ETV Bharat / business

ଆରବିଆଇ MPC ବୈଠକ: ପୁଣି ବଢିବ କି ଇଏମଆଇ ସ୍ଥଗିତ ଅବଧି ?

author img

By

Published : Aug 5, 2020, 5:42 PM IST

ଆରବିଆଇର ମୁଦ୍ରାନୀତି କମିଟି ବୈଠକ ଆରମ୍ଭ ହୋଇଯାଇଛି . । ଗୁରୁବାର କମିଚଟିର ନିଷ୍ପତ୍ତି ନେଇ ଘୋଷଣା ହେବ । ତେବେ ପୁଣି ଥରେ ଋଣ କିସ୍ତି ସ୍ଥଗିତ ଅବଧି ବଢିବ କି ? ସେ ନେଇ ଅଟକିଛି ନଜର .. ଅଧିକ ପଢନ୍ତୁ..

ଆରବିଆଇ MPC ବୈଠକ : ପୁଣି ବଢିବ କି ଇଏମଆଇ ସ୍ଥଗିତ ଅବଧି ?

ହାଇଦ୍ରାବାଦ : ଭାରତୀୟ ରିଜର୍ଭ ବ୍ୟାଙ୍କର 3 ଦିନିଆ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। କୋରେନା ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ବଳ ଦେବା ପାଇଁ କମିଟି ବିଭିନ୍ନ ଦିଗ ଉପରେ ଆଲୋଚନା କରିବ । ଏଥର ମଧ୍ୟ ସୁଧହାର ହ୍ରାସ ନେଇ ଆଶା ରହିଛି ।

ଦ୍ୱି-ମାସିକ ମୁଦ୍ରାନୀତି ସମୀକ୍ଷାରେ, ଶିଳ୍ପ ଦ୍ବାରା ଦାବି ଅନୁସାରେ ଋଣ ପୁର୍ନଗଠନ ଓ କୋଭିଡ 19 ମହାମାରୀ ପ୍ରକୋପ ପରେ ଆର୍ଥିକ ରିଲିଫ ପଦକ୍ଷେପ ସ୍ବରୂପ ଘୋଷଣା ହୋଇଥିବା ଋଣ ସ୍ଥଗିତ ନେଇ ଆଲୋଚନା ହେବ । ଏଥିସହ ଋଣ କିସ୍ତି ସ୍ଥଗିତ ଅବଧିକୁ ସମ୍ପ୍ରସାରିତ ନେଇ ମଧ୍ୟ ଚର୍ଚ୍ଚା ହେବ ।

ଋଣ ସ୍ଥଗିତ ଯୋଜନା

କୋରୋନା ଭାଇରସ ଲକଡାଉନ ମଧ୍ୟରେ ଆର୍ଥିକ ଗତିବିଧି ବନ୍ଦ ରହିବା ଯୋଗୁଁ ଆରବିଆଇ 3 ମାସ ପର୍ଯ୍ୟନ୍ତ ( ମାର୍ଚ୍ଚ 1 ରୁ ଆରମ୍ଭ ) ଋଣ କିସ୍ତି ଉପରେ ରୋକ ଲଗାଇଥିଲା । ପରେ ଲକଡାଉନ ଅବଧି ବଢିବା ସହ ପୁଣି ଋଣ ସ୍ଥଗିତ ଅବଧିକୁ ମଧ୍ୟ 3 ମାସ ବଢାଇ ଅଗଷ୍ଟ 31 ଯାଏଁ କରିବାକୁ ଆରବିଆଇ ଘୋଷଣା କରିଛି । ଅର୍ଥାତ 6 ମାସ ପର୍ଯ୍ୟନ୍ତ ଋଣ କିସ୍ତି ପରିଶୋଧ ନେଇ ଗ୍ରାହକଙ୍କ ଉପରେ ବ୍ୟାଙ୍କ କୌଣସି ପ୍ରକାର ଚାପ ପକାଇପାରିବ ନାହିଁ ବୋଲି ଦର୍ଶାଯାଇଥିଲା । ଏହା ଅନୁସାରେ 2020 ଅଗଷ୍ଟ 31 ଯାଏଁ କମ୍ପାନୀଙ୍କୁ ଇଏମଆଇ ପେମେଣ୍ଟ ଟେନସନରୁ ମୁକ୍ତି ମିଳିଛି ।

ବ୍ୟାଙ୍କ ଓ କ୍ରେଡିଟ ରେଟିଂ ବିଶ୍ଲେଷଖକଙ୍କ କହିବା ଅନୁସାରେ ପୁଣି ଋଣ କିସ୍ତି ସ୍ଥଗିତ ଅବଧି ବଢିଲେ ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିଯାଇପାରେ । ଆର୍ଥିକ ବ୍ୟବସ୍ଥାରେ ଅନାଦେୟ ଋଣ ଭାର ବୃଦ୍ଧି ବିପଦ ଘନେଇବ । ଆଉ ଏହାର ଅସୁବିଧା ଜମାକର୍ତ୍ତାଙ୍କୁ ଭୋଗିବାକୁ ପଡିପାରେ ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି କି, ‘‘ ଅଧିକାଂଶ ବ୍ୟାଙ୍କରଙ୍କ କହିବା ମୁତାବକ, ଅଗଷ୍ଟ 31 ରୁ ଆଗକୁ ଇଏମଆଇ ସ୍ଥଗିତ ଆବଶ୍ୟକ ନୁହେଁ । ଆମକୁ ବିଶ୍ବାସ ରହିଛି କି ଆର୍ଥିକ ଆଶ୍ବସ୍ତି ପାଇଁ 6 ମାସ ପର୍ଯ୍ୟାପ୍ତ ସମୟ ହେବ ।

ଏଚଡିଏଫସି ଚେୟାରମ୍ୟାନ ଦୀପକ ପାରେଖ ଆଗକୁ ମଧ୍ୟ ଆଗାମୀ ବିସ୍ତାରକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି । ପାରେଖ କହିଛନ୍ତି କି‘‘ ଦୟାକରି ସ୍ଥଗିତାଦେଶ ବୃଦ୍ଧି ନ କରାଯାଉ । ଏଭଳି ମଧ୍ଯ ଦେଖିବାକୁ ମିଳିଛି , ଯେଉଁମାନେ କିସ୍ତି ପୈଠ ପାଇଁ ସମର୍ଥ ଅଛନ୍ତି ହେଲେ ସେମାନେ ଏହି ଯୋଜନାର ଲାଭ ଉଠାଇ ପେମେଣ୍ଟକୁ ହ୍ରାସ କରୁଛନ୍ତି ।

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସଙ୍କେତ ଦେଇଛନ୍ତି କି, ତାଙ୍କ ମନ୍ତ୍ରାଳୟ ଅନ୍ତତଃ ଆତିଥ୍ୟ କ୍ଷେତ୍ର ପାଇଁ ଋଣ ସ୍ଥଗିତ ଅବଧିକୁ ବିସ୍ତି କରିବା ଦିଗରେ ଆରବିଆଇ ସହ କାମ କରୁଛି । କୋଭିଡରେ ଅଧିକ ପ୍ରଭାବିତ ଆତିଥ୍ୟ ସେକ୍ଟର ପାଇଁ ଋଣ ପରିଶୋଧ କରିବା କଷ୍ଟକର ହୋଇପଡିଛି । ଏଣୁ ଏହି ସେକ୍ଟର ପାଇଁ ଋଣ କିସ୍ତି ସ୍ଥଗିତ ଆବଶ୍ୟକତାକୁ ମୁଁ ବୁଝୁଛି ବୋଲି ଫିକ୍କିର ସଦସ୍ୟଙ୍କ ସୀତାରମଣ କହିଛନ୍ତି ।

ଏକକାଳୀନ ଋଣ ପୁର୍ନଗଠନ ଯୋଜନା (One-time loan restructuring scheme)

ସୀତାରମଣ ସୂଚାଇଥିବା ପରି ଏକକାଳୀନ ଋଣ ପୁର୍ନଗଠନ ଯୋଜନା ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ତ୍ତମାନର ଆର୍ଥିକ ବିପତ୍ତିକୁ ଦୃଷ୍ଟିରେ ରଖି କେବଳ ଋଣ ସ୍ଥଗିତାଦେଶ ବିସ୍ତାର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସମସ୍ୟାର ଦୂର କରିବା ଭଲ । ତେଣୁ, ଏକକାଳୀନ ଋଣ ପୁର୍ନଗଠନ ଏକ ଅଧିକ କାର୍ଯ୍ୟକ୍ଷମ ବିକଳ୍ପ ଭାବରେ ଦେଖାଯାଉଛି ।

ଋଣର ପୁର୍ନଗଠନ ଆବଶ୍ୟକତା ଅର୍ଥ ହେଉଛି ଋଣର ସର୍ତ୍ତାବଳୀକୁ ପୁନ - ପ୍ରୟୋଗ କରିବା । ଯାହା ଋଣଦାତାଙ୍କ ପରିଶୋଧ କରିବାର କ୍ଷମତା ସହିତ ମେଳ ଖାଉଛି ।

କିନ୍ତୁ ଆରବିଆଇ ଏଭଳି ଯୋଜନା ନେଇ ନିଜ ପୂର୍ବ ଅନୁଭବ କାରଣରୁ ପୁଣି ଥରେ ପୁର୍ନଗଠନ ନେଇ ସତର୍କ ରହିଛି । 2008 ସଙ୍କଟ ସମୟରେ ଆରବିଆଇ ଏଭଳି ଭାବେ ଏହି ଯୋଜନାକୁ ଆଣିଥିଲା । ହେଲେ ଏହା ଦ୍ବରା ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏନପିଏନ ପ୍ରବଳ ବୃଦ୍ଧି ପାଇଥିଲ ।

ସିଏଲଏସଏ ର ଏକ ରିପୋର୍ଟରେ ଦର୍ଶାଯାଇଥିଲା କି , ଆର୍ଥିକ ବର୍ଷ 2008 ରୁ ଆର୍ଥିକ ବର୍ଷ 2018 ମଧ୍ୟରେ ପୁର୍ନଗଠନ ଯୋଗୁଁ ଏନପିଏ 70 ପ୍ରତିଶତ ହୋଇଥିଲା ।

ସୁଦ ହାର ଆହୁରୀ ହ୍ରାସ ହେବ କି ?

ଅର୍ଥବ୍ୟବସ୍ଥାରେ କ୍ଷତିକୁ ସୀମିତ କରିବା ପାଇଁ ପୂର୍ବରୁ ହିଏଂ ମୁଦ୍ରାନୀତି କମିଟି 2 ଅଫିସିଆଲ ବୈଠକରେ ରେପୋରେଟ ଦର 115 ବେସିସ ପଏଣ୍ଟ ହ୍ରାସ କରିଛି ।

ତେବେ ନିକଟରେ ଖୁଚୁରା ମୁଦ୍ରାସ୍ପୀତିର ବୃଦ୍ଧି ପରେ ପୁଣି ଆଉ ଥରେ ରେପୋରେଟ ଦର ହ୍ରାସ ହୋଇପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ବିଶେଷ କରି, ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ଯୋଗୁଁ ଜୁନ ମାସରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ 6.09 ପ୍ରତିଶତ ରହିଛି । ଯେତେବେଳେ କି ଆରବିଆଇର ଲକ୍ଷ୍ୟ 4 ପ୍ରତିଶତ ରହିଥିଲା ।

ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଗତ ସପ୍ତାହରେ କହିଥିଲେ କି, ମୁଦ୍ରାସ୍ପୀତି ଲକ୍ଷ୍ୟ ଅନୁମାନ ଠାରୁ ବହୁତ ଅଧିକ ରହିଛି । ତେବେ କମିଟି କଣ ନିଷ୍ପତ୍ତି ନେବ ସେ ନେଇ ଗୁରୁବାର ଘୋଷଣା ଉପରେ ନଜର ଅଟକିଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.