ETV Bharat / business

ବୁଡୁଛି ଋଣ, ଏ ବର୍ଷର ପ୍ରଥମାର୍ଦ୍ଧରେ ବଢିବ ଏନପିଏ - NPAs expected to increase

ବ୍ୟାଙ୍କ ଦ୍ବାରା ଦିଆଯାଇଛିବା ଋଣ ଆଦାୟ ହେଇପାରୁନି । ଯାହା ଫଳରେ ଅଣ-ନିଷ୍ପାଦିତ ସଂପତ୍ତି (ଏନପିଏ ) ଏ ବର୍ଷ ବଢିପାରେ । 2021ର ପ୍ରଥମ 6 ମାସରେ ଅପ୍ରାପ୍ୟ ଋଣ ଭାର ବଢିବା ନେଇ ଅନୁମାନ ହୋଇଛି । ଅଧିକ ପଢନ୍ତୁ..

ବୁଡୁଛି ଋଣ
ବୁଡୁଛି ଋଣ
author img

By

Published : Mar 17, 2021, 10:18 PM IST

ନୂଆଦିଲ୍ଲୀ: 2020 ର ପ୍ରଥମ ଛଅମାସରେ ସୁଧାର ଦେଖିବାକୁ ମିଳିଥିଲା ବେଳେ 2021 ପ୍ରଥମ ଛଅମାସରେ ବ୍ୟାଙ୍କ ସମ୍ପତ୍ତି ଗୁଣବତ୍ତା ବିଗିଡିପାରେ । FICCI-IBA ସର୍ବେକ୍ଷଣ ଏ ନେଇ ତଥ୍ୟ ପ୍ରକାଶ କରାୟାଇଛି । ବ୍ୟାଙ୍କ ସମ୍ପତ୍ତି ଗୁଣବତ୍ତାର ଅବନତି ଅର୍ଥ ସେମାନଙ୍କ ଦ୍ବାରା ଦିଆଯାଇଥିବା ଋଣ ଆଦାୟରେ ଅସୁବିଧା ହେତୁ ହୋଇଥାଏ ।

2020 ଜୁଲାଇ ଓ ଡିସେମ୍ବର ମଧ୍ୟରେ ବ୍ୟାଙ୍କର୍ସ ସର୍ଭେରେ ଦ୍ବାଦଶ ରାଉଣ୍ଡରେ ଏହି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେରେ ସାର୍ବଜନୀକ ଓ ଘରୋଇ କ୍ଷେତ୍ରର 20 ବ୍ୟାଙ୍କରେ କରାଯାଇଛି । ଏହି ସର୍ଭେରେ ବିଦେଶୀ ବ୍ୟାଙ୍କ ବି ସାମିଲ ରହିଛି ।

ସର୍ଭେରେ ଅଂଶଗ୍ରହଣକାରୀଙ୍କ ପାଖାପାଖୀ ଅର୍ଦ୍ଧେକ କହିଛନ୍ତି ଯେ 2020 ର ଦ୍ବିତୀୟ ଭାଗରେ ଅଣ-ନିଷ୍ପାଦିତ ସଂପତ୍ତି (ଏନପିଏ ) ହ୍ରାସ ପାଇଛି । ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକରେ ପ୍ରାୟ 78 ପ୍ରତିଶତ ଅଂଶଗ୍ରହଣକାରୀ NPA ହ୍ରାସକୁ ଗ୍ରହଣ କରିଛନ୍ତି । ଭବିଷ୍ୟତର ପୂର୍ବାନୁମାନ ଅନୁଯାୟୀ, 68 ପ୍ରତିଶତ ଅଂଶଗ୍ରହଣକାରୀ ବ୍ୟାଙ୍କର କହିଛନ୍ତି ଯେ, 2021ର ପ୍ରଥମାର୍ଦ୍ଧରେ ଏନପିଏ (ଅନାଦେୟ ଋଣ ଅନୁପାତ) 10 ପ୍ରତିଶତରୁ ଅଧିକ ହେବ । ପ୍ରାୟ 37 ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି ଯେ ଏନପିଏ 12 ପ୍ରତିଶତରୁ ଅଧିକ ହେବ ।

ଚଳିତ ବର୍ଷ ଜାନୁଆରୀରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ସ୍ଥିରତା ରିପୋର୍ଟରେ ଦର୍ଶାଯାଇଛି ଯେ ବ୍ୟାଙ୍କଗୁଡିକର ମୋଟ ଅନାଦେୟ ଋଣ ଭାର (NPA) 2021 ସେପ୍ଟେମ୍ବର ସୁଦ୍ଧା 13.5 ପ୍ରତିଶତ ବୃଦ୍ଧି ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.