ETV Bharat / business

ଏପ୍ରିଲ 20ରୁ ବଢିବ ପେଟ୍ରୋଲ-ଡିଜେଲ ବିକ୍ରି ! - ଲକଡାଉନରେ ତେଲ ଚାହିଦା

ଗଡିବ ଟ୍ରକ, ଜାରି ରହିବ ଚାଷ କାମ । ଆରମ୍ଭ ହେବ ଅନ୍ତରାଜ୍ଯ ପରିବହନ, ଚାଲିବ କ୍ଷୁଦ୍ର ଉଦ୍ୟୋଗ । ଫଳରେ ବଢିବ ପେଟ୍ରୋଲ ଓ ଡିଜେଲ ଚାହିଦ ।

will increase demand for petrol diesel
ଏପ୍ରିଲ 20ରୁ ବଢିବ ପେଟ୍ରୋଲ-ଡିଜେଲ ବିକ୍ରି !
author img

By

Published : Apr 15, 2020, 11:17 PM IST

ନୂଆଦିଲ୍ଲୀ: ଦେଶରେ ଉତ୍ପାଦନ ଓ ଯୋଗାଣକୁ ନିରବଚ୍ଛିନ୍ନ ରଖିବା ପାଇଁ ଜାରି ରହିବ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ । ଆଉ ଏପ୍ରିଲ 20 ପରେ ମାଲ ପରିବହନ ପାଇଁ ଗଡିବ ଟ୍ରକ । ସରକାରଙ୍କ ଏହି ନିର୍ଣ୍ଣୟ ପରେ ପେଟ୍ରୋଲ ଓ ଡିଜେଲ ଚାହିଦା ବଢିବ ବୋଲି ଆଶା ରହିଛି ।

ମାର୍ଚ୍ଚ 25ରୁ ଲକଡାଉନ ଜାରି ରହିଥିବା କାରବାର ଠପ ଥିଲା । ଲୋକେ ଘରେ ରହିଥିବାରୁ ରାସ୍ତାରେ ଗାଡି ବି ଗଡୁନଥିଲା । ରେଳ ଓ ବିମାନ ସେବା ମଧ୍ୟ ବନ୍ଦ ରହିଛି । ଏଥିଯୋଗୁଁ ପେଟ୍ରୋଲ ଓ ଡିଜେଲ ବିକ୍ରି 66 ପ୍ରତିଶତରୁ ଅଧିକ ହ୍ରାସ ସହ ବିମାନ ଇନ୍ଧନ ବ୍ୟବହାର 90 ପ୍ରତିଶତ କମିଥିଲା ।

ତେବେ ସରକାର ଏବେ ରାଜ୍ୟ-ରାଜ୍ୟ ମଧ୍ୟରେ ଓ ରାଜ୍ୟ ଭିତରେ ମାଲ ପରିବହନ ନେଇ ଅନୁମତି ଦେଇଛନ୍ତି । ଏଥିସହ ନଗର ନିଗମ ସୀମାରୁ ବାହାରେ ଥିବା ଉଦ୍ୟୋଗକୁ କାମ ପାଇଁ ଏପ୍ରିଲ-20ରୁ ଅନୁମତି ମିଳିଛି । ଏହା ଦ୍ବାରା ଇନ୍ଧନ ବ୍ୟବହାର ବଢିବ ।

ଟ୍ରକ ଗଡିବା ଦ୍ବାରା ଡିଜେଲ ବିକ୍ରି ବଢିବ । ଏହା ବ୍ୟତିତ ଫସଲ କାଟିବା ଓ ଚାଷ ସମ୍ଭନ୍ଧୀୟ ଅନ୍ୟାନ କାମ ପାଇଁ ଡିଜେଲ ଉପଯୋଗ ବଢିବ । କିଛି ମାଲଗାଡି ବି ଡିଜେଲରେ ଚାଲେ । ଏହା ବ୍ୟତିତ ଇ-ବାଣିଜ୍ୟ ପରିଚାଳକଙ୍କୁ ଗାଡି ଚଲାଇବାକୁ ଅନୁମତି ଦିଆଯାଇଛି । ଏ ସବୁ ଗାଡି ପ୍ରାୟତଃ ଅଧିକା ପେଟ୍ରୋଲ ବ୍ୟବହାର କରିଥାନ୍ତି ।

ତେବେ ବିମାନ ଇନ୍ଧନ ନେଇ କୌଣସି ଆଶା ନାହିଁ । ମେ 3 ଯାଏଁ ସମସ୍ତ ବିମାନ ସେବା ସ୍ଥଗିତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.