ETV Bharat / business

ଇଏମଆଇ ସ୍ଥଗିତାଦେଶ ପ୍ରସଙ୍ଗ: ସୁଧ ଛାଡ ବିରୋଧରେ ଉଦୟ କୋଟାକ

author img

By

Published : Jun 5, 2020, 3:33 PM IST

ଇଏମଆଇ ପରିଶୋଧକୁ ସ୍ଥଗିତ କରାଯାଇଛି । ଯଦି ଏହା ଅଧିନରେ ସୁଧ ଛାଡ ହୁଏ ତେବେ ଅସମାନତା ସ୍ଥିତି ଉପୁଜିବ । ଯେଉଁଥିରେ ବ୍ୟାଙ୍କ ଜମା ରାଶି ଉପରେ ଜମାକର୍ତ୍ତାଙ୍କୁ ସୁଧ ଦେବେ ହେଲେ ଋଣ ବାବବଦରେ ତାକୁ ସୁଧ ମିଳିବ ନାହିଁ । ଏହା କହିଛନ୍ତି ସିଆଇଆଇ ସଭାପତି ଉଦୟ କୋଟାକ । ଅଧିକ ପଢନ୍ତୁ..

Banks against waiver of loan interest
ଇଏମଆଇ ସ୍ଥଗିତାଦେଶ ପ୍ରସଙ୍ଗ: ସୁଧ ଛାଡ ବିରୋଧରେ ଉଦୟ କୋଟକ

ନୂଆଦିଲ୍ଲୀ: ଋଣ କିସ୍ତି ସ୍ଥଗିତ ଅବଧିର ସୁଧ ଛାଡକୁ ବିରୋଧ କରିଛନ୍ତି ସିଆଇଆଇ ସଭାପତି ଉଦୟ କୋଟାକ । ଗୁରୁବାର ଏନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ନିଜ ମତ ପ୍ରକାଶ କରିଛନ୍ତି କୋଟାକ ।

କୋଟକ କହିଛନ୍ତି ଯେ, ଯଦି ସୁଧ ଛାଡ ହୁଏ ତେବେ ଏଭଳି ଏକ ଅସମାନତା ସ୍ଥିତି ଉପୁଜିବ, ଯେଉଁଥିରେ ବ୍ୟାଙ୍କ ଜମା ରାଶି ଉପରେ ଜମାକର୍ତ୍ତାଙ୍କୁ ସୁଧ ଦେବେ ହେଲେ ଋଣ ବାବବଦରେ ବ୍ୟାଙ୍କକୁ ସୁଧ ମିଳିବ ନାହିଁ ।

ସିଆଇଆଇର ସଭାପତି ଦାୟିତ୍ବ ଗ୍ରହଣ ପରେ ସାମ୍ବାଦିକ ସମ୍ମିଳନୀରେ ଉଦୟ ଏନେଇ କହିଛନ୍ତି । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଏହାର ଆଗାମୀ ଶୁଣାଣି ଜୁନ 12ର ହେବ ।

କୋଟାକ ସ୍ପଷ୍ଟ କରିଛନ୍ତି କି, ‘‘ଜମାକର୍ତ୍ତା ଓ ଋଣଗ୍ରହୀତାଙ୍କ ମଧ୍ୟରେ ମଧ୍ୟସ୍ଥି ହେଉଛି ବ୍ୟାଙ୍କ । ଏଣୁ ଆମେ (ବ୍ୟାଙ୍କ) ଏଭଳି ଏକତରଫା ବ୍ୟବସ୍ଥା ନ କରିବା ଭଲ ,ଯେଉଁଠି ଋଣଗ୍ରହୀତାଙ୍କୁ ସୁଧ ଛାଡ କରାଯାଉଥିବା ବେଳେ ଜମାକର୍ତ୍ତାଙ୍କ ମୂଳଧନ ଉପରେ ସୁଧ ଦିଆଯିବ ।

ଋଣ ପାଇଁ ସୁଧରେ ରିଲିଫ ମାଗୁଥିବା ଗ୍ରାହକଙ୍କୁ ଜମାକର୍ତ୍ତାଙ୍କ ସ୍ବାର୍ଥ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଦରକାର ବୋଲି କୋଟାକ କହିଛନ୍ତି ।

ପ୍ରକାଶ ଯେ, କୋରୋନା ମହାମାରୀ ମଧ୍ୟରେ ଋଣଗ୍ରହୀତାଙ୍କୁ ରିଲିଫ ଦେବା ପାଇଁ ଆରବିଆଇ 6 ମାସର ଇଏମଆଇ ସ୍ଥଗିତ କରିଛନ୍ତି । ଯାହାକି ଅଗଷ୍ଟ 31ରେ ଶେଷ ହେବ । ଏହା ପରେ ପୁଣି ଗ୍ରାହକ ଋଣ ପରିଶୋଧ କରିବେ । ତେବେ ପରେ ଇଏମଆଇ ପରିଶୋଧ ସମୟରେ ଏହି 6 ମାସର ସୁଧ ଛାଡ ନେଇ ତେଜିଛି ବିବାଦ । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.