ETV Bharat / business

ନୀରବ ମୋଦିଙ୍କ ଆମେରିକା କମ୍ପାନୀରୁ 24 କୋଟି ଟଙ୍କା ପାଇଲା ପିଏନବି - ନୀରବ ମୋଦିଙ୍କ କମ୍ପାନୀ ଦେବାଳିଆ ପ୍ରକ୍ରିୟା

ଆମେରିକାରେ ନୀରବ ମୋଦିଙ୍କ 3 କମ୍ପାନୀର ଦେବାଳିଆ ପ୍ରକ୍ରିୟାରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବକେୟାର ପ୍ରଥମ କିସ୍ତି 24 କୋଟି ଟଙ୍କା ପାଇଛି । ବିଦେଶରେ କର୍ପୋରେଟ ଠକେଇ ବିରୋଧ ଲଢେଇରେ 32.5 ଲକ୍ଷ ଡଲାରର ଏହି ପ୍ରଥମ ପ୍ରାପ୍ତି ଭାରତ ସରକାର ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପାଇଁ ଏକ ଅଦ୍ୱିତୀୟ ସଫଳତା। ଅଧିକ ପଢନ୍ତୁ..

ନୀରବ ମୋଦିଙ୍କ ଆମେରିକା କମ୍ପାନୀରୁ 24 କୋଟି ଟଙ୍କା ପାଇଲା ପିଏନବି

author img

By

Published : Aug 26, 2020, 2:31 PM IST

ନୂଆଦିଲ୍ଲୀ: ଆମେରିକାରେ ନୀରବ ମୋଦିଙ୍କ 3 କମ୍ପାନୀ ବିରୋଧରେ ଜାରି ଦେବାଳିଆ ପ୍ରକ୍ରିୟା ଅଧିନରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)କୁ ପ୍ରଥମ କିସ୍ତିରେ 24 କୋଟି ଟଙ୍କା ମିଳିଛି । କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ଏ ନେଇ ସୂଚନା ଦେଇଛି ।

ମନ୍ତ୍ରଣାଳୟ କହିଛି ଯେ, 2018ରେ ପିଏନବି ଆମେରିକାରେ ନୀରବ ମୋଦୀଙ୍କ କମ୍ପାନୀ ବିଷୟରେ ମନ୍ତ୍ରଣାଳୟକୁ ସୂଚନା ଦେଇଥିଲା। ଏହି କମ୍ପାନୀଗୁଡିକ ନ୍ୟୁୟର୍କର ଦକ୍ଷିଣ ଜିଲ୍ଲାରେ ଦେବାଳିଆ ସୁରକ୍ଷା ଅଧୀନରେ ଏକ ଆବେଦନ କରିଥିଲେ। ଏହା ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମନ୍ତ୍ରଣାଳୟକୁ ନ୍ୟୁୟର୍କରେ ଦେବାଳିଆ ପ୍ରକ୍ରିୟାରେ ସହାୟତା କରିବାକୁ ଅନୁରୋଧ କରିଥିଲା।

ମନ୍ତ୍ରାଳୟ ବିଜ୍ଞପ୍ତିରେ ଏ ନେଇ ସୂଚନା ଦେଇ କହିଛି କି, ପିଏନବି ଜଣାଇଛି କି ବ୍ୟାଙ୍କର ବକେୟା ଆଦାୟ ସ୍ବରୂପ 32.5 ଲକ୍ଷ (24.33 କୋଟି ଟଙ୍କା) ଡଲାର ଟଙ୍କା ପ୍ରଥମ କିସ୍ତିର ପାଇଛି । ଏଥିରେ କୁହାଯାଇଛି କି ଋଣଗ୍ରହୀତାଙ୍କ ସମ୍ପତ୍ତି ବାତିଲ ଦ୍ବାରା ଆମେରିକାର ଚାପ୍ଟର 11 ଟ୍ରଷ୍ଟି ପାଖରେ 11.04 ମିଲିୟନ (ପାଖାପାଖି 82.66 କୋଟି ଟଙ୍କା) ଉପଲବ୍ଧ ଅଛି । ଯାହା ଦ୍ବାରା ପିଏନବି ସହିତ ବିନା ସୁରକ୍ଷା ବ୍ୟବସ୍ଥା ନଥିବା ଋଣଦାତାଙ୍କ ମଧ୍ୟରେ ବଣ୍ଟାଯିବ । ପରବର୍ତ୍ତୀ ବକେୟା ଆଦାୟ ଅନ୍ୟ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଦାବିଦାରଙ୍କ ଦାବି ଉପରେ ନିର୍ଭର କରିବ ।

ମନ୍ତ୍ରାଳୟ କହିଛି ଯେ ବିଦେଶରେ କର୍ପୋରେଟ ଠକେଇ ବିରୋଧ ଲଢେଇରେ 32.5 ଲକ୍ଷ ଡଲାରର ଏହି ପ୍ରଥମ ପ୍ରାପ୍ତି ଭାରତ ସରକାର ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପାଇଁ ଏକ ଅଦ୍ୱିତୀୟ ସଫଳତା। ମନ୍ତ୍ରଣାଳୟ ମଧ୍ୟ ନୀରବ ମୋଦି ଏବଂ ମେହୁଲ ଚୋକସୀଙ୍କ ଦ୍ୱାରା ପ୍ରୋତ୍ସାହିତ କମ୍ପାନୀ ଗୁଡିକରୁ ଟଙ୍କା ଆଦାୟ କରିବା ପ୍ରକ୍ରିୟା ଆରମ୍ଭ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.