ETV Bharat / business

କୋରୋନା ଦ୍ବିତୀୟ ଲହରୀରୁ ମୁକୁଳିବାକୁ ଲାଗିବ 6 ରୁ 12 ମାସ: ସର୍ଭେ

author img

By

Published : Jun 22, 2021, 9:56 AM IST

କୋଭିଡର ଦ୍ବିତୀୟ ଲହର ଦେଶକୁ ଗୁରୁତର ଭାବେ ପ୍ରଭାବିତ କରିଛି । ହେଲେ ଜୀବନ ଓ ଜୀବିକା ଉଭୟକୁ କ୍ଷତି ପହଞ୍ଚାଇବା ମାମଲାରେ ଭାଗ ନେଇଥିବା କମ୍ପାନୀ କହିଛି କି , ଆଶା ମଉଳିନି । ଅଧିକ ପଢନ୍ତୁ..

କୋରୋନା ଦ୍ବିତୀୟ ଲହରରୁ ମୁକିଳିବାକୁ ଲାଗିବ 6-12 ମାସ :  ସର୍ଭେ

ନୂଆଦିଲ୍ଲୀ: 2021 ଏପ୍ରିଲରୁ ମେ ମାସ ମଧ୍ୟରେ ମାଡିଆସିଥିବା କୋରୋନାର ଦ୍ବିତୀୟ ଲହରୀ । ଏହାର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ଧୋଇ ହୋଇଚାଲିଛି ଦେଶର ଅର୍ଥନୀତି । ସଂକ୍ରମଣ ପ୍ରତିହତ ପାଇଁ ସ୍ଥାନୀୟ ସ୍ତରରେ ଲାଗୁ ଲକଡାଉନ ପ୍ରଭାବରେ ବାଧାପ୍ରାପ୍ତ ହୋଇଛି କାମଧନ୍ଦା ଓ ପରିବହନ । ଫିକ୍କି ଓ ଧ୍ରୁବ ଆଡଭାଇଜର୍ସ ପକ୍ଷରୁ ମିଳିତ ଭାବରେ କରାଯାଇଥିବା ସର୍ଭେରୁ ଏନେଇ ଜଣାପଡିଛି ।

ସର୍ବେକ୍ଷଣରେ କୁହାଯାଇଛି କି, ଯେଉଁ ଗତିରେ ଭାଇରସ ସମଗ୍ର ଦେଶରେ କାୟା ମେଲାଇଛି , ତାହା ଦ୍ବାରା ଆକ୍ରାନ୍ତ ସଂଖ୍ୟା ଉଛୁଳିଲାଗିଛି । ଦୈନିକ ନୂଆ ମାମଲା ନୂଆ ରେକର୍ଜରେ ପହଞ୍ଚୁଛି । ଯାହା ଦ୍ବାରା ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଭାରୀ ଚାପ ପଡିଛି । ସର୍ଭେକ୍ଷଣରେ ଭାଗ ନେଇଥିବା କମ୍ପାନୀ ଗତ ବର୍ଷ ମାର୍ଚ୍ଚରେ କେନ୍ଦ୍ର ଦ୍ବାରା ଲାଗୁ ପୂର୍ଣ୍ଣ ଲକଡାଉନର ବିପରୀତ ରାଜ୍ୟ ଦ୍ବାରା ଆପଣାଯାଇଥିବା ସୁକ୍ଷ୍ମ- ନିୟନ୍ତ୍ରଣ କ୍ଷେତ୍ର ଓ ସ୍ଥାନୀୟ ଲକଡାଉନର ପ୍ରଂଶସା କରିଛନ୍ତି । ଏଭଳି ପଦକ୍ଷେପର ଆବଶ୍ୟକତା ଥିଲା । ହେଲେ ଏହାର ଆର୍ଥିକ ଗତିବିଧି ଉପରେ ପ୍ରଭାବ ପଡିଛି ।

ସର୍ଭେକ୍ଷଣରୁ ଜଣାପଡିଛି ଯେ, ରାଜ୍ୟ ସ୍ତରରେ ଲକଡାଉନ ଯୋଗୁଁ 58% କମ୍ପାନୀର ବ୍ୟବସାୟ ଉପରେ ପ୍ରଭାବ ପଡିଛି । ଯେତେବେଳେ କି ଅନ୍ୟ 38% ନିଜ ପରିଚାଳନା ଉପରେ ମଧ୍ୟମ ପ୍ରଭାବର ସୂଚନା ଦେଇଛନ୍ତି । ସର୍ଭେରେ ସାମିଲ କମ୍ପାନୀ ମଧ୍ୟରୁ 28 ପ୍ରତିଶତ ‘ଦୁର୍ବଳ ଚାହିଦା ’କୁ ବର୍ତ୍ତମାନ ସ୍ଥିତିରେ ସବୁଠୁ ବଡ ଚ୍ୟାଲେଞ୍ଜ ଦର୍ଶାଇଛନ୍ତି । ଏହା ପରେ ପରିଚାଳନା ଖର୍ଚ୍ଚ (56%) ଓ ଲିକ୍ୟୁଡିଟି (43%) ଥିଲା ।

ଏଥର କେବଳ ସହରୀ କ୍ଷେତ୍ରରେ ଚାହିଦା ସୀମିତ ଥିଲା । ବରଂ ଗ୍ରାମାଞ୍ଚଳରେ ବି ଚାହିଦା ଦୁର୍ବଳ ହୋଇଥିବା ଦେଖାଦେଇଛି । ଯେଉଁଥିରେ 37% କମ୍ପାନୀ ଗ୍ରାମୀଣ ବଜାରରେ ନିଜ ବିକ୍ରି ଉପରେ ‘ଉଚ୍ଚ ପ୍ରଭାବ’ର ସୂଚନା ଦେଇଛନ୍ତି । ଦୁର୍ବଳ ଚାହିଦା ସ୍ଥିତିରେ କମ୍ପାନୀର କ୍ଷମତା ଉପଯୋଗକୁ ପ୍ରଭାବିତ କରିଛି । ଯେଉଁଥିରେ 40% କମ୍ପାନୀ 50%ରୁ କମ କ୍ଷମତା ଉପୟୋଗର ରିପୋର୍ଟ କରୁଥିଲା ।

6-12 ମାସରେ ସୁଧାର ଆଶା

କୋଭିଡର ଦ୍ବିତୀୟ ଲହର ଦେଶକୁ ଗୁରୁତର ଭାବେ ପ୍ରଭାବିତ କରିଛି । ହେଲେ ଜୀବନ ଓ ଜୀବିକା ଉଭୟକୁ କ୍ଷତି ପହଞ୍ଚାଇବା ମାମଲାରେ ଭାଗ ନେଇଥିବା କମ୍ପାନୀ କହିଛି କି , ଆଶା ମଉଳିନି । ବିଭିନ୍ନ ରାଜ୍ୟର ‘ଅନଲକ’ ମୋଡ ଆସିବା ସହ ଆର୍ଥିକ ଗତିବିଧିରେ ସୁଧାରର ତତ୍କାଳ ସଙ୍କେତ ରହିଛି । ଏହି ଧାରା ଆସନ୍ତା 6-12 ମାସରେ କ୍ଷମତା ଉପଯୋଗ ସମ୍ଭନ୍ଧରେ କମ୍ପାନୀର ଆଶାରେ ପ୍ରତିଫଳିତ ହୋଇଛି । ସର୍ଭେରୁ ଜଣାପଡିଛି କି ପ୍ରାୟ 63% କମ୍ପାନୀ ଆସନ୍ତା 2ରୁ 4 ତ୍ରୟମାସରେ ଉପଯୋଗ ହାର 70 ପ୍ରତିଶତରୁ ଅଧିକ ରହିବା ଅନୁମାନ ଲଗାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.