ETV Bharat / business

କେଉଁ 2 ବ୍ୟାଙ୍କର ହେବ ଘରୋଇକରଣ, ନିର୍ଣ୍ଣୟ ନେବ ନୀତି ଆୟୋଗ

କେଉଁ ଦୁଇ ବ୍ୟାଙ୍କର ହେବ ଘରୋଇକରଣ ? ଅର୍ଥ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ନୀତି ଆୟୋଗ ଏ ନେଇ ଖୁବଶୀଘ୍ର ସ୍ଥିର କରିବ । ଅଧିକ ପଢନ୍ତୁ...

author img

By

Published : Apr 16, 2021, 6:41 AM IST

କେଉଁ 2 ବ୍ୟାଙ୍କର ହେବ ଘରୋଇକରଣ ,  କହିବ ନୀତି ଆୟୋଗ

ନୂଆଦିଲ୍ଲୀ: କେଉଁ ଦୁଇ ବ୍ୟାଙ୍କର ହେବ ଘରୋଇକରଣ ? ଖୁବଶୀଘ୍ର ସ୍ଥିର କରିବ ନୀତି ଆୟୋଗ । ଅର୍ଥ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ନୀତି ଆୟୋଗ ଚଳିତ ଆର୍ଥିକ ବର୍ଷରେ ଘରୋଇକରଣ ହେବାକୁ ଥିବା ଦୁଇଟି ସରକାରୀ କ୍ଷେତ୍ର ବ୍ୟାଙ୍କ ନାମକୁ ଅନ୍ତିମ ରୂପ ଦେବା ଆରମ୍ଭ କରିଛି । ସରକାରଙ୍କ ବିନିବେଶ ପ୍ରକ୍ରିୟା ଅଧିନରେ ଭାବରେ ଏହି ପଦକ୍ଷେପ ନିଆଯିବ ।

2021-22 ଆର୍ଥିକ ବର୍ଷରେ ଘରୋଇକରଣ ପାଇଁ ଦୁଇଟି ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏବଂ ଗୋଟିଏ ସାଧାରଣ ବୀମା କମ୍ପାନୀ ଚୟନ କରିବା ପାଇଁ ଆୟୋଗକୁ ଦାୟିତ୍ବ ଦିଆଯାଇଛି । ଫେବୃଆରୀରେ ଉପସ୍ଥାପିତ ବଜେଟରେ ଏନେଇ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ।

ସୂଚନା ଦିଆଯାଇଛି କି, ଏ ସମ୍ବନ୍ଧରେ କାମ ଜାରି ରହିଛି । ଏହି ମାମଲାରେ ନୀତି ଆୟୋଗ ପକ୍ଷରୁ ଗୋଟିଏ-ଦୁଇଟି ବୈଠକ ଡକାଯାଇଛି । ନିଷ୍କର୍ସରେ ପହଞ୍ଚିବା ପାଇଁ ଅନେକ ଦିଗ ଉପରେ ଗୁରୁତ୍ବ ଦେବା ଜରୁରୀ । ଏଥିରେ ମାନବ ସମ୍ବଳ ପରିଚାଳନା, ଆର୍ଥିକ, ସ୍ବାସ୍ଥ୍ୟ ଆଦି ସାମିଲ ରହିଛି । ନୀତି ଆୟୋଗର ଆୟୋଗର ସୁପାରିଶ ପରେ କ୍ୟାବିନେଟ ସଚିବଙ୍କ ନେତୃତ୍ବରେ ବିନିବେଶ ଉପରେ ଗଠିତ ସଚିବମାନଙ୍କ ମୁଖ୍ୟ ଗୋଷ୍ଠୀ (କୋର ଗ୍ରୁପ) ବିଚାର କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.