ETV Bharat / business

ବଢିବ ଚାଷୀଙ୍କ ଆୟ, ଆସନ୍ତା 15ରୁ ପିଆଜ ରପ୍ତାନୀ ଆରମ୍ଭ

author img

By

Published : Mar 2, 2020, 10:39 PM IST

ଦୂର ହେଲା ପିଆଜ ଚାଷୀ ଚିନ୍ତା । ଆସନ୍ତା 15ରୁ ପିଆଜ ରପ୍ତାନୀ ପାଇଁ ସରକାର ଦେଲେ ଗ୍ରୀନ ସିଗନାଲ । ସୋମବାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏ ନେଇ ଟ୍ବିଟ କରି କହିଛନ୍ତି । ଅଧିକ ପଢନ୍ତୁ ...

govt to allow onion export from march 15
ବଢିବ ଚାଷୀଙ୍କ ଆୟ , ଆସନ୍ତା 15ରୁ ପିଆଜ ରପ୍ତାନୀ ଆରମ୍ଭ

ନୂଆଦିଲ୍ଲୀ: ଦୂର ହେଲା ପିଆଜ ଚାଷୀ ଚିନ୍ତା । ଆସନ୍ତା 15ରୁ ପିଆଜ ରପ୍ତାନୀ ପାଇଁ ସରକାର ଦେଲେ ଗ୍ରୀନ ସିଗନାଲ । ସୋମବାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏ ନେଇ ଟ୍ବିଟ କରି କହିଛନ୍ତି । ଏହି ନିଷ୍ପତ୍ତି କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି ମନ୍ତ୍ରୀ ଜଣାଇଛନ୍ତି ।

ପ୍ରାୟ 6 ମାସ ଧରି ପିଆଜ ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବା ପାଇଁ ସରକାର ଗତ ସପ୍ତାହରେ ନିର୍ଣ୍ଣୟ ନେଇଥିଲେ । ରବି ଫସଲର ଭଲ ରହିଥିବାରୁ ଦାମ ଯେପରି ଅଧିକ ହ୍ରାସ ନ ହେବେ ସେଥିପାଇଁ ଏଭଳି ନିର୍ଣ୍ଣୟ ନିଆଯାଇଛି ।

ପନିପରିବା ଦାମରେ ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ବର୍ତ୍ତମାନ ପିଆଜର ମୂଲ୍ୟ ସ୍ଥିର ରହିଛି ଏବଂ ଫସଲ ମଧ୍ୟ ଭଲ ହେବ ବୋଲି ଆଶା କରାଯାଉଛି |

ଖାଦ୍ୟମନ୍ତ୍ରୀ ରାମ ଭିଳାସ ପାସୱାନ ବୁଧବାର ଟ୍ବିଟରେ ଲେଖିଛନ୍ତି ଯେ, ଗତ ବର୍ଷ 28.4 ଲକ୍ଷ ଟନ ତୁଳନାରେ ଚଳିତ ଥର ମାର୍ଚ୍ଚରେ ଫସଲର ଆଗମନ 40 ଲକ୍ଷ ଟନରୁ ଅଧିକ ହୋଇପାରେ । ସେପ୍ଟେମ୍ବର 2019 ରେ ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ଟନ୍ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (MEP) ମଧ୍ୟ 850 ଡଲାର ଧାର୍ଯ୍ୟ କରିଥିଲେ ।

ଯୋଗାଣ-ଚାହିଦା ମଧ୍ୟରେ ପାର୍ଥକ୍ୟ କାରଣରୁ ପିଆଜ ଦାମ ଆକାଶ ଛୁଆଁ ହୋଇଥିଲା । ଏଥିଯୋଗୁଁ ସରକାର ଏଭଳି ରପ୍ତାନୀ ଉପରେ ରୋକ ଲଗାଇଥିଲେ । ମହାରାଷ୍ଟ୍ର ସମେତ ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଖରିଫ ଋତୁରେ ପିଆଜ ଅଭାବ ଦେଖାଦେଇଛି ।

ବର୍ତ୍ତମାନ ରବି ଫସଲର ଆଗମନ ଆରମ୍ଭ ହୋଇଛି । ଏହା ମାର୍ଚ୍ଚ ମଧ୍ୟ ଭାଗରୁ ବଢିବ ବୋଲି ଆଶା କରାଯାଉଛି | ପିଆଜ ରପ୍ତାନି ଦ୍ବାରା ଘରୋଇ ମୂଲ୍ୟରେ ତୀବ୍ର ହ୍ରାସକୁ ରୋକିବାରେ ସାହାଯ୍ୟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.