ନୂଆଦିଲ୍ଲୀ: ଜିଡିପି ସାଙ୍ଗକୁ କମିଲା ଜିଏସଟି । ଚଳିତ ବର୍ଷ ଅଗଷ୍ଟ ମାସରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଆଦାୟ 98,202 କୋଟି ଟଙ୍କା ରହିଛି । ଯଦିଓ ଏହା ଗତ ବର୍ଷ ଅଗଷ୍ଟ ତୁଳନାରେ 4.51 ପ୍ରତିଶତ କମିଛି ହେଲେ ଗତ ମାସ(ଜୁଲାଇ) ଅନୁଯାୟୀ ହ୍ରାସ ପାଇଛି । ଯାହାକି ଚିନ୍ତାର କାରଣ ପାଲଟିଛି ।
2018 ଅଗଷ୍ଟରେ ଜିଏସଟି ସଂଗ୍ରହ 93,960 କୋଟି ଟଙ୍କା ରହିଥିଲା । ଏପଟେ ଚଳିତ ବର୍ଷ ଜୁଲାଇରେ ଜିଏସଟି 1.02 ଲକ୍ଷ କୋଟି ଅଛି । ଚାହିଦା ହ୍ରାସ ହୋଇଥିବା ବିକ୍ରି କମିଛି । ଫଳରେ ଜିଏସଟି ଖସିଛି । ତେବେ ଆଗାମୀ 2 ମାସ(ସେପ୍ଟମ୍ବର ଓ ଡିସେମ୍ବର) ପାର୍ବଣ ଋତୁ ହୋଇଥିବାକୁ କିଣାକିଣି ବୃଦ୍ଧି ପାଇବା ସହ ଜିଏସଟି ବଢିବ ବୋଲି ଆଶା ରହିଛି ।
ତେବେ ଅଗଷ୍ଟ ମାସର ଜିଏସଟି ମଧ୍ୟରେ ସିଜିଏସଟି(କେନ୍ଦ୍ରୀୟ ଜିଏସଟି)17,773, ଏସଜିଏଟି(ରାଜ୍ୟ ଜିଏସଟି)24,239 କୋଟି ଓ ଆଇଜିଏସଟି(ସମନ୍ବିତ ଜିଏସଟି)48,958 ଏବଂ ସେସ 7,273 କୋଟି ଟଙ୍କା ଥିବା ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଜୁଲାଇ 31ରୁ ଅଗଷ୍ଟ ଶେଷ ସୁଦ୍ଧା 75.8 ଲକ୍ଷ ଜିଏସଟିଆର3ବି ଫର୍ମ ଫାଇଲ ହୋଇଛି ।