ETV Bharat / business

ଅଗଷ୍ଟ 4 ରୁ RBI ମୁଦ୍ରାନୀତି ବୈଠକ, ପୁଣି ଖସିବ ସୁଧ ହାର - Rbi Mpc Meeting From 4 August

ଆଗାମୀ ମୁଦ୍ରାନୀତି ବୈଠକରେ ଆରବିଆଇ ରେପୋରେଟ ଦର 25 ବେସିସ ପଏଣ୍ଟ ହ୍ରାସ କରିପାରେ । କୋରୋନା କବଳରୁ ଅର୍ଥନୀତିକୁ ମୁକୁଳାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇପାରେ ବୋଲି ବିଶେଷଜ୍ଞ ଆଶାବାଦୀ ଅଛନ୍ତି । ଅଧିକ ପଢନ୍ତୁ..

ଅଗଷ୍ଟ 4 ରୁ ଆରବିଆଇ ମୁଦ୍ରାନୀତି ବୈଠକ , ପୁଣି ଖସିବ  ସୁଧ ହାର

author img

By

Published : Jul 27, 2020, 12:24 PM IST

ନୂଆଦିଲ୍ଲୀ: କୋରୋନା ଭାଇରସରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବାକୁ ତୟାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଆଗାମୀ ମୁଦ୍ରାନୀତି ବୈଠକରେ ଆରବିଆଇ ରେପୋରେଟ ଦର ବା ମୂଳ ସୁଧ ହାରକୁ 0.25 ପ୍ରକିଶତ ବା 25 ବେସିସ ପଏଣ୍ଟ ହ୍ରାସ କରିପାରେ । ଏନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି (ଏମପିସି) ର ଆଗାମୀ ବୈଠକ ଅଗଷ୍ଟ 4 ରୁ ଆରମ୍ଭ ହେବ । ଏହ ବୈଠକ 3 ଦିନ ଧରି ଚାଲିବ । ଅଗଷ୍ଟ 6 ରେ ଆରବିଆଇ ଗଭର୍ଣ୍ଣର ମୁଦ୍ରାନୀତି କମିଟିର ନିଷ୍ପତ୍ତିକୁ ଘୋଷଣା କରିବେ ।

କୋରୋନା ମହାମାରୀ କ୍ଷତିରୁ ଅର୍ଥନୀତିକୁ ରକ୍ଷା କରିବା ଲକ୍ଷ୍ୟରେ ଆରବିଆଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ଏଥିଯୋଗୁଁ ଏହା ପୂର୍ବରୁ ହୋଇଥିବା 2ଟି ମୁଦ୍ରାନୀତି ବୈଠକରେ ଆରବିଆଇ ରେପୋ ହାର 115 ବେସିସ ପଏଣ୍ଟ ବା 1.15 ପ୍ରତିଶତ ହ୍ରାସ କରିଛି ।

ଇକ୍ରାର ପ୍ରମୁଖ ଅର୍ଥନୀତିଜ୍ଞ ଅଦିତି ନାୟାର କହିଛନ୍ତି କି, ବର୍ତ୍ତମାନ ସ୍ଥିତିରେ ରଖି ଆଗାମୀ ଏମପିସି ବୈଠକରେ ରେପୋରେଟ ଦର 0.25 ପ୍ରତିଶତ ଓ ରିଭର୍ସ ରେପୋରେଟ 0.35 ପ୍ରତିଶତ ହ୍ରାସ ନେଇ ଆଶା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.