ନୂଆଦିଲ୍ଲୀ: ମତ୍ସଜୀବୀଙ୍କୁ ଲକଡାଉନ କଷ୍ଟରୁ ମିଳିବ ରିଲିଫ । ସରକାର ଘୋଷଣା କରିଛି ସ୍ବତନ୍ତ୍ର ପ୍ୟାକେଜ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ 20 ହଜାର କୋଟି ବ୍ୟୟବରାଦ କରାଯାଇଛି ।
ଏହି କାର୍ଯ୍ୟକ୍ରମ ଦ୍ବାରା 55 ଲକ୍ଷ ଲୋକଙ୍କୁ ରୋଜଗାର ମିଳିବା ଆଶା ରହିଛି । ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଆର୍ଥିକ ପ୍ୟାକେଜର ତୃତୀୟ ରାଉଣ୍ଡରେ ଏନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ଏହି ପ୍ୟାକେଜ ଦ୍ବାରା ସମୁଦ୍ର ଓ ଅନ୍ତର୍ଦ୍ଦେଶୀୟ ମତ୍ସଜୀବୀଙ୍କୁ ପ୍ରୋତ୍ସାହନ ମିଳିବ । ଏହାଦ୍ବାରା ଆଗାମୀ ୫ ବର୍ଷରେ ଅତିରିକ୍ତ ୭୦ ଲକ୍ଷ ଟନ ମାଛ ଉତ୍ପାଦନ ଲକ୍ଷ୍ୟ ରହିଛି। ଫଳରେ ମାଛ ରପ୍ତାନୀ ଡବଲ ହୋଇ 1,00,000 କୋଟି ଟଙ୍କା କର ଦେବ ।
ସୀତାରମଣ କହିଛନ୍ତି ଯେ ସାମୁଦ୍ରିକ, ଆଭ୍ୟନ୍ତରୀଣ ମତ୍ସ୍ୟଚାଷ ଏବଂ ଜଳଚର କ୍ଷେତ୍ରରେ କାର୍ଯ୍ୟକଳାପ ପାଇଁ 11,000 କୋଟି ଟଙ୍କା ପାଣ୍ଠି ଉପଲବ୍ଧ ହେବ। ଏହା ବ୍ୟତୀତ 9,000 କୋଟି ଟଙ୍କା ମତ୍ସ୍ୟ ବନ୍ଦର, ଶୀତଳ ଶୃଙ୍ଖଳା ଏବଂ ବଜାର ଇତ୍ୟାଦି ଭିତ୍ତିଭୂମି ନିର୍ମାଣ ପାଇଁ ଖର୍ଚ୍ଚ ହେବ ।
ସେହିଭଳି ମତ୍ସଜୀବୀ ଓ ଡଙ୍ଗାର ବୀମା କରାଯିବ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।