ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡୱାର ଯୋଗୁଁ ପୂର୍ବ ଓ ଦକ୍ଷିଣ ଏସିଆରେ ଏଫଡିଆଇ ଲୋନ ନେଇ କାମ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ମଧ୍ୟ ବହୁତ ଥର ଦେଶରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ ବଢାଇବାକୁ କହିଛନ୍ତି।
2016-17ରୁ ଦେଶରେ ଏଫଡିଆଇ (Foreign Direct Investment) ପରିମାଣ ବଢି 60-64 ଅରବ ଡଲାରରେ ନିକଟର ରହିଥିଲା । ଆଉ ଏହା ପଛରେ ଏକ ବଡ କାରଣ ଏହା ବି ଯେ, ଭାରତରେ ରହିଥିବା ବିଦେଶୀ ନିବେଶକ ନିଜ ଆୟର ବଡ ଭାଗ ପୁଣି ଥରେ ବଜାରରେ ଲଗାଉଛନ୍ତି।
ଆଉ ଏହି ଆୟ 10-13.5 ଅରବ ଆମେରିକୀୟ ଡଲାର ବା 70,0000-1 ଲକ୍ଷ କୋଟି ପାଖାପାଖି ରହିଛି। ସେପଟେ ଚୀନରେ 2015-18 ମଧ୍ୟରେ ଏହି ସଂଖ୍ୟା 196-128 ଅରବ ଆମେରିକୀୟ ଡଲାର ଥିଲା । ଏଥିରୁ ଜଣାପଡିଛି କି, ଗତ ଦଶକରେ ଭାରତରେ 6ଟି ଦେଶରୁ ନିବେଶ ଆସିଥିଲା । ଏଥିରେ ମରିସସ(30-35%), ସିଙ୍ଗାପୁର(15-20%), ଜାପାନ(5-10%), ନେଦରଲ୍ୟାଣ୍ଡ(5-10%), ବ୍ରିଟେନ(5-7%), ଓ ଆମେରିକା (5-7%) ସାମିଲ ରହିଛି।
ଏଫଡିଆଇ ଯଦି ଟେକ୍ନୋଲୋଜି ସାମଗ୍ରୀ ଓ ଅନ୍ୟ ବିଶ୍ବ ସମ୍ପତ୍ତିର କ୍ଷେତ୍ରରେ ହୁଏ, ତେବେ ବହୁତ ଲାଭଦାୟକ ହେବ। ଏହା ଦ୍ବାରା ସୁରତରେ ନିବେଶ ଲମ୍ବା ସମୟ ଧରି ସକ୍ରିୟ ରହିଲେ, ରୋଜଗାରର ସୁଯୋଗ ସୃଷ୍ଟି ହେବ।
ଦୁର୍ଭାଗ୍ୟବଶତଃ ଏଫଡିଆଇର ସଂଖ୍ୟା ଏହା ମଧ୍ୟ ଦର୍ଶାଉଛି ଯେ, ଏହି ସବୁ ନିବେଶ ଦେଶର ଏପରି କ୍ଷେତ୍ରରେ କରାଯାଇଛି ଯାହା ଅର୍ଥବ୍ୟବସ୍ଥାକୁ ଏତେଟା ଫାଇଦା ଦେବନାହିଁ।
ଅଧିକ ତଥ୍ୟ ନଥିଲେ ସୁଦ୍ଧା ଏହା ସ୍ପଷ୍ଟ ଯେ, 2000ରେ ସର୍ବାଧିକ ନିବେଶ ସେବା କ୍ଷେତ୍ର 18%), କମ୍ପ୍ୟୁଟର ଓ ହାର୍ଡୱେର (7%), ନିର୍ମାଣ(7%), ସୂଚନା ଟେକନିକ(7%), ଅଟୋମୋବାଇଲ(5%), ଫାର୍ମା(4.43%), ଟ୍ରେଣ୍ଡିଙ୍ଗ(4.23%), କେମିକାଲ(4%), ଶକ୍ତି(3.49%), ଧାତୁ(3.11%) ଓ ପର୍ଯ୍ୟଟନ (3.06%) କ୍ଷେତ୍ରରେ ହୋଇଛି।ଭାରତ ଏଭଳି କ୍ଷେତ୍ର ପାଇଁ ବିଦେଶୀ ନିବେଶ ଆଣୁଛି, ଯାହା ବିଶ୍ବ ସ୍ତରରେ ପ୍ରତିଯୋଗୀତା ପାଇଁ ସହାୟକ ହେବ। ଏଥିସହ ଅର୍ଥବ୍ୟବସ୍ଥାକୁ ମଜବୁତ ପାଇଁ ବଡ ବଜାରକୁ ବିନିଯୋଗ କରିହେବ।