ETV Bharat / business

ସ୍ମଲ ଡିଜେଲ ଇଞ୍ଜିନ ବଦଳରେ ସିଏନଜିରେ ଫୋକସ କରିବ ମାରୁତି

ଛୋଟ କାରଗୁଡିକ ପାଇଁ ବିଏସଇ-6 ମାନଦଣ୍ଡର ଡିଜେଲ ଇଞ୍ଜିନ ବିକଶିତ କରିବା ନେଇ କୌଣସି ଲାଭ ନାହିଁ । କମ୍ପାନୀ କହିବା ଅନୁଯାୟୀ ଏଭଳି କାରଗୁଡିକୁ ଆର୍ଥିକ ଦୃଷ୍ଟିକୋଣରୁ ବ୍ୟବହାରଯୋଗ୍ୟ ନୁହେଁ । ଅଧିକ ପଢନ୍ତୁ..

author img

By

Published : Jul 20, 2020, 7:22 PM IST

ସ୍ମଲ ଡିଜେଲ ଇଞ୍ଜିନ ବଦଳରେ ସିଏନଜିରେ ଫୋକସ କରିବ ମାରୁତି
ସ୍ମଲ ଡିଜେଲ ଇଞ୍ଜିନ ବଦଳରେ ସିଏନଜିରେ ଫୋକସ କରିବ ମାରୁତି

ନୂଆଦିଲ୍ଲୀ: ଛୋଟ କାରର ନବୀକରଣ ନେଇ ଦେଶର ସବୁଠୁ ବଡ କାମ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର ବଡ ନିଷ୍ପତ୍ତି । ଛୋଟ କାରଗୁଡିକ ପାଇଁ ବିଏସଇ-6 ମାନଦଣ୍ଡର ଡିଜେଲ ଇଞ୍ଜିନ ବିକଶିତ କରିବା ନେଇ କୌଣସି ଲାଭ ନାହିଁ । କମ୍ପାନୀ କହିବା ଅନୁଯାୟୀ ଏଭଳି କାରଗୁଡିକୁ ଆର୍ଥିକ ଦୃଷ୍ଟିକୋଣରୁ ବ୍ୟବହାରଯୋଗ୍ୟ ନୁହେଁ ।

କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ, ବଜାର ବର୍ତ୍ତମାନ ଧୀରେ ଧୀରେ ପେଟ୍ରୋଲ ମଡେଲ ଆଡକୁ ଗତି କରୁଛି। ମାରୁତି ପୂର୍ବରୁ ଅଣାଯାଇଥିବା ଗାଡି ମଡେଲରେ କୌଣସି ଡିଜେଲ ମଡେଲ ନାହିଁ । ଏଣୁ କମ୍ପାନୀ ବର୍ତ୍ତମାନ ନିଜର ସିଏନଜି ପୋର୍ଟଫୋଲିଓ ବିସ୍ତାର କରିବାକୁ ଇଚ୍ଛା କରୁଛି ।

ଏମଏସଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ( ବିକ୍ରି ଏବଂ ମାର୍କେଟିଂ) ଶଶାଙ୍କ ଶ୍ରୀବାସ୍ତବର କହିଛନ୍ତି କି, ‘‘ ଛୋଟ ଇଞ୍ଜିନ ଡିଜେଲ ବିକଶିତ କରିବା ନେଇ କୌଣସି କାରଣ ନାହିଁ । ହ୍ୟାଚବ୍ୟାକ୍ ସେଗମେଣ୍ଟରେ ଏହା ପାଞ୍ଚ ପ୍ରତିଶତରୁ କମ ହୋଇଛି । ସେଡାନ୍ ଏବଂ ଏଣ୍ଟ୍ରି-ଲେଭଲ୍ SUV ବିଭାଗରେ ମଧ୍ୟ ଏହା ଯଥେଷ୍ଟ ହ୍ରାସ ପାଇଛି । ଅର୍ଥନୀତି ଏବେ ଆଉ ଏହାକୁ ସମର୍ଥନ କରୁନାହିଁ । ’’

ତେବେ ଗାଡି ଉଦ୍ୟୋଗର ପ୍ରମୁଖ କମ୍ପାନୀ ମାରୁତି ଆଗାମୀ ଦିନରେ ଡିଜେଲ ଆଧାରିତ ବଡ ଏସୟୁବି ଓ ସେଡାନର ପର୍ଯ୍ୟାପ୍ତ ଚାହିଦା ହେବା ପରେ ବଡ ବିଏସ-6 ଇଞ୍ଜିନ ପାଇଁ ବିଚାର କରିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.