ନୂଆଦିଲ୍ଲୀ: ଜୁଲାଇ ମାସରେ ଦ୍ରବ୍ୟ ଓ ସେବା କର ( ଜିଏସସଟି ) ସଂଗ୍ରହ 87,422 କୋଟି ଟଙ୍କାକୁ ହ୍ରାସ ପାଇଛି । ଯାହାକି ଜୁନ ମାସରେ 90,917 କୋଟି ଟଙ୍କା ରହିଥିଲା । ଶନିବାର ଅର୍ଥମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏ ନେଇ ସୂଚନା ଦିଆଯାଇଛି ।
ତେବେ ଲକଡାଉନ ଯୋଗୁଁ ମେ ମାସ ଓ ଏପ୍ରିଲ ମାସର ଜିଏସଟି ସଂଗ୍ରହ ବହୁତ କମ ଥିଲା । ଏହି 2 ମାସରେ ଯଥାକ୍ରମେ 62,009 କୋଟି ଟଙ୍କା ଓ 32,294 କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା । ଏହାକୁ ଦେଖିବାକୁ ଗଲେ ଜୁଲାଇ ମାସରେ ଏହା ବଢିଛି ।
ମନ୍ତ୍ରାଳୟ ଅନୁସାରେ ‘‘ 2020 ଜୁଲାଇ ମାସରେ ମୋଟ ଜିଏସଟି ରାଜସ୍ବ ସଂଗ୍ରହ 87,422 କୋଟି ଟଙ୍କା ରହିଛି । ଯେଉଁଥିରେ କେନ୍ଦ୍ରୀୟ ଜିଏସଟି 16,147 କୋଟି ଟଙ୍କା, ରାଜ୍ୟ ଜିଏସଟି 21,418 କୋଟି ଟଙ୍କା ଓ ଇଣ୍ଟିଗ୍ରେଟେଡ ଜିଏସଟି 42,592 କୋଟି ଟଙ୍କା ( ଆମାଦାନୀରୁ ସଗୃହିତ 20,324 କୋଟି ଟଙ୍କା ସାମିଲ) ରହିଛି । ସେହିପରି ଏହି ମାସରେ ସେସ ବାବଦରେ 7,265 କୋଟି ଟଙ୍କା ମିଳିଛି ।
ଜୁଲାଇ ମାସରେ ଜିଏସଟିରୁ ମିଳିଥିବା ରାଜସ୍ବ ଗତ ବର୍ଷ ଏହି ମାସ ତୁଳନାରେ 86 ପ୍ରତିଶତ ରହିଛି । ତେବେ ଜୁନ ମାସ ତୁଳନାରେ ଜୁଲାଇ ମାସରେ ଜିଏସଟି ଆଦାୟ କମ ରହିଛି । କାରଣ ଏହାକୁ ମଧ୍ୟ ଧ୍ୟାନରେ ରଖିବା ଜରୁରୀ କି ଜୁନ ମାସରେ କରଦାତା ଫେବୃଆରୀ, ମାର୍ଚ୍ଚ ଓ ଏପ୍ରିଲ ମାସ ସମ୍ବନ୍ଧିତ କର ପୈଠ କରିଥିଲେ ।