ETV Bharat / business

ଭାରତରେ ଗମ୍ଭୀର କୋରୋନା, ସହଯୋଗ ଲୋଡିଲା ଆଇଏମଏଫ - ଭାରତକୁ ବିଦେଶୀ ସହଯୋଗ

କୋରୋନା ମହାମାରୀ ମୁକାବିଲା ପାଇଁ ଭାରତକୁ ବହୁପକ୍ଷୀୟ ସହଯୋଗର ଆବଶ୍ୟକତା ରହିଛି । ଦେଶକୁ ଅନ୍ୟ ଦେଶ ପକ୍ଷରୁ ମିଳୁଥିବା ସହାୟତାକୁ ପ୍ରଂଶସା କରିଛି ଆଇଏଏମଫ । ଅଧିକ ପଢନ୍ତୁ...

ଭାରତରେ ଗମ୍ଭୀର କୋରୋନା , ସହଯୋଗ ଲୋଡିଲା ଆଇଏମଏଫ

author img

By

Published : May 7, 2021, 5:01 PM IST

ନୂଆଦିଲ୍ଲୀ: ଭୟଙ୍କର ରୂପ ନେଲାଣି ଭୂତାଣୁ । ଦିନକୁ ଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଭାରତ ସମେତ ସମଗ୍ର ବିଶ୍ବରେ କୋରୋନା ସଂକ୍ରମଣ ମହାମାରୀର ମୁକାବିଲା ପାଇଁ ବହୁପକ୍ଷୀୟ ସହଯୋଗ ଆବଶ୍ୟକ ରହିଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) କହିଛି ।

କୋରୋନା ସଂକ୍ରମଣରେ ଗଭୀର ଭାବେ ଜୁଝୁଥିବା ଭାରତର ସହଯୋଗ ପାଇଁ ଅନ୍ୟ ଦେଶଗୁଡିକ କରିଥିବା ଘୋଷଣାର ପ୍ରଂଶସା କରିଛି ଆଇଏମଏଫ । ଭୂତାଣୁ ପ୍ରକୋପ ମୁକାବିଲା ପାଇଁ ପ୍ରାୟ 40 ରୁ ଅଧିକ ଦେଶ ଭାରତକୁ ତତ୍କାଳ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହି ସହାୟତାରେ ଅକ୍ସିଜେନ ଯୋଗାଁ ଉପକରଣ ସମେତ ଅନ୍ୟ ଜରୁରୀ ସାମଗ୍ରୀ ସାମିଲ ଅଛି ।

ଆଇଏମଏଫର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଗେରୀ ରାଇସ ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି ଯେ, କୋରୋନା ସଂକ୍ରମଣ ପ୍ରକୋପ ଯୋଗୁଁ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଭାରତବାସୀଙ୍କ ପ୍ରତି ଆମର ସହାନୁଭୂତି ଏବଂ ସମବେଦନା ରହିଛି । ଆମେ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ଭାବେ ସମ୍ପର୍କରେ ଅଛୁ । ଆମର ବୈଷୟିକ ସହଯୋଗ ବୃଦ୍ଧି ଏବଂ ମଜବୁତ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଅନେକ ଦେଶ ଦ୍ବାରା ଭାରତକୁ ତତ୍କାଳ ସହଯୋଗ ପାଇଁ ଘୋଷଣାକୁ ସ୍ବାଗତ କରିଛି ଆଇଏମଏଫ । ଭାରତରେ କୋରୋନା ସଂକ୍ରମଣ ମାମଲା ଦୈନିକ ପ୍ରାୟ 3 ଲକ୍ଷରୁ ଅଧିକ ସାମ୍ନାକୁ ଆସୁଛି । ପ୍ରକାଶ ଯେ, ଆଇଏମଏଫ ଚଳିତ ଆର୍ଥିକ ବର୍ଷ ଭାରତର ଅଭିବୃଦ୍ଧି ହାର ତୀବ୍ର ବେଗରେ ବଢି 12.5 ପ୍ରତିଶତରେ ପହଞ୍ଚିବା ଅନୁମାନ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.