ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଚୀନକୁ ସହଯୋଗର ହାତ ବଢାଇଲା ଭାରତ । ମାସ୍କ ଏବଂ ଗ୍ଲୋବ୍ସ ରପ୍ତାନୀ ଉପରେ ଲଗାଯାଇଥିବା କଟକଣାକୁ ହଟାଇଦିଆଯିଆଯାଇଛି । କେନ୍ଦ୍ର ବର୍ହି ବାଣିଜ୍ୟ ମହାନିର୍ଦ୍ଦେଶାଳୟର ଏକ ଅଧିସୂଚନାରେ ଏ ନେଇ ସୂଚନା ଦିଆଯାଇଛି ।
ଚୀନରେ କୋରୋନା ଭାଇରସ ସଂକ୍ରମଣ ବଢିବା ଯୋଗୁଁ ଗତ ମାସରେ ଭାରତ ସରକାର , କପଡା , ମାସ୍କ ଆଦି ବ୍ୟକ୍ତିଗତ ସୁରକ୍ଷା ପାଇଁ ବ୍ୟବହୃତ ସମସ୍ତ ଉପକରଣ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ଏବେ କୋରୋନା ବ୍ୟାପିବା ବଢିବା କାରଣରୁ ଏ ସାମଗ୍ରୀର ଚାହିଦା ବଢୁଛି । ଏଥିଲାଗି ଏହା ଉପରେ ଲାଗିଥିବା କଟକଣାକୁ କୋହଳ କରାଯାଇଛି । ତେବେ ଏନବିଆର ଗ୍ଲୋବ୍ସ ରପ୍ତାନୀ ପାଇଁ ଅନୁମତି ଦିଆଯାଇନି ।
ସୌଜନ୍ୟ-PTI