ETV Bharat / business

କୋରୋନା ଲକଡାଉନ: ରେକର୍ଡ ହ୍ରାସ, ସର୍ବନିମ୍ନ ସ୍ତରରେ ବିନିର୍ମାଣ ଗତିବିଧି

author img

By

Published : May 4, 2020, 9:33 PM IST

ମାସିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ କମ୍ପାନୀରେ ବଡ ହାରରେ ଛଟେଇ ଦେଖିବାକୁ ମିଳିଛି । ଏଥିସହ ନୂଆ ଅର୍ଡର ବି ବୁଡିଛି । ଅଧିକ ପଢନ୍ତୁ..

manufacturing activities
ରେକର୍ଡ ହ୍ରାସ, ସର୍ବନିମ୍ନ ସ୍ତରରେ ବିନିର୍ମାଣ ଗତିବିଧି

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଯୋଗୁଁ ଏପ୍ରିଲରେ ସର୍ବନିମ୍ନ ରେକର୍ଡରେ ଘରୋଇ ବିନିର୍ମାଣ ଗତିବିଧି । ସୋମବାର ଜାରି ଏକ ମାସିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ କମ୍ପାନୀରେ ବଡ ହାରରେ ଛଟେଇ ଦେଖିବାକୁ ମିଳିଛି । ଏଥିସହ ନୂଆ ଅର୍ଡର ବି ବୁଡିଛି ।

ଆଇଏଚଏସ ମର୍କିଟ ଇଣ୍ଡିଆ ମ୍ୟାନୁଫ୍ୟାକ୍ଚୁରିଙ୍ଗ ପରଚେଜିଙ୍ଗ ସୂଚକାଙ୍କ(ପିଏମଆଇ ବିନିର୍ମାଣ) ଏପ୍ରିଲରେ ହ୍ରାସ ପାଇ 27.4 ପଏଣ୍ଟ ରହିଛି । ଯାହାକି ମାର୍ଚ୍ଚରେ 51.8 ପଏଣ୍ଟ ଥିଲା ।

ଗତ 15 ବର୍ଷ ଧରି ହୋଇ ଆସୁଥିବା ଏହି ସର୍ବେକ୍ଷଣ ଇତିହାସରେ ଏପ୍ରିଲ ରିପୋର୍ଟ ସର୍ବନିମ୍ନ ସ୍ତରକୁ ଖସିଛି । ଯେତେବେଳେ କି 32 ମାସ ଧରି ବିନିର୍ମାଣ କ୍ଷେତ୍ରର ଗତିବିଧି ସୂଚକାଙ୍କ ଲଗାତାର ଉପରମୁହାଁ ରହିଛି ।

manufacturing activities down to record lows in april due to lockdown pmi

ପିଏମଆଇର 50 ପଏଣ୍ଟରୁ ଉପରକୁ ରହିବା ଅର୍ଥାତ କାରବାର ଗତିବିଧିରେ ବିସ୍ତାର ରହିଥିବା ଦର୍ଶାଇଥାଏ । ହେଲେ ତା' ଠାରୁ ତଳକୁ ଖସିବା ଅର୍ଥ ଦୁର୍ବଳ ସଙ୍କେତକୁ ସୂଚିତ କରେ ।

ରିପୋର୍ଟ ଅନୁସାରେ ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଠପ୍‌ ରହିଛି । ଉଦ୍ୟୋଗ ସବୁ ବନ୍ଦ ରହିଛି । ଏହାକୁ ଦେଖିବାକୁ ଗଲେ ଏପ୍ରିଲରେ ବିନିର୍ମାଣ ଗତିବିଧି ଗଭୀର ଗୁରୁତର । ଗତ ଅଢେଇ ବର୍ଷରେ ନୂଆ ଅର୍ଡରରେ ପ୍ରଥମ ଥର ହ୍ରାସ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.