ETV Bharat / business

କୋଭିଡ ସତ୍ତ୍ବେ ଭାରତରୁ ଔଷଧ ରପ୍ତାନୀ 18 % ବଢିଛି

ବଢିଛି ଭାରତର ଔଷଧ ରପ୍ତାନୀ । ଗତ ଆର୍ଥିକ ବର୍ଷ 2020-21 ରେ ଭାରତରୁ ଔଷଧ ରପ୍ତାନୀ 24.44 ବିଲିୟନ ଡଲାର ରହିଛି । ଅଧିକ ପଢନ୍ତୁ..

author img

By

Published : Apr 17, 2021, 10:31 PM IST

କୋଭିଡ ସତ୍ତ୍ବେ ଭାରତରୁ ଔଷଧ ରପ୍ତାନୀ 18 % ବଢିଛି
କୋଭିଡ ସତ୍ତ୍ବେ ଭାରତରୁ ଔଷଧ ରପ୍ତାନୀ 18 % ବଢିଛି

ହାଇଦ୍ରାବାଦ: କୋଭିଡ ସଙ୍କଟ ମଧ୍ୟରେ ବଢିଛି ଭାରତର ଔଷଧ ରପ୍ତାନୀ । ଗତ ଆର୍ଥିକ ବର୍ଷ 2020-21 ରେ ଭାରତରୁ ଔଷଧ ରପ୍ତାନୀ 24.44 ବିଲିୟନ ଡଲାର ରହିଛି । ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ 18 ପ୍ରତିଶତରୁ ଅଧିକ ରହିଛି । 2019-20 ବର୍ଷରେ ଏହାର ମୂଲ୍ୟ 20.58 ବିଲିୟନ ଡଲାର ଥିଲା । ଭାରତରୁ ଔଷଧ ରପ୍ତାନୀରେ ଏହି ବୃଦ୍ଧି ଏଭଳି ସମୟରେ ହୋଇଛି , ଯେବେ ବିଶ୍ବ ବଜାରରେ ସାମାନ୍ୟ ସଙ୍କୋଚନ ଦେଖାଦେଇଛି ।

2021 ମାର୍ଚ୍ଚରେ, ଆମେ ଆମର ରପ୍ତାନୀରେ ଏକ ତୀବ୍ର ବୃଦ୍ଧି ଦେଖିଛୁ । ଏହା 2.3 ଅରବ ଡଲାରରେ ଅସ୍ଥାୟୀ ଆକଳନ କରିଥିଲୁ ବୋଲି ଫାର୍ମାସ୍ୟୁଟିକାଲ୍ ରପ୍ତାନି ପ୍ରୋତ୍ସାହନ ପରିଷଦର ମହାନିର୍ଦ୍ଦେଶକ ଉଦୟ ଭାସ୍କର ଶନିବାର କହିଛନ୍ତି । ଯେକୌଣସି ମାସ ତୁଳନାରେ ଆର୍ଥିକ ବର୍ଷରେ ମାର୍ଚ୍ଚ ରପ୍ତାନି ସର୍ବାଧିକ । ମାର୍ଚ୍ଚ ମାସର ଅଭିବୃଦ୍ଧି ହାର ଏକ ବର୍ଷ ପୂର୍ବେ ସମାନ ମାସ ତୁଳନାରେ 48.5 ପ୍ରତିଶତ ଥିଲା । 2020 ମାର୍ଚ୍ଚରେ ରପ୍ତାନୀ 1.54 ଅରବ ଡଲାର ଥିଲା ।

ଗତ ଆର୍ଥିକ ବର୍ଷ ଆରମ୍ଭରୁ ଲକଡାଉନ ଲାଗୁ ଯୋଗୁଁ ରୁପ୍ତାନୀ ଉପରେ ପ୍ରଭାବ ପଡିଲା । 2020 ରେ ବୈଶ୍ବିକ ଔଷଧ ବଜାରରେ 1ରୁ 2 ପ୍ରତିଶତ ହ୍ରାସ ରେକର୍ଡ ହୋଇଛି । ଏହାର ବିପରୀତ ବର୍ଷ ଅବଧିରେ ଭାରତରେ ଔଷଧ ଚାହିଦା ଉଛୁଳିଥିଲା । ଭାରତର ଔଷଧ ଗୁଣବତ୍ତା ଓ ଏହାର ମୂଲ୍ୟର ବ୍ୟବହାରିକତା ମଧ୍ୟରେ ଏସବୁର ଚାହିଦା ବୃଦ୍ଧି ରହିଛି ।

ଭାରତର ଔଷଧ ପାଇଁ ଉତ୍ତର ଆମେରିକା ହେଉଛି ରପ୍ତାନୀର ବୃହତ୍ତମ ବଜାର । ଏହା ପରେ ଦକ୍ଷିଣ ଆଫ୍ରିକା ବଜାର ରହିଛି । ସେହିଭଳି ୟୁରୋପୀୟ ବଜାର ବି ଭାରତରୁ ଔଷଧ ନେବାରେ ଆଗୁଆ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.