ନୂଆଦିଲ୍ଲୀ: କେବଳ ଭାରତୀୟ ନୁହେଁ ବିଦେଶୀ କମ୍ପାନୀଙ୍କୁ ଦେଶରେ ନିବେଶ ସୁଯୋଗ ଦେଇଛନ୍ତି ମୋଦି ସରକାର। ମେକ ଇନ ଇଣ୍ଡିଆ ମାଧ୍ୟମରେ ଅଧିକ ନିବେଶ ପାଇଁ ଅର୍ଥମନ୍ତ୍ରୀ ମିନିମମ ଅଲ୍ଟାନେଟ ଟିକସ(MAT) ହ୍ରାସ ନେଇ ଘୋଷଣା କରିଛନ୍ତି।
MAT ସେହିସବୁ କମ୍ପାନୀ ଉପରେ ଲାଗେ, ଯେଉଁମାନେ ଅଧିକ ପ୍ରଫିଟ କମାଇଥାନ୍ତି । ଆୟକର ଟିକସ ଆକ୍ଟ ସେକ୍ସନ 115-JB ଅଧିନରେ MAT ଲାଗେ । କମ୍ପାନୀର ପ୍ରଫିଟ ଉପରେ MAT ବାଦଦକୁ 18.5 ପ୍ରତିଶତ ଆଦାୟ ହୁଏ।
ଏବେ ମନ୍ତ୍ରଣାଳୟର ନୂଆ ନିଷ୍ପତ୍ତି ପରେ କମ୍ପାନୀଙ୍କୁ କମ ଟିକସ ଗଣିବେ । ଏପରିକି କମ୍ପାନୀଙ୍କୁ କ୍ଷତି ହେଲେ ଆଦୌ ଟିକସ ଲାଗିବ ନାହିଁ । ଏହା ଦ୍ବାରା ଟ୍ୟାକ୍ସ ବୋଝରୁ ମୁକ୍ତି ମିଳିବା ସହ ପ୍ରଫିଟ ମଧ୍ୟ ବଢିବ । ଏଣୁ ଏହି ଖବରରେ ସେୟାର ବଜାରରେ ଖୁସିର ଲହରି ଖେଳିଯାଇଛି।