ETV Bharat / business

IT ବିଭାଗର ନୂଆ ପୋର୍ଟାଲ ଆରମ୍ଭ, ଶୀଘ୍ର ମିଳିବ ରିଫଣ୍ଡ - ନୂଆ ପୋର୍ଟାଲ ଆରମ୍ଭ

ଆୟକର ବିଭାଗର ନୂଆ ୱେବସାଇଟ www.incometax.gov.in ଲଞ୍ଚ ହୋଇଛି । ଏହା ଦ୍ବାରା ଟିକସଦାତାଙ୍କୁ ଆଇଟିଆର ପେମେଣ୍ଟ ଶୀଘ୍ର ସହଜ ହେବ । ଅଧିକ ପଢନ୍ତୁ...

IT ବିଭାଗର ନୂଆ ପୋର୍ଟାଲ ଆରମ୍ଭ , ଶୀଘ୍ର ମିଳିବ ରିଫଣ୍ଡ

author img

By

Published : Jun 8, 2021, 1:43 PM IST

ନୂଆଦିଲ୍ଲୀ: ଟିକସଦାତାଙ୍କ ପାଇଁ ଖୁସି ଖବର । ଏବେ ଆୟକର ରିଫଣ୍ଡ ପାଇଁ ଅଧିକ ଅପେକ୍ଷା କରିବାକୁ ପଡିବ ନାହିଁ । ଆୟକର ବିଭାଗର ନୂଆ ୱେବସାଇଟ www.incometax.gov.in ଲଞ୍ଚ ହୋଇଛି । ଏହା ଦ୍ବାରା ଟିକସଦାତାଙ୍କୁ ଆଇଟିଆର ପେମେଣ୍ଟରେ ସହଜ ହେବ ।

ଏଥିସହ ଏଥିରେ ଆହୁରୀ ଅନେକ ଆଧୁନିକ ସୁବିଧା ମଧ୍ୟ ଯୋଡି ଯାଇଛି । ଆୟକର ବିଭାଗ କହିବା ଅନୁସାରେ ନୂଆ ପୋର୍ଟାଲ ଅଧିକ ୟୁଜର ଫ୍ରେଣ୍ଡଲୀ ରହିଛି । ଆଉ ଏଥିରେ ଅନେକ ନୂଆ ଫିଚର ଯୋଡାଯାଇଛି।

ନୂଆ ପୋର୍ଟାଲ ସୋମବାର ଠାରୁ ଲାଇଭ ହୋଇଛି । ତେବେ ଏହି ପୋର୍ଟାଲରେ ନୂଆ କର ପେମେଣ୍ଟ ପ୍ରଣାଳୀ ଜୁନ 18 ଜୁନରୁ ଆରମ୍ଭ ହେବ । ବିଭାଗର ଦାବି ରହିଛି କି ନୂଆ ୱେବସାଇଟ ମାଧ୍ୟମରେ ଆଇଟିଆର ଫାଇଲ କରିବାରେ ସହଜ ହେବ । ଆଉ ରିଫଣ୍ଡ ବି ଶୀଘ୍ର ମିଳିବ । ସମସ୍ତ ଟ୍ରାଞ୍ଜାକ୍ସନ , ଅପଲୋଡ ଓ ପେଣ୍ଡିଂ ଆକ୍ସିନ ଗୋଟିଏ ହିଁ ଡ୍ୟାସବୋର୍ଡରେ ଦେଖିବାକୁ ମିଳିବ । ଯାହା ଫଳରେ ୟୁଜସ ତାହାକୁ ରିଭ୍ୟୁ କରିପାରିବେ । ଆଉ ଆବଶ୍ୟକତା ହିସାବରେ ଆକ୍ସନ ନେଇପାରିବେ । ଅର୍ଥାତ ଏହା ଦ୍ବାରା ଆଇଟିଆର ଫାଇଲ କରିବା , ତାହାକୁ ସମୀକ୍ଷା କରିବା ସହଜ ହେବ ।

ଅନଲାଇନ ଓ ଅଫଲାଇନ ଉଭୟ ସ୍ଥିତିରେ ଆଇଟିଆର ପାଇଁ ପ୍ରସ୍ତୁତି କରିବା ସଫ୍ଟୱେର ମାଗଣାରେ ଉପଲବ୍ଧ ହେବ । ଏଥିରେ କରଦାତାଙ୍କୁ ଆସିଷ୍ଟ କରିବା ସୁବିଧା ବି ମିଳିବ । ଆଉ ପ୍ରି-ଫାଇଲିଂର ବିକଳ୍ପ ମଧ୍ୟ ମିଳିବ । ଯେପରି କମରୁ କମ ଡାଟା ଏଣ୍ଟ୍ରି କରିବାକୁ ହେବ । ଡେସ୍କଟପ ପୋର୍ଟାଲର ସମସ୍ତ ଜରୁରୀ ସୁବିଧା ମୋବାଇଲ ଆପରେ ବି ଉପଲବ୍ଧ ହେବ । ନୂଆ ପୋର୍ଟାଲରେ ଏକ ନୂଆ ଟିକସ ପେମେଣ୍ଟ ସିଷ୍ଟମ ଲଗାଯିବ । ଯେଉଁଥିରେ ପେମେଣ୍ଟର ଅନେକ ବିକଳ୍ପ ହେବ । ଯେପରିକି ନେଟ ବ୍ୟାଙ୍କିଙ୍ଗ, ୟୁପିଆଇ, ଆରଟିଜିଏସ, ଏନଇଏଫଟି ଆଦି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.