ETV Bharat / business

‘9% ଜିଡିପି କଷ୍ଟ’ କିପରି ସମ୍ଭବ 5 ଟ୍ରିଲିୟନ ଡଲାରର ଅର୍ଥନୀତି? - gdp growth this fiscal

ଚଳିତ ଆର୍ଥିକ ବର୍ଷ ଭାରତର ଅଭିବୃଦ୍ଧି ହାର 5 ପ୍ରତିଶତ ରହିବା ସହ ଆସନ୍ତା ବର୍ଷ(2020-21)ରେ ଜିଡିପି 6ରୁ 6.5 ପ୍ରତିଶତ ମଧ୍ୟରେ ରହିପାରେ। ବର୍ତ୍ତମାନର ସ୍ଥିତିକୁ ଦେଖିବାକୁ ଗଲେ ବିକାଶ ଦର 9 ପ୍ରତିଶତ ରହିବା କଷ୍ଟକର ।

india can end up with 5 percent real gdp growth this fiscal debroy
କିପରି ସମ୍ଭବ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ?
author img

By

Published : Jan 25, 2020, 12:22 PM IST

କୋଲକାତା: ଚଳିତ ଆର୍ଥିକ ବର୍ଷ ଭାରତର ଅଭିବୃଦ୍ଧି ହାର 5 ପ୍ରତିଶତ ରହିପାରେ। ସେହିପରି ଆସନ୍ତା ବର୍ଷ(2020-21)ରେ ଜିଡିପି 6ରୁ 6.5 ପ୍ରତିଶତ ମଧ୍ୟରେ ରହିବ !ବର୍ତ୍ତମାନର ସ୍ଥିତିକୁ ଦେଖିବାକୁ ଗଲେ ବିକାଶ ଦର 9 ପ୍ରତିଶତ ରହିବା କଷ୍ଟକର। ଏଭଳି ଅନୁମାନ ସହ ଧୀମା ଅର୍ଥବ୍ୟବସ୍ଥାକୁ ନେଇ ମାନିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ସମିତିର ଅଧ୍ୟକ୍ଷ ବିବେକ ଦେବରାୟ।

ଟାଟା ଷ୍ଟିଲ କୋଲକାତା ସାହିତ୍ୟ ସମ୍ମିଳନୀରେ ଯୋଗ ଦେଇ ଦେବରାୟ ଦେଶର ଅଭିବୃଦ୍ଧି ନେଇ ଆନୁମାନିକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହତ୍ବକାଂକ୍ଷୀ ବୃଦ୍ଧି ଦର ସାଢେ 6 ବର୍ଷରେ 7 ପ୍ରତିଶତ ମଧ୍ୟରେ ରହିପାରେ।

ସେପେଟ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ନିକଟରେ ଭାରତର ଜିଡିପି ଆକଳନକୁ ହ୍ରାସ କରି 4.8 ପ୍ରତିଶତ ରଖିଛି । ଏହା ପୂର୍ବରୁ ଅକ୍ଟୋବରରେ ଏହି ହାର 6.1 ପ୍ରତିଶତ ରହିଥିଲା । ଏନେଇ ଦେବରାୟ କହିଛନ୍ତି ଯେ, ଭାରତୀୟ ଅର୍ଥବ୍ୟବସ୍ଥା ଏବେ ଯେଭଳି ପରିସ୍ଥିତିରେ ଆଗକୁ ବଢୁଛି, ସେଥିରେ କେଉଁଠି ନା କେଉଁଠି ସଂରକ୍ଷଣବାଦର ପ୍ରଭାବ ରହିଛି। ଯେଉଁଥିପାଇଁ ରପ୍ତାନୀ ମଧ୍ୟ ହ୍ରାସ ପାଉଛି।

ସେହିପରି କହିରଖୁଛୁ ଯେ, ଆଗାମୀ 5 ବର୍ଷରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଉ ଏହାକୁ ପୂରଣ ପାଇଁ ବାର୍ଷିକ ଜିଡିପି ଦର 9 ପ୍ରତିଶତ ଆବଶ୍ୟକ। ହେଲେ ଏବେ ଦେବରାୟଙ୍କ ଅନୁମାନ ଅନୁଯାୟୀ 9 ପ୍ରତିଶତ ଜିଡିପି କଷ୍ଟକର । ଏପରି ସ୍ଥିତିରେ କିପରି 5 ଟ୍ରିଲିୟନ ଡଲାର ହେବ ଅର୍ଥନୀତିର ଆକାର? ତାହା ଚିନ୍ତାର ବିଷୟ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.