ହାଇଦ୍ରାବାଦ: ଗତ କିଛି ମାସ ଧରି ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀକୁ ପ୍ରଭାବିତ କରିଛି କୋରୋନା ଭୂତାଣୁ । ହେଲେ, ନୂତନ ଆଶା ଓ ଆନନ୍ଦର ଲହରି ଖେଳାଇ ପୁଣି ଉପନୀତ ହୋଇଛି ପାର୍ବଣ ରତୁ । ଦଶହରା ପରେ ପରେ ଲୋକେ ଧନତେରାସ ଓ ଦୀପାବଳି ଲାଗି ବ୍ୟାପକ ପ୍ରସ୍ତୁତିରେ ମଜି ଯାଇଛନ୍ତି ।
ବଜାରରେ ଲାଗି ରହିଥିବା ଏହି ଗହଳିଚହଳିରୁ ଆପଣ ଏକଥା ବୁଝିପାରୁଥିବେ । ଗ୍ରାହକଙ୍କୁ ସ୍ବାଗତ ପାଇଁ ଖୁବ ସୁନ୍ଦର ଭାବରେ ସଜେଇ ହୋଇଛି ଗହଣା ଦୋକାନ । ହେଲେ ଏସବୁ ମଧ୍ୟରେ ଦୋକାନ ମାଲିକଙ୍କୁ ଘାରିଛି ବିକ୍ରି ଚିନ୍ତା । କୋରୋନା କଟକଣା ଓ ଲକଡାଉନ ଯୋଗୁଁ ବହୁ ଲୋକ ରୋଜଗାର ହରେଇଥିବାରୁ , ଏହାର ପ୍ରଭାବ ଖୁଚୁରା ବଜାରରେ ସୁନାର ଚାହିଦା ଉପରେ ପଡିବ ।
ଆଗରୁ ଯେତେ ଖରାପ ସମୟ ଆସିଥିଲେ ବି, ପାର୍ବଣ ଋତୁ ଅବସରରେ ଲୋକେ ସେମାନଙ୍କ ଦୁଃଖକଷ୍ଟ ଭୁଲିଯାଆନ୍ତି । ଏହା ହିଁ ଏକ ସୁଖଦ ଜୀବନ ବିତାଇବା ଲାଗି ସେମାନଙ୍କୁ ପ୍ରେରଣା ଦିଏ । ମନରେ ଅନେକ ଆଶା ନେଇ ଦୋକାନ ମାଲିକମାନେ ଗ୍ରାହକଙ୍କୁ ସ୍ବାଗତ କରିବା ଲାଗି ନିଜ ନିଜ ଦୋକାନକୁ ସଜେଇଛନ୍ତି ।
ସୁନା ଦର ଏବେ ସର୍ବକାଳୀନ ଭାବେ ସର୍ବାଧିକ ଥିବାରୁ, ଲୋକେ ବେଶୀ ଓଜନର ଗହଣାରେ ଟଙ୍କା ଖର୍ଚ୍ଚ କରିବା ଦିଗରେ ସତର୍କ ରହୁଛନ୍ତି ।
ଫ୍ୟାସନ ଷ୍ଟାଇଲିଷ୍ଟଙ୍କ ମତରେ ଏଥର ଦିପାବଳୀ ଅବସରରେ ନିଜକୁ ନୂଆ ରୂପରେ ପ୍ରସ୍ତୁତ କରିବା ଲାଗି ଅନେକ ଷ୍ଟାଇଲ ରହିଛି ।
ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ବିକ୍ରେତାମାନେ ରିହାତି ଦେଉଥିବା ସମୟରେ ଗ୍ରାହକମାନେ ବି ନିଜ ସାମର୍ଥ୍ୟ ଅନୁସାରେ କିଣିପାରିବା ଭଳି ଜିନିଷ ଖୋଜୁଛନ୍ତି ।
ଏ ସବୁ ପ୍ରସଙ୍ଗକୁ ବିଚାରକୁ ନେଲେ ଗୋଟିଏ କଥା ସ୍ପଷ୍ଟ ହୋଇଉଠେ ଯେ, ଏଥର ପାର୍ବଣ ଋତୁରେ ଅର୍ଥନୈତିକ କ୍ଷେତ୍ରରେ ଆଶା ଉଦ୍ରେକ ହୋଇଥିବା ବେଳେ , ଲୋକଙ୍କ ଭିତରେ ବି ଆନନ୍ଦ ଓ ଉଲ୍ଲାସ ସଞ୍ଚାରିତ ହୋଇଛି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ