ETV Bharat / business

ବେତନଭୋଗୀଙ୍କୁ ଝଟକା, ପିଏଫ ସୁଧ ଉପରେ ଲାଗିବ ଟିକସ - PF tax

ବର୍ଷକୁ 2.5 ଲକ୍ଷ ପର୍ଯ୍ୟନ୍ତ ପିଏଫ ସୁଧ ଆୟ ଉପରେ ଲାଗିବ ଟିକସ । ତେବେ ଏହା କେବଳ କର୍ମଚାରୀଙ୍କ ଯୋଗଦାନ ଉପରେ ଲଗାଯିବ । ଫଳରେ ଉଚ୍ଚ ଆୟକାରୀ ବେତନଭୋଗୀ ପ୍ରଭାବିତ ହେବ ।

ବେତନଭୋଗୀଙ୍କୁ ଝଟକା, ପିଏଫ ସୁଧ ଉପରେ ଲାଗିବ ଟିକସ
ବେତନଭୋଗୀଙ୍କୁ ଝଟକା, ପିଏଫ ସୁଧ ଉପରେ ଲାଗିବବେତନଭୋଗୀଙ୍କୁ ଝଟକା, ପିଏଫ ସୁଧ ଉପରେ ଲାଗିବ ଟିକସ ଟିକସ
author img

By

Published : Feb 2, 2021, 10:59 PM IST

ନୂଆଦିଲ୍ଲୀ: ଉଚ୍ଚ ଆୟକାରୀ ବେତନଭୋଗୀଙ୍କୁ ବଡ ଝଟକା । ବଜେଟ ପ୍ରସ୍ତାବ ଅନୁସାରେ ବର୍ଷକୁ 2.5 ଲକ୍ଷ ପର୍ଯ୍ୟନ୍ତ ପିଏଫ ସୁଧ ଆୟ ଉପରେ ଲାଗିବ ଟିକସ । ତେବେ ଏହା କେବଳ କର୍ମଚାରୀଙ୍କ ଯୋଗଦାନ ଉପରେ ଲଗାଯିବ । ଫଳରେ ଉଚ୍ଚ ଆୟକାରୀ ବେତନଭୋଗୀ ପ୍ରଭାବିତ ହେବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି ପ୍ରତି ମାସରେ 2 ଲକ୍ଷ ଟଙ୍କାରୁ କମ ଆୟ କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ ।

ଟିକସ ମୁକ୍ତ ସୁଧ ଆୟ ପାଇଁ ଉଚ୍ଚ ଆୟକାରୀ ବେତନଭୋଗୀମାନେ ଭଲ୍ୟୁଣ୍ଟାରୀ ପ୍ରୋଭିଡେଣ୍ଟ ଫଣ୍ଡର ବ୍ୟବହାର କରିଥାନ୍ତି । ଏଣୁ ସୋମବାର ଆଗତ ହୋଇଥିବା ସାଧାରଣ ବଜେଟରେ ଧାରା 10 (10ଡି) ଅଧିନରେ ବର୍ଷକୁ 2.5 ଲକ୍ଷରୁ ଅଧିକ ୟୁଲିପ ପ୍ରିମିୟମ ଉପରେ ଟିକସ ଛାଡକୁ ହଟାଇବା ପାଇଁ ପ୍ରସ୍ତାବ ରହିଛି । ତେବେ ପୁରୁଣା ୟୁଲିପ ଉପରେ ଏହା ଲାଗୁ ହେବ ନାହିଁ । ତେବେ ପ୍ରଥମ ଥର ଟିକସଭୁକ୍ତ ହୋଇଛି ପିଏଫ । ଏହି ନୂଆ ବ୍ୟବସ୍ଥା 2021 ଫେବୃଆରୀ ପହିଲା ଠାରୁ ଲାଗୁ ହେବ ।

ଅର୍ଥମନ୍ତ୍ରୀ କହିଛନ୍ତି କି , ‘ଆମେ କୌଣସି କର୍ମଚାରୀଙ୍କ ଅଧିକାରକୁ କମ କରୁନାହୁଁ । କିନ୍ତୁ ଯଦି କେହି ନିଜ ପିଏଫ ଖାତାରେ 1 କୋଟିର ଯୋଗଦାନ ଦେଉଛି , ତେବେ ତାକୁ ଟିକସ ଦେବାକୁ ପଡିବ । ବ୍ୟୟ ସଚିବ ଟିଭି ସୋମନାଥନ କହିଛନ୍ତି କି, ପିଏଫରେ ବାର୍ଷିକ 2.5 ଲକ୍ଷରୁ ଅଧିକ ଯୋଗଦାନ ଦେଉଥିବା ବେତନଭୋଗୀଙ୍କ ସଂଖ୍ୟା 1 ପ୍ରତିଶତରୁ ମଧ୍ୟ କମ । ଇପିଏଫଓର ମୋଟ ଛଅ କୋଟିରୁ ଅଧିକ ଅଂଶଦାତା ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.