ETV Bharat / business

ସପ୍ତାହେ ପରେ ବଢିଲା ପେଟ୍ରୋଲ-ଡିଜେଲ ଦାମ - ବଢିଲା ତେଲ ଦାମ

ସାଧାରଣ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ନୂଆ ଉପକର (କୃଷି ସେସ) ଲାଗୁ ପରେ ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା । ହେଲେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବୃଦ୍ଧି ପ୍ରଭାବ ଘରୋଇ ବଜାରରେ ଦେଖାଦେଇଛି । ଅଧିକ ପଢନ୍ତୁ..

petrol and diesel prices rise again after 1 week

author img

By

Published : Feb 4, 2021, 3:54 PM IST

ନୂଆଦିଲ୍ଲୀ: 1 ସପ୍ତାହ ପରେ ଗୁରୁବାର ଠାରୁ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ପୁଣି ଏକ ନୂଆ ଶୀର୍ଷକରେ ପହଞ୍ଚିଛି । ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 86.65 ଟଙ୍କା ହୋଇଥିଲାବେଳେ ଡିଜେଲ ପିଛା 76.83 ଟଙ୍କା ରହିଛି ।

ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମରେ ଦେଖାଦେଇଥିବା ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲ ଦାମ ବଢାଯାଇଛି । ରାଜଧାନୀରେ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା 35 ପଇସା ଲେଖାଏଁ ବୃଦ୍ଧି ପାଇଥିବାବେଳେ କୋଲକାତାରେ ପେଟ୍ରୋଲ 32 ପଇସା ଓ ଡିଜେଲ 33 ପଇସା ବଢିଛି । ସେହିଭଳି ମୁମ୍ବାଇ, ଚେନ୍ନାଇ ପେଟ୍ରୋଲ ଲିଟର ପ୍ରତି ଯଥାକ୍ରମେ 34 ଓ 31 ପଇସା ଓ ଡିଜେଲ କ୍ରମଶଃ) 37 ଓ 33 ପଇସା ଉଛୁଳିଛି ।

ସୋମବାର ଉପସ୍ଥାପିତ ହୋଇଥିବା ସାଧାରଣ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ନୂଆ ଉପକର (କୃଷି ସେସ) ଲାଗୁ ପରେ ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା । ହେଲେ ଏବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ବଢୁଛି ଅଶୋଧିତ ତୈଳ , ଏଣୁ ଏହାର ପ୍ରଭାବ ଘରୋଇ ବଜାରରେ ଦେଖାଦେଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଲଗାତାର ବୃଦ୍ଧି ହୋଇ ବ୍ୟାରେଲ ପ୍ରତି 59 ଡଲାର ରହିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଆଗତ କରି ଲିଟର ପ୍ରତି ପେଟ୍ରୋଲ ଉପରେ 2.5 ପଇସା ଓ ଡିଜେଲ ଉପରେ 4 ପଇସା ହାରରେ କୃଷି ଓ ଭିତ୍ତିଭୂମି ବିକାଶ ଉପକର ଲଗାଇବାକୁ ଘୋଷଣା କରିଥିଲେ ।

ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଗୁରୁବାର ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ 86.65, 88.01, 93.20 ଏବଂ 89.13 ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ଡିଜେଲ ଦାମ ମଧ୍ୟ ଯଥାକ୍ରମେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଲିଟର ପିଛା 76.83, 80.41, 83.67 ଟଙ୍କା ଏବଂ 82.04 ଟଙ୍କାରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.