ETV Bharat / business

କ୍ୟାବିନେଟ ନିଷ୍ପତ୍ତି, ମୁଦ୍ରା ଶିଶୁ ଲୋନ ସୁଧରେ ମିଳିବ 2 ପ୍ରତିଶତ ରିହାତି - ଶିଶୁ ଋଣଗ୍ରହୀତା

ଠେଲା , ଷ୍ଟ୍ରିଟ ଭେଣ୍ଡର ଓ ଖୁଚୁରା ବ୍ୟବସାୟୀଙ୍କୁ କେନ୍ଦ୍ର କ୍ୟାବିନେଟର ଭେଟି । ମୁଦ୍ରା ଶିଶୁ ଲୋନ ଅଧିନରେ ଋଣଗ୍ରୀତାଙ୍କୁ ସୁଧରେ ମିଳିବ 2 ପ୍ରତିଶତ ରିହାତି । ଅଧିକ ପଢନ୍ତୁ..

କ୍ୟାବିନେଟର ନିଷ୍ପତ୍ତି, ମୁଦ୍ରା ଶିଶୁ ଲୋନ ସୁଧରେ ମିଳିବ 2 ପ୍ରତିଶତ ରିହାତି

author img

By

Published : Jun 24, 2020, 5:24 PM IST

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ଦୁନିଆର ସବୁଠୁ ବଡ ସ୍ମଲ ବ୍ୟାଙ୍କ ଲୋନ ଅର୍ଥାତ ଶିଶୁ ମୁଦ୍ରା ଋଣ ଲାଭାର୍ଥୀଙ୍କୁ ଦେଇଛନ୍ତି ରିଲିଫ । ଏହି ସ୍କିମ ଅଧିନରେ 50 ହଜାର ପର୍ଯ୍ୟନ୍ତ ଋଣ ଉପରେ 2 ପ୍ରତିଶତ ସବସିଡି ବା ରିହାତି ମିଳିବ ।

ଏହି ନିଷ୍ପତ୍ତି ଦ୍ବାରା 9 କୋଟି 37 ଲକ୍ଷ ଲୋକଙ୍କୁ ରିଲିଫ ମିଳିବ । 2020 ଜୁନ ପହିଲାରୁ ଏହା ଲାଗୁ ହେବ । ଏବଂ 2021 ମେ’ 31 ପର୍ଯ୍ୟନ୍ତ ଜାରି ରହିବ ।

ମୁଦ୍ରା ଯୋଜନାରେ ପୂର୍ବରୁ ଠେଲା ଓ ଷ୍ଟ୍ରିଟ ଭେଣ୍ଡର କିମ୍ବା ଖୁଚୁରା ବ୍ୟବସାୟୀ ମାନେ ସାହୁକାର ଠାରୁ କରଜ ନେଇଥିଲେ । ଆଉ ବଦଳରେ ମୋଟା ଅଙ୍କର ସୁଧ ଗଣିବାକୁ ପଡୁଥିଲା । ହେଲେ ଏବେ ସେମାନଙ୍କୁ ବ୍ୟାଙ୍କରୁ ଟଙ୍କା ମିଳୁଛି । ଆଉ ସେହି ସୁଧରେ ଏବେ 2 ପ୍ରତିଶତ ରିହାତି ମଧ୍ୟ ମିଳିବ । ଏଥିପାଇଁ ଏ ବର୍ଷ 1540 କୋଟି ଖର୍ଚ୍ଚ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ।

ମୁଦ୍ରା ଋଣର ପ୍ରକାର

ମୁଦ୍ରା ଯୋଜନା ମାଧ୍ୟମରେ 3 ପ୍ରକାରର ଅଫର ଦିଆଯାଉଛି । ଏଥିରେ , କିଶୋର ଲୋନ, ତରୁଣ ଲୋନ, ଓ ଶିଶୁ ଲୋନ ରହିଛି । କିଶୋର ଲୋନରେ ଆବେଦକ 50,000ରୁ ନେଇ 5 ଲକ୍ଷ ପର୍ଯ୍ୟନ୍ତ ଋଣ ପାଇପାରିବ । ତରୁଣ ଲୋନ ଅଧିନରେ ସର୍ବାଧିକ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଶେଷରେ ଶିଶୁ ଲୋନରେ ଜଣେ ଅବେଦକ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବ । ବ୍ୟବସାୟୀଙ୍କ ସହଯୋଗ ପାଇଁ ଏହି ଯୋଜନା 2015 ଏପ୍ରିଲରେ ଆରମ୍ଭ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.