ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଦେଶବାସୀଙ୍କୁ ସମ୍ବୋଧନ କରି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ଆତ୍ମନିର୍ଭରଶୀଳ ଭାରତର ଏହି ଭବ୍ୟ ଅଟ୍ଟାଳିକା 5ଟି ସ୍ତମ୍ଭ ଉପରେ ଠିଆ ହେବ ବୋଲି ସେ ଆହ୍ବାନ ଦେଇଛନ୍ତି ।
ଅର୍ଥନୀତିକୁ ବୁଷ୍ଟର ଦେବାରୁ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜର ମଧ୍ୟ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ 10 ପ୍ରତିଶତ । ତେବେ ଭାରତ ଭଳି ସୁଉଚ୍ଚ ଭବ୍ୟ ଅଟ୍ଟାଳିକା ପାଇଁ କଣ ରହିଛି ଏହି 5ଟି ସମ୍ଭ । ଯାହା ଭାରତକୁ ଆତ୍ମନିର୍ଭରଶୀଳ ସହ ମଜବୁତ କରିବ :-
- ଅର୍ଥନୀତି(Economy with potential for quantum jump): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଅର୍ଥନୀତିକୁ ଦ୍ରୁତ ବେଗରେ ଆଗକୁ ନେବାକୁ ହେବ । କେବଳ ଗତି ବୃଦ୍ଧି କରିବାକୁ ପଡିବ ନାହିଁ, ଏକ କ୍ୱାଣ୍ଟମ୍ ଲମ୍ଫ ମଧ୍ୟ ମାରିବାକୁ ହେବ ।
- ଭିତ୍ତିଭୂମି Infrastructure: ଦେଶର ଭିତ୍ତିଭୂମିକୁ ଏଭଳି ଠିଆ କରାଯିବ, ଯାହା ଆଧୁନିକ ସହ ଦେଶକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ ।
- ବ୍ୟବସ୍ଥା Tech-driven system: ଆମକୁ ଏପରି ଏକ ଦେଶ ତିଆରି କରିବାକୁ ହେବ, ଯାହା ଦେଶକୁ ଏକବିଂଶ ଶତାବ୍ଦୀର ସ୍ବପ୍ନ ପୂରଣ କରିବ ।
- ଡେମୋଗ୍ରାଫି Demography: ଆମର ଦେଶ ଦୁନିଆର ସବୁଠୁ ୟଙ୍ଗ ବା ଯୁବ ରାଷ୍ଟ୍ର । ଯେଉଁଠି କୋଟି କୋଟି ଯୁବକ ଅଛନ୍ତି । ଏଭଳି ପରିସ୍ଥିତିରେ ଏମାନେ ଆମର ଶକ୍ତିର ଉତ୍ସ, ଯାହା ଆମ ଦେଶକୁ ଆଗକୁ ନେବେ ।
- ଡିମାଣ୍ଡ: ପିଏମ ମୋଦି କହିଛନ୍ତି ଯେ, ଭାରତ ଦୁନିଆ ପାଇଁ ଏକ ବଜାର ସହ ସବୁଠୁ ବଡ ଚାହିଦା କ୍ଷେତ୍ର । ଯାହାର ସଦୁପଯୋଗ କରିବା ଆବଶ୍ୟକ ।