ETV Bharat / business

ପ୍ରତିଶ୍ରୁତି ପୂରଣ ପ୍ରୟାସ, ବିଦେଶରୁ ଏପରି ଟଙ୍କା ଆଣିବେ ସରକାର - modi government

ପ୍ରତିଶ୍ରୁତି ଅନେକ , ହେଲେ ଟଙ୍କା ଅଭାବ । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଦରକାର ପାଖାପାଖୀ 100 ଲକ୍ଷ କୋଟି । ଏପରି ସମୟରେ ବଜେଟରେ ମୋଟା ବ୍ୟୟବରାଦ । ଆଉ ଏ ନେଇ ସାହାରା ଏବେ ବିଦେଶୀ ବଜାର । କିପରି ସରକାର ବିଦେଶ ପୁଞ୍ଜି ବଜାରରୁ ଟଙ୍କା ଆଣିବେ ଜାଣନ୍ତୁ..

ପ୍ରତିକାତ୍ମକ ଫଟୋ
author img

By

Published : Jul 9, 2019, 3:46 PM IST

ନୂଆଦିଲ୍ଲୀ: ଆସନ୍ତା 5 ବର୍ଷ ଭିତରେ 5 ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତ ଅର୍ଥନୀତି । ଏଥିପାଇଁ ଜିଡିପି 8 ପ୍ରତିଶତ ରହିବାକୁ ହେବ । ଆଉ ଏସବୁ ପୂରଣ ପାଇଁ ଦରକାର ସୁଦୃଢ ଓ ସୁସ୍ଥ ରାଜକୋଷ । ଏ ନେଇ ଗୋଟି ଚଲାଉଛନ୍ତି ସରକାର । ବିଦେଶୀ ବଜାରରୁ ପୁଞ୍ଜି ଆଣିବାକୁ କରୁଛନ୍ତି ଯୋଜନା । ଏଥିପାଇଁ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ 6 ମାସରେ(ଅକ୍ଟୋବର-ଏପ୍ରିଲ)ରେ ପ୍ରଥମ ସୋଭରେନ ବଣ୍ଡ ଜାରି ନେଇ ସଙ୍କେତ ଦିଆଯାଇଛି ।

ସୋଭରେନ ବଣ୍ଡ ମାଧ୍ୟମରେ ସରକାର ବଣ୍ଡ ବିକ୍ରି କରି ବିଦେଶରୁ ଓ ଅନ୍ୟାନ୍ୟ ଉତ୍ସରୁ ଟଙ୍କା ଏକଜୁଟ କରିବେ । ତେବେ ଏହି ସୋଭରେନ ବଣ୍ଡ କଣ ? କିପରି ଏହାକୁ ସମ୍ପତ୍ତି ଭାବେ ବ୍ୟବହାର କରାଯାଏ?

ସୋଭରେନ ବଣ୍ଡ -

ଏହି ବଣ୍ଡ ନିଶ୍ଚିତ ରିଟର୍ଣ୍ଣ ଦେବାକୁ ଥିବା ଏପରି ଏକ ସାଧନ , ଯାହା ଦ୍ବାରା କମ୍ପାନୀ କିମ୍ବା ସରକାର ଋଣ ଦେଇଥାନ୍ତି । ଏଥିସହ ଏହା ବଦଳରେ ଏକ ନିଶ୍ଚିତ ସମୟ ପାଇଁ ମୂଳଧନ ସହ ରିଟର୍ଣ୍ଣ ଦେବାକୁ ନିର୍ଦ୍ଧାରଣ କରାଯାଏ ।
ସଭେରେନ ବଣ୍ଡ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଏପରି ଏକ ଡେଟ ସିକ୍ୟୁରିଟି ଯାହାକୁ ବିଦେଶୀ ମୁଦ୍ରାରେ ବି ପରିଣତ କରାଯାଇପାରିବ । ଏଭଳି ଭାବେ ବିଦେଶରେ ସଭେରନ ବଣ୍ଡ ଜାରି କରି ସରକାର ଧନ ଏକତ୍ର କରିବେ । ଆଉ ସେଥିରୁ ମିଳୁଥିବା ଟଙ୍କାକୁ ବିକାଶମୂଳକ ଯୋଜନାରେ ବିନିଯୋଗ କରିବେ । ପରେ ପୁଣି ମ୍ୟାଚୁରିଟି ହେଲେ ସୁଧ ସହ ମୁଳଧନକୁ ଫେରସ୍ତ କରାଯିବ ।

ପ୍ରକାଶ ଥାଉ ଯେ, 2013ରେ ୟୁପିଏ ସରକାର ସୋଭରେନ ବଣ୍ଡ ଜାରି କରି ବିଦେଶୀ ପୁଞ୍ଜି ସଂଗ୍ରହ ନେଇ ଯୋଜନା କରୁଥିଲେ । ତେବେ ଅର୍ଥସଚିବ ସୁବାଷ ଗର୍ଗ ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ସେହି ସମୟରେ ସ୍ଥିତି ଏତେଟା ବି ଭଲ ନଥିଲା, କାରଣ ବିଦେଶୀ ମୁଦ୍ରା ଭଣ୍ଡା ର ଖାଲି ହେବାକୁ ଲାଗିଥିଲା । କିନ୍ତୁ ବର୍ତ୍ତମାନ ଅର୍ଥନୀତିରେ ସୁଧାର ଆସିଛି । ଟଙ୍କା ସ୍ଥିର ରହିଛି । ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇଛି । ଏହି ସମୟରେ ସୋଭରେନ ବଣ୍ଡରର ସାମ୍ନା କରିବାକୁ ସରକାର ପ୍ରସ୍ତୁତ । ଏବେ ରାଜକୋଷୀୟ ଘାଟାକୁ ପୂରଣ କରିବାକୁ ଏହି ବର୍ଷ ବଜାରରୁ 4.48 ଲକ୍ଷ କୋଟି ଟଙ୍କା ସରକାର ଆଣିବା ନେଇ ଅନୁମାନ କରାଯାଉଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.