ETV Bharat / business

ଚାହିଦା ବଢୁଛି, ଅଗଷ୍ଟରେ ଉପରମୁହାଁ ବିନିର୍ମାଣ ଗତିବିଧି

author img

By

Published : Sep 1, 2020, 1:52 PM IST

ଆଇଏଚଏସ ମାର୍କିଟ ଇଣ୍ଡିଆର ମାନ୍ୟୁଫେକଚରିଂ ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) ଅଗଷ୍ଟରେ ବୃଦ୍ଧି ପାଇଁ 52 ପଏଣ୍ଟ ରହିଛି । ଏଥିରୁ ବିନିର୍ମାଣ କ୍ଷେତ୍ରର ପରିଚାଳନାରେ ସୁଧାର ସଙ୍କେତ ମିଳିଛି । ଅଧିକ ପଢନ୍ତୁ..

ଚାହିଦା ବଢୁଛି , ଅଗଷ୍ଟରେ ଉପରମୁହାଁ ବିନିର୍ମାଣ ଗତିବିଧି

ନୂଆଦିଲ୍ଲୀ: ଲକଡାଉନ କୋହଳ ସହ ବଢୁଛି ଚାହିଦା । ଫଳରେ ଦେଶରେ ଅଗଷ୍ଟ ମାସର ବିନିର୍ମାଣ ଗତିବିଧି ବୃଦ୍ଧି ହୋଇଛି । କାରବାର ପରିଚାଳନା ଆରମ୍ଭ ହେବା ପରେ ଉତ୍ପାଦନ ସୁଧାର, ନୂଆ ଅର୍ଡର ତଥା ଉପଭୋକ୍ତା ଚାହିଦା ବଢିବା ଦ୍ବାରା ବିନିର୍ମାଣ ଗତିବିଧିରେ ମଧ୍ୟ ସୁଧାର ଦେଖିବାକୁ ମିଳିଛି ।

ଆଇଏଚଏସ ମାର୍କିଟ ଇଣ୍ଡିଆର ମାନ୍ୟୁଫେକଚରିଂ ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) ଅଗଷ୍ଟରେ ବୃଦ୍ଧି ପାଇଁ 52 ପଏଣ୍ଟ ରହିଛି । ଜୁଲାଇ ମାସରେ ଏହା 46 ରେ ଥିଲା । ତେବେ ଅଗଷ୍ଟ ମାସର ସର୍ଭେକ୍ଷଣ ରିପୋର୍ଟ ଦେଖି ବିନିର୍ମାଣ କ୍ଷେତ୍ରର ପରିଚାଳନାରେ ସୁଧାର ସଙ୍କେତ ମିଳିଛି । ଏହା ପୂର୍ବରୁ ଲଗାତାର 4 ମାସ ଯାଏଁ ବିନିର୍ମାଣ ଗତିବିଧିରେ ହ୍ରାସ ଆସିଛି । ଲଗାତାର 32 ମାସ ଯାଏଁ ବୃଦ୍ଧି ପରେ ଏପ୍ରିଲରେ ଏହି ଇଣ୍ଡେକ୍ସ ତଳମୁହାଁ ହୋଇଥିଲା ।

ପ୍ରକାଶ ଯେ, ପିଏମଆଇ ସୂଚକାଙ୍କ 50 ପଏଣ୍ଟରୁ ଉପରକୁ ରହିବା ଅର୍ଥାତ ବୃଦ୍ଧିକୁ ଦର୍ଶାଇଥାଏ । ଯେତେବେଳେ କି ଏହା ଠାରୁ ତଳ ଅର୍ଥାତ ଚାପରେ ବା ସଙ୍କୁଚନକୁ ସୂଚାଇଥାଏ । ଆଇଏଚଏସ ମାର୍କିଟର ଅର୍ଥଶାସ୍ତ୍ରୀ ଶ୍ରେୟା ପଟେଲ କହିଛନ୍ତି କି, ‘‘ ଅଗଷ୍ଟ ତଥ୍ୟ ଭାରତର ବିନିର୍ମାଣ ସେକ୍ଟରର ସ୍ବାସ୍ଥ୍ୟର ସୁଧାରକୁ ଦର୍ଶାଇଥାଏ । ଘରୋଇ ସେୟାର ବଜାର ଚାହିଦା ବଢିବା ଦ୍ବାରା ଉତ୍ପାଦନରେ ସୁଧାର ହୋଇଛି ।

ତେବେ ନୂଆ ଅର୍ଡର ବୃଦ୍ଧି ସତ୍ତ୍ବେ ବିନିର୍ମାଣ କ୍ଷେତ୍ରରେ ଚାକିରୀ ହ୍ରାସ ପ୍ରକ୍ରିୟା ଜାରି ରହିଛି । ପଟେଲ କହିଛନ୍ତି, "ତଥାପି ଅଗଷ୍ଟରେ ସବୁକିଛି ସକାରାତ୍ମକ ନଥିଲା। କୋଭିଡ -19 ଦ୍ବାରା ସୃଷ୍ଟି ହୋଇଥିବା ବେଲଗାମ ପରିସ୍ଥିତି ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହି ସମୟରେ କ୍ଷମତା ଉପରେ ଚାପ ସତ୍ତ୍ବେ ଚାକିରୀ ହ୍ରାସ ପାଇବାରେ ଲାଗିଛି। ଫଳରେ କାମ ପାଇଁ ଉପଯୁକ୍ତ ଶ୍ରମିକ ମିଳୁନାହିଁ। "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.