରିୟ ବ୍ୟାଙ୍କ ଏସବିଆଇ ଦେବ ଟଙ୍କା । ସେ ପୁଣି କମ ସୁଧହାରରେ । ଶୁକ୍ରବାର ଏସବିଆଇ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଏଣିକି 30ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଗୃହଋଣ ଉପରେ ସୁଧହାର 5 ବେସିସ ପଏଣ୍ଟ କମାଯିବ ବୋଲି ବ୍ୟାଙ୍କ ପ୍ରକାଶ କରିଛି । ଫଳରେ ଆଗମୀ ଦିନରେ ଆପଣ କମ ସୁଧରେ 30ଲକ୍ଷ ଟଙ୍କା ଋଣ ନେଇ ନିଜ ସ୍ବପ୍ନର ଘରକୁ କିଣିବାରେ ସଫଳ ହୋଇପାରିବେ ।

ଗୁରୁବାର ଆରବିଆଇ ରେପୋହାର 0.25 ବେସିକ ପଏଣ୍ଟ ହ୍ରାସ କରିବା ପରେ ଏସବିଆଇ ମଧ୍ୟ ତାର ସୁଧହାର କମାଇଛି । ଗ୍ରାହକ ଯେପରି ସହଜରେ ଓ ସୁଲଭ ଦରରେ ଘର ପାଇପାରିବେ ସେଥିପାଇଁ ଏସିବିଆଇ ତାର ହୋମଲୋନ ବ୍ୟବସ୍ଥାରେ ଏହି ସବୁ ପରିବର୍ତ୍ତନ କରିଛି ।

ଦେଶର ସର୍ବବୃହତ୍ତ ବ୍ୟାଙ୍କ ଭାବେ ଏସବିଆଇ ସର୍ବଦା ଗ୍ରାହକଙ୍କ ହିତରେ ଆଗଭର ରହିଥାଏ । ଏଣୁ ହୋମଲୋନ କ୍ଷେତ୍ରରେ ଏସବିଆଇର ଭାଗୀଦାର ସବୁଠାରୁ ଅଧିକ ରହିଥାଏ ବୋଲି ବ୍ୟାଙ୍କ ଅଧ୍ୟକ୍ଷ ରଜନିଶ କୁମାର କହିଛନ୍ତି ।

ବନିକା ଗାଁ କୁ ପଶିଲେ ୧୬ ହାତୀ ପଲ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବନିକା ଗ୍ରାମରେ ଗତକାଲି ରାତିରେ ୧୬ ହାତୀ ପଲ ପଶି ଉପଦ୍ରବ କରିଛନ୍ତି । ହାତୀପଲ ଗ୍ରାମର ଚିନ୍ତାମଣି ମହାନ୍ତଙ୍କ ଘର ଭାଙ୍ଗିବା ସହିତ୨୦ ବସ୍ତା  ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି । ସେହିପରି ଗ୍ରାମର ଖଗେଶ୍ୱର ସିଂହଙ୍କ ଆଲୁଚାଷ ମଧ୍ୟ ନଷ୍ଟ କରିଛନ୍ତି । ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଗ୍ରାମରେ ଜଙ୍ଗଲ ବିଭାଗର କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।ବର୍ତ୍ତମାନ ଗ୍ରାମ ନିକଟସ୍ଥ ଏକ ଆକାଶିଆ ଜଙ୍ଗଲରେ ହାତୀପଲ ରହିଥିବା ଜଣା ପଡ଼ିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.