ETV Bharat / business

କୋଭିଡ-19ରେ ପ୍ରଭାବିତ କର୍ମଚାରୀଙ୍କ ପାଇଁ ESOP ସ୍କିମ ଆଣିଲା ଓୟୋ

author img

By

Published : Jun 2, 2020, 1:04 PM IST

କୋଭିଡ-19 ଯୋଗୁଁ ଛୁଟିରେ ପଠାଯାଇଥିବା ସମସ୍ତ କର୍ମଚାରୀଙ୍କ ପାଇଁ 130 କୋଟି ଟଙ୍କାର 'କର୍ମଚାରୀ ସେୟାର ମାଲିକାନା ସ୍କିମ୍' (ESOP) ଆଣିବାକୁ ଘୋଷଣା କରିଛି ଓୟୋ । ଅଧିକ ପଢନ୍ତୁ..

OYO
କୋଭିଡ-19ରେ ପ୍ରଭାବିତ କର୍ମଚାରୀଙ୍କ ପାଇଁ ESOP ସ୍କିମ ଆଣିଲା ଓୟୋ

ନୂଆଦିଲ୍ଲୀ: କୋଭିଡ -19 ସଙ୍କଟ କାରଣରୁ ଛୁଟିରେ ପଠାଯାଇଥିବା ସମସ୍ତ କର୍ମଚାରୀଙ୍କୁ କମ୍ପାନୀର ଅଂଶଧନ ଦେବାକୁ ଘୋଷଣା କରିଛି ଓୟୋ । ଏଥିପାଇଁ କମ୍ପାନୀ ପ୍ରାୟ 130 କୋଟି ଟଙ୍କାର 'କର୍ମଚାରୀ ସେୟାର ମାଲିକାନା ସ୍କିମ୍' (ESOP) ଆଣିଛି ।

କମ୍ପାନୀ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ସୋମବାର ଏହି ବିଷୟରେ କମ୍ପାନୀର କର୍ମଚାରୀମାନଙ୍କୁ ଏକ ଇ-ମେଲ ପଠାଇଛନ୍ତି। ଏପ୍ରିଲ 8 ରେ ଅଗ୍ରୱାଲ କମ୍ପାନୀର କର୍ମଚାରୀଙ୍କୁ ଏକ ଚିଠି ଏବଂ ଭିଡିଓ ବାର୍ତ୍ତାରେ କହିଥିଲେ ଯେ, ସେ ବୈଶ୍ବିକ ସ୍ତରରେ ଏକ ନିଶ୍ଚିକ ସଂଖ୍ୟାରେ କର୍ମଚାରୀଙ୍କୁ ଅସ୍ଥାୟୀ ଛୁଟିରେ ପଠାଇବେ ।

ପ୍ରକାଶ ଯେ, ବିଶ୍ବ ସ୍ତରରେ କମ୍ପାନୀର ହଜାର ହଜାର କର୍ମଚାରୀଙ୍କୁ ଛୁଟିରେ ପଠାଇଯାଇଛି । ତେବେ କୋଭିଡ-19 ସଙ୍କଟର ପ୍ରଭାବ ସେମାନଙ୍କ ଉପରେ କମ ହେଉ, ସେଥିପାଇଁ କମ୍ପାନୀ ଏଭଳି ଯୋଜନା ଆଣିଛି । ହେଲେ କମ୍ପାନୀ ଏବେ ସୁଦ୍ଧା ନିଜ ପ୍ରଭାବିତ କର୍ମଚାରୀଙ୍କ ସଂଖ୍ୟା ଖୁଲାସା କରିନାହିଁ ।

ଅଗ୍ରୱାଲ ପଠାଇଥିବା ଇ-ମେଲରେ କହିଛନ୍ତି ଯେ, ‘‘ ଓୟୋ ପାଇଁ ଦେଖାଯାଇଥିବା ତୁମର ପ୍ରେମ ଏବଂ ଅବଦାନକୁ ସମ୍ମାନିତ କରିବାକୁ ଚାହୁଁଛି, ତେଣୁ ମୁଁ ତୁମକୁ କମ୍ପାନୀର ଅଂଶୀଦାର ଏବଂ ସହ-ମାଲିକ କରିବାକୁ ଚାହୁଁଛି। ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ସମସ୍ତ ପ୍ରଭାବିତ କର୍ମଚାରୀ ପ୍ରାୟ 130 କୋଟି ଟଙ୍କାର ESOP ସ୍କିମର ଲାଭ ଉଠାଇବାକୁ ଯୋଗ୍ୟ । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.