ନୂଆଦିଲ୍ଲୀ: ମହଙ୍ଗା ମୋବାଇଲ ସେବାରୁ ଗ୍ରାହକଙ୍କୁ ଆଶ୍ବସ୍ତି । ରିଲାନ୍ସ ଜିଓ ଠାରୁ ଏୟାରଟେଲ , ଭୋଡାଫୋନ -ଆଇଡିଆ ନିଜ ନିଜ ଅନଲିମିଟେଡ ପ୍ଲାନରୁ ଏଫୟୁପି( Fair Use Policy) ଲିମିଟକୁ ହଟାଇଛନ୍ତି । ସେପଟେ ରିଲାନ୍ସ ଜିଓ 98 ଓ 149 ଟଙ୍କିଆ ପ୍ରିପେଡ ପ୍ଲାନକୁ ଫେରସ୍ତ ନେଇଛି ।

ଅନ୍ୟ ଟେଲିକମ କମ୍ପାନୀ ସହ ପ୍ରତିଦ୍ବନ୍ଦିତା କରି ଜିଓ ପକ୍ଷରୁ ଡିସେମ୍ବର 6ରୁ ଲାଗୁ ହୋଇଥିବା ପ୍ରିପେଡ ପ୍ଲାନ ଲିଷ୍ଟରେ ଏହି 2ପୁରୁଣା ରିଚାର୍ଜ ପ୍ଲାନ ଫେରସ୍ତ ନିଆଯାଇଛି । 149 ଟଙ୍କିଆ ପ୍ଲାନରେ 24 ଦିନର ବୈଧତା ସହ ଦୈନିକ 1 ଜିବି ଡାଟା ମିଳିଥାଏ । ଏଥିସହ ଦିନକୁ 100 ମାଗଣା ଏସଏମଏସ ସୁବିଧା ରହିଛି । ଏଥିସହ ଏହି ପ୍ଲାନକୁ ଗ୍ରହଣ କରୁଥିବା ଗ୍ରାହକଙ୍କୁ ଜିଏ-ଟୁ-ଜିଓ ଅସୀମିତ ମାଗଣା କଲିଙ୍ଗ ସୁବିଧା ବି ଦିଆଯାଉଛି । ସେହିପରି ଅନ୍ୟ ନେଟୱର୍କକୁ କଲ ପାଇଁ ଏଥିରେ 300 ଏଫୟୁପି ମିନିଟ ବି ଉପଲବ୍ଧ ।
ପ୍ରକାଶ ଯେ, ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ଶନିବାର ଏଫୟୁପି ମିନଟ ବ୍ୟବସ୍ଥାକୁ ହଟାଇଛନ୍ତି । ଏହା ଦ୍ବାରା ଏହି କମ୍ପାନୀର ସମସ୍ତ ଅସୀମିତ ପ୍ରିପେଡ ପ୍ଲାନରେ ସବୁ ନେଟୱର୍କକୁ ମାଗଣା କଲିଙ୍ଗ ସୁବିଧା ମିଳିବ । ଅର୍ଥାତ ପୂର୍ବ ଭଳି ଗ୍ରାହକ ମାଗଣାରେ ଭଏସ କମ ସୁବିଧା ପାଇବେ ।